Honey Trap: ହନିଟ୍ରାପ୍-ରେ ଫସିଛନ୍ତି ୪୮ ନେତା
Advertisement
Article Detail0/zeeodisha/odisha2688293

Honey Trap: ହନିଟ୍ରାପ୍-ରେ ଫସିଛନ୍ତି ୪୮ ନେତା

Honey Trap: କର୍ଣ୍ଣାଟକ ସମବାୟ ମନ୍ତ୍ରୀ କେ. ଏନ.ରାଜନ୍ନା ବିଧାନସଭାରେ ବିସ୍ପୋରକ ବୟାନ୍ ଦେଇଛନ୍ତି। ତାଙ୍କ ଉପରେ ହନିଟ୍ରାପ୍ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି।  କେବଳ ସେ ନୁହଁନ୍ତି,  ରାଜ୍ୟର ଅନ୍ୟ ମନ୍ତ୍ରୀ ,ନେତାଙ୍କ ସମେତ  କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ଏହାର ଶିକାର ହୋଇଛନ୍ତି। 

Honey Trap: ହନିଟ୍ରାପ୍-ରେ ଫସିଛନ୍ତି ୪୮ ନେତା

Honey Trap: କର୍ଣ୍ଣାଟକ ସମବାୟ ମନ୍ତ୍ରୀ କେ. ଏନ.ରାଜନ୍ନା ବିଧାନସଭାରେ ବିସ୍ପୋରକ ବୟାନ୍ ଦେଇଛନ୍ତି। ତାଙ୍କ ଉପରେ ହନିଟ୍ରାପ୍ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି।  କେବଳ ସେ ନୁହଁନ୍ତି,  ରାଜ୍ୟର ଅନ୍ୟ ମନ୍ତ୍ରୀ ,ନେତାଙ୍କ ସମେତ  କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ଏହାର ଶିକାର ହୋଇଛନ୍ତି।  ହନିଟ୍ରାପ୍ ରେ ୪୮ ଜଣ ନେତା ଫସିଛନ୍ତି ବୋଲି  ସେ ବିବୃତ୍ତି ଦେଉଛନ୍ତି।  ଉକ୍ତ ଘଟଣାର ତଦନ୍ତ ପାଇଁ ଦାବି କରିବା ପରେ  ଗୃହ ମନ୍ତ୍ରୀ ଜି.ପରମେଶ୍ବର ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।  ବଜେଟ୍ ଅଧିବେସନ ଆଲୋଚନା ସମୟରେ ବିଜୟପୁରା ବିଧାୟକ ବସନଗୌଡା ପାଟିଲ୍ ୟତନଲ ଏହି ପ୍ରସଙ୍ଗ ଉଠାଇଥିଲେ। ଏବଂ କହିଥିଲେ ଯେ, ରାଜ୍ୟର ସମବାୟ ମନ୍ତ୍ରୀଙ୍କୁ ହନିଟ୍ରାପ୍ କରିବା ପାଇଁ ଉଦ୍ୟମ ହୋଇଥିଲା। ଏହା ଏକ ଖରାପ୍ ସଂସ୍କୃତି। 

ALSO READ: Gold Rate Today: ସୁନା ଦରରେ ହ୍ରାସ, ଭୁବନେଶ୍ବରରେ ୬୮ ହଜାର ତଳେ ରହିଛି ଭରି ପିଛା ମୂଲ୍ୟ

ALSO READ: Surya Shani Shukra Yuti 2025: ଶନି-ଶୁକ୍ର-ସୂର୍ଯ୍ୟଙ୍କ କୃପାରୁ ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, କିଣିବେ ନୂଆ ଘର ଓ ଗାଡି଼

ଜନପ୍ରତିନିଧିଙ୍କୁ ବ୍ଲାକ୍ ମେଲ୍ କରାଯାଉଛି। ଏହାପରେ କେଏନ୍ ରାଜନ୍ନା  ଏଭଳି  ହୋଇଥିବା ସ୍ବିକାର କରିଥିଲେ।  ସେ କହିଛନ୍ତି, ଅନକେ ଲୋକେ କହୁଛନ୍ତି ଯେ, କର୍ଣ୍ଣାଟକ ଏକ ସିଡି ଏବଂ ପେନ୍ ଡ୍ରଇଭ୍ ଫ୍ୟାକ୍ଟ୍ରିରେ ପରିଣତ ହୋଇଛି। ଏହା ଅତି ସାଂଘାତିକ ଅଭିଯୋଗ । କୁହାଯାଉଛି ଯେ, ତୁମାକୁରରୁ ୨ ଜଣ ପ୍ରଭାବଶାଳୀ ମନ୍ତ୍ରୀ ହନିଟ୍ରାପ୍ ର ଶୀକାର ହୋଇଛନ୍ତି।  ତୁମାକୁରୁର ସେହି ୨ ମନ୍ତ୍ରୀଙ୍କ ମଧ୍ୟରୁ ଜଣେ ହେଉଛି ମୁଁ ଏବଂ ଅନ୍ୟ ଜଣେ ହେଉଛି ପରମେଶ୍ବର। ସେ ପୁଣିଥରେ କହିଥିଲେ ଯେ, ଏହି ଘଟଣାରେ ଏହି ଘଟଣାରେ ସେ ଏକ ମାମଲା ରୁଜୁ କରିବେ। ଏବଂ ଗୃହ ମନ୍ତ୍ରୀ ଉକ୍ତ ଘଟଣାର ତଦନ୍ତ କରିବା ଉଚିତ୍। ମନ୍ତ୍ରୀ ମଧ୍ୟ ଦାବି କରିଛନ୍ତି ଯେ, ସିଡି ଓ ପେନଡ୍ରାଇଭ୍  ପ୍ରସ୍ତୁତିରେ ସମ୍ପୃକ୍ତ ଲୋକମାନେ ବିଭିନ୍ନ ରାଜନୈତିକ ଦଳରୁ ୪୮ ରାଜନେତାଙ୍କୁ ହନିଟ୍ରାପ୍ କରିଛନ୍ତି। ଏହା ଜାତୀୟ ସ୍ତରକୁ ମଧ୍ୟ ବ୍ୟାପିଥିବା ସେ କହିଛନ୍ତି। ସେହିଭଳି ବିଜେପି ନେତା  ତଥା ବିରୋଧି ଦଳ ନେତା ଆର୍ ଆଶୋକା ଏହି ଘଟଣାର ତଦନ୍ତ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା ହେବା ଆବଶ୍ୟକ ବୋଲି କହିଛନ୍ତି। ସରକାର ଏହିଭଳି ସ୍ପର୍ଶକାତର ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିବା ଉଚିତ୍ ବୋଲି ସେ ମତ ଦେଉଛନ୍ତି।  

 

 

 

;