Prime Minister Meet President: ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଭେଟିବା ପରେ ସଂସଦରେ କିଛି ବଡ଼ ଘୋଷଣା କରିପାରନ୍ତି ସରକାର
Advertisement
Article Detail0/zeeodisha/odisha2866520

Prime Minister Meet President: ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଭେଟିବା ପରେ ସଂସଦରେ କିଛି ବଡ଼ ଘୋଷଣା କରିପାରନ୍ତି ସରକାର

ଭୁବନେଶ୍ୱର:  କିଛିକ୍ଷଣ ବ୍ୟବଧାନରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ  ଜଣକ ପରେ ଜଣେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ଦେଶର ରାଜନୀତିରେ କିଛି ନୂଆ ରଣନୀତିକୁ ଆହ୍ୱାନ କରିପାରେ। ବିରୋଧୀଙ୍କ କବଳରେ ଥିବା ମୌସୁମୀ ଅଧିବେଶନର ଅବଶିଷ୍ଟ ଦିନଗୁଡ଼ିକୁ ସାକାର କରିବା ଲାଗି ସରକାର କିଛି ନୂଆ ପଦକ୍ଷେପ ନେଇପାରନ୍ତି। ଏହା ଦେଶର

Prime Minister Meet President: ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଭେଟିବା ପରେ ସଂସଦରେ କିଛି ବଡ଼ ଘୋଷଣା କରିପାରନ୍ତି ସରକାର

Prime Minister: ଭୁବନେଶ୍ୱର:  କିଛିକ୍ଷଣ ବ୍ୟବଧାନରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ  ଜଣକ ପରେ ଜଣେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ଦେଶର ରାଜନୀତିରେ କିଛି ନୂଆ ରଣନୀତିକୁ ଆହ୍ୱାନ କରିପାରେ। ବିରୋଧୀଙ୍କ କବଳରେ ଥିବା ମୌସୁମୀ ଅଧିବେଶନର ଅବଶିଷ୍ଟ ଦିନଗୁଡ଼ିକୁ ସାକାର କରିବା ଲାଗି ସରକାର କିଛି ନୂଆ ପଦକ୍ଷେପ ନେଇପାରନ୍ତି। ଏହା ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ଏକ ବିଶାଳ ପରିବର୍ତ୍ତନକୁ ମଧ୍ୟ ସୂଚନା ଦେଉଛି। 

ଜୁଲାଇ ୨୧ ତାରିଖରୁ ସଂସଦର ଅଧିବେଶନ ଆରମ୍ଭ  ହୋଇଥିଲେ ମଧ୍ୟ ଆଜି ଯାଏ ଏହା ବିରୋଧୀଙ୍କ କବଜାରେ ରହି ଆସିଛି। ମଝିରେ କେବଳ ଅପରେସନ୍‍ ସିନ୍ଦୂରକୁ ନେଇ ଶାସକ ଦଳ ନିଜକୁ ଉପସ୍ଥାପନ କରିବାରେ ସକ୍ଷମ ହୋଇଛନ୍ତି। ଏହା ସହ ମଣିପୁରରେ ରାଷ୍ଟ୍ରପତି ଶାସନ ସମ୍ପ୍ରସାରଣ ସମ୍ବନ୍ଧୀୟ ପ୍ରସ୍ତାବ  ଲୋକସଭାରେ ଆଗତ ହୋଇଥିବାବେଳେ ରାଜ୍ୟସଭାରେ ତାହା ହୋଇପାରି ନାହିଁ। କିନ୍ତୁ ଅନ୍ୟ ସବୁ ସମୟ ଏହା ବିହାରରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ଏସ୍‍ଆଇଆର୍‍ କୁ ନେଇ ବିରୋଧୀଙ୍କ ଅକ୍ତିଆରରେ ରହିଛି ଗୃହ କାର୍ଯ୍ୟ। ଅର୍ଥାତ୍‍ ସରକାର ଗୃହକୁ ନିୟନ୍ତ୍ରଣ କରିବାରେ ଅକ୍ଷମ ହୋଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। 

ଏ ଭିତରେ ଆକସ୍ମିକ ଭାବେ ପ୍ରଥମେ ପ୍ରଧାନମନ୍ତ୍ରୀ ଓ ପରେ ଗୃହମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଭେଟିବା ଏକ ଆଗକୁ ସରକାରଙ୍କ ଏକ ବଡ଼ ନିଷ୍ପତ୍ତିକୁ ଆହ୍ୱାନ କରୁଛି। କାରଣ ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଜୁଲାଇ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ହେଲେ ଏବେ ଯେଉଁ ପ୍ରସଙ୍ଗଗୁଡ଼ିକ ଉଭା ହୋଇଛି ତାହା ସେତେବେଳେ ଚର୍ଚ୍ଚା ପରିଧିରେ ନଥିଲା। ଯେମିତି ଆମେରିକା ଦ୍ୱାରା ୨୫ ପ୍ରତିଶତ ଟାରିଫ କଟକଣା ଏବଂ ଆମେରିକୀୟ ରାଷ୍ଟ୍ରପତିଙ୍କ ଦ୍ୱାରା ଲଗାତାର ଭାରତକୁ ଚାପଗ୍ରସ୍ତ କରାଯିବାକୁ ହେଉଥିବା ପ୍ରୟାସ। ଏ ଭିତରେ ଋଷରୁ ତେଲ ଆମଦାନୀ କରିବା ନେଇ ମଧ୍ୟ ଆମେରିକା କଟକଣା ଜାରି କରୁଛି। ଏହି ପ୍ରକାର ଆନ୍ତର୍ଜାତିକ ରାଜନୀତି ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ପ୍ରଭାବ ପକାଇପାରେ। ସରକାର ସଂଯୁକ୍ତ ରାଷ୍ଟ୍ର  (ୟୁକେ) ସହ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରି ଆଗକୁ ଆମେରିକା ସହ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର ପାଇଁ ଯୋଜନା କରୁଥିବା ବେଳେ ଆମେରିକା ପକ୍ଷରୁ ୨୫ ପ୍ରତିଶତ ଆମଦାନୀ ଟାରିଫ୍‍ ଘୋଷଣା କରାଯାଇଛି। ଏହାର ପ୍ରଭାବ ଯେତିକି ଭୟଙ୍କର ମନେ ହେଉ ନାହିଁ ତା’ଠୁ ଅଧିକ ଭୟଙ୍କର ଆମେରିକାର ଚାପ। ଏଣୁ ଏହି ଚାପ ଆଗରେ ଭାରତ କି ନିଷ୍ପତ୍ତି ନେବ ତାହାକୁ ଅପେକ୍ଷା କରାଯାଇଛି। 

ଠିକ୍‍ ସେହିପରି ରାଷ୍ଟ୍ର ଭିତରେ ଏସ୍‍ଆଇଆର୍‍ ପ୍ରସଙ୍ଗ ରହିଛି। ଏହାକୁ ସାରା ଦେଶରେ କମିଶନ ପ୍ରଣୀତ କରିବା ଲାଗି ଚାହିଁଛନ୍ତି। ଅପରପକ୍ଷେ ବିରୋଧୀ ଦଳଙ୍କ ଦାବିକୁ ସରକାର ଓ କମିଶନଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି। ତଥାପି ଏ ବାବଦରେ ଚର୍ଚ୍ଚା ଥମି ନାହିଁ। ଆଜି ମଧ୍ୟ ଗୃହରେ ଏ ବିଷୟ ଉପସ୍ଥାପନ ହୋଇପାରେ। ଏଣୁ ଏହାକୁ କିପରି ନିୟନ୍ତ୍ରଣ କରାଯିବ ସେ ସମ୍ବନ୍ଧରେ ସରକାର ଚିନ୍ତିତ ରହିଛନ୍ତି। 

ଏଣୁ ଆଜିର ଅଧିବେଶନ ଆଗକୁ ସଂସଦର କାର୍ଯ୍ୟ କେଉଁ ଦିଗରେ ଗତି କରାଇବ ତାହାକୁ ସ୍ପଷ୍ଟ କରିବ।

;