ବିଧାୟକଙ୍କୁ ନିଲମ୍ବନ ନେଇ ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ୍
Advertisement
Article Detail0/zeeodisha/odisha2699230

ବିଧାୟକଙ୍କୁ ନିଲମ୍ବନ ନେଇ ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ୍

ନିଲମ୍ବନ ନେଇ ରାଜ୍ୟପାଳଙ୍କୁ ଫେରାଦ ହୋଇଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ରାଜ୍ୟପାଳଙ୍କୁ ଭେଟିଛି କଂଗ୍ରେସ ଟିମ୍‌

ବିଧାୟକଙ୍କୁ ନିଲମ୍ବନ ନେଇ ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ୍

ଭୁବନେଶ୍ୱର: ବିଧାୟକଙ୍କୁ ନିଲମ୍ବନ ନେଇ ରାଜ୍ୟପାଳଙ୍କୁ ଫେରାଦ ହୋଇଛି କଂଗ୍ରେସ । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ବରେ ରାଜ୍ୟପାଳଙ୍କୁ ଭେଟିଛି କଂଗ୍ରେସ ଟିମ୍‌ । କଂଗ୍ରେସ ବିଧାୟକଙ୍କ ନିଲମ୍ବନକୁ ଅଗଣତାନ୍ତ୍ରିକ ଦର୍ଶାଇ ଫେରାଦ ହୋଇଛି କଂଗ୍ରେସ ଟିମ୍‌ । ରାଜ୍ୟରେ ମହିଳା କମିଶନ ପଦ ଦୀର୍ଘ ଦିନ ଖାଲି ପଡ଼ିଥିବା କଂଗ୍ରେସ ଟିମ୍ ରାଜ୍ୟପାଳଙ୍କୁ ଜଣାଇଛନ୍ତି । ମହିଳା କମିଶନ ଥିଲେ ନାରୀ ନିର୍ଯାତନା କମ୍‌ ହୋଇଥାନ୍ତା ବୋଲି କହିଛନ୍ତି କଂଗ୍ରେସ ଦଳ ।

ସୂଚନାଯୋଗ୍ୟ, ବିଧାନସଭା ଫାଟକ ଆଗରେ କଂଗ୍ରେସ ବିଧାୟକମାନେ ଧାରଣା ଦେଇଥିଲେ । ବିଧାନସଭା ପରିସରକୁ ଯିବା ସମୟରେ କଂଗ୍ରେସ ବିଧାୟକଙ୍କୁ ଅଟକାଇଥିଲେ ପୋଲିସ କର୍ମଚାରୀ । ପ୍ରତିବାଦରେ ରାମଚନ୍ଦ୍ର କାଡ଼ାମ, ଅଶୋକ ଦାସ, ପବିତ୍ର ସାଉନ୍ତା ପ୍ରମୁଖ ଧାରଣାରେ ବସିଛନ୍ତି । କଂଗ୍ରେସ ନେତା ରାମଚନ୍ଦ୍ର କାଡ଼ାମ ପ୍ରତିକ୍ରିୟାରେ କହିଥିଲେ ଯେ, ଆମେ ଲୋକ ପ୍ରତିନିଧୀ, ଆମେ ସସପେଣ୍ଡ ହୋଇଛୁ। ଗୃହ ଭିତରକୁ ଯାଇପାରୁନୁ ହେଲେ ହତା ଭିତରକୁ ତ ଯାଇପାରିବୁ । ସେହିପରି ଅନ୍ୟ କଂଗ୍ରେସ ବିଧାୟକମାନେ ମଧ୍ୟ ବିଧାନସଭା ଫାଟକ ସମ୍ମୁଖରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶାସକଦଳ ଉପରେ ବର୍ଷିଥିଲେ ।

Also Read- Sun Mars Moon Transits: ତିନି ଗ୍ରହଙ୍କ ଶୁଭ ପ୍ରଭାବ ପଡିବ ୩ ରାଶିରେ, ମିଳିବ ଧନ !

Also Read- Weekly Tarot Reading: ନୂଆ ସପ୍ତାହରେ ଗଜକେଶରୀ ରାଜଯୋଗ, ୩ ରାଶିକୁ ଆର୍ଥିକ ଲାଭ

;