Trending Photos
Justice Yashwant Varma:ନୂଆଦିଲ୍ଲୀ: ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ମାମଲାର ଶୁଣାଣୀ ପାଇଁ ଲୋକସଭା ବାଚସ୍ପତି ଓମ ବିର୍ଲା ୩ ଜଣିଆ ଏକ ପ୍ୟାନେଲ ଗଠିନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅରବିନ୍ଦ କୁମାରଙ୍କ ସହିତ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ମନିନ୍ଦର ମୋହନ ଓ ବରିଷ୍ଠ ଓକିଲ ବିଭି ଆଚାର୍ଯ୍ୟଙ୍କୁ ନେଇ ଏହି ପ୍ୟାନେଲ ଗଠନ ହେବ ବୋଲି ବାଚସ୍ପତି କହିଛନ୍ତି।
ଏଠାରେ କହି ରଖୁ କି ସୁପ୍ରିମକୋର୍ଟ ଗତ ସପ୍ତାହରେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମାଙ୍କ ଆବେଦନକୁ ଖାରଜ କରିଦେଇଥିଲେ ଯେଉଁଥିରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏକ ଇନହାଉସ୍ ତଦନ୍ତ ପ୍ୟାନେଲର ରିପୋର୍ଟକୁ ଅବୈଧ କରାଯାଇଥିଲା, ଯେଉଁଥିରେ ତାଙ୍କୁ ଅସଦାଚରଣ ପାଇଁ ଦୋଷୀ ବୋଲି କୁହାଯାଇଥିଲା। ୨୧ ମାର୍ଚ୍ଚରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ବର୍ମାଙ୍କୁ ଲିଖିତ ଆକାରରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ପରଦିନ, ଜଷ୍ଟିସ୍ ଯଶୋବନ୍ତ ବର୍ମା ଅଭିଯୋଗଗୁଡ଼ିକୁ ଖାରଜ କରି ଜବାବ ଦେଇଥିଲେ। ସିଜେଆଇ ସଞ୍ଜିବ ଖାନ୍ନା ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଅଭିଯୋଗର ତଦନ୍ତ ପାଇଁ ଏକ ତିନି ଜଣିଆ କମିଟି ଗଠନ କରିଥିଲେ। ଏସସି ତାଙ୍କ ୱେବସାଇଟରେ ମାମଲା ସହିତ ଜଡିତ ଫଟୋ ଏବଂ ଭିଡିଓ ସହିତ ଏକ ଇନହାଉସ୍ ତଦନ୍ତ ରିପୋର୍ଟ ଅପଲୋଡ୍ କରିଥିଲେ।