ନିର୍ବାଚନ ରେଜିଷ୍ଟ୍ରେସନ ଅଧୁକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ, ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ତରରେ ରାଜନୈତିକ ଦଳମାନଙ୍କ ସହିତ ତୃଣମୂଳ ସ୍ତରୀୟ ବୈଠକ ଜାରି । ଏହି ବୈଠକରେ ରାଜନୈତିକ ଦଳଗୁଡ଼ିକର ସକ୍ରିୟ ଅଂଶଗ୍ରହଣ କରିଛନ୍ତି ।
Trending Photos
ଭୁବନେଶ୍ବର: ଦେଶବ୍ୟାପୀ ୪,୧୨୩ ଜଣ ନିର୍ବାଚନ ରେଜିଷ୍ଟ୍ରେ ନିଷ୍ଟ୍ରେସନ ଅଧିକାରୀ ସେମାନଙ୍କ ନିଜ ନିଜ ବିଧାନସଭା ନିର୍ବାଚନମଣ୍ଡଳୀରେ ଯେକୌଣସି ବିଚାରାଧୀନ ପୋଲିଂ ବୁଥ୍ ସ୍ତରୀୟ ସମସ୍ୟାର ସମାଧାନ ପାଇଁ ସର୍ବଦଳୀୟ ବୈଠକ କରୁଛନ୍ତି । ସେହିପରି, ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସ୍ତରରେ ସ୍ତରରେ ସମସ୍ତ ୨୮ ରାଜ୍ୟ ଏବଂ ୮ କେନ୍ଦ୍ରଶାସିତ ପ୍ରଦେଶର ସମସ୍ତ ୭୮୮ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ୩୬ ଜଣ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜନପ୍ରତିନିଧ ଆଇନ ୧୯୫୦ ଏବଂ ୧୯୫୧, ନିର୍ବାଚନ ପଞ୍ଜୀକରଣ ନିୟମ ୧୯୬୦, ନିର୍ବାଚନ ଆଚରଣ ନିୟମ ୧୯୬୧ ଏବଂ ସମୟ ସମୟରେ ଭାରତୀୟ ନିର୍ବାଚନ କମିଶନ ଦ୍ବାରା ଜାରି ନିର୍ବାଚନ ପୁସ୍ତିକା, ମାର୍ଗଦର୍ଶିକା ଏବଂ ନିର୍ଦ୍ଦେଶାବଳୀର ଆଇନଗତ ନଗତ ଢାଞ୍ଚା ମଧ୍ୟରେ ଯଥାକ୍ରମେ ଜିଲ୍ଲା ଏବଂ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ସ୍ତରରେ ଯେକୌଣସି ପଡ଼ି ରହିଥିବା ସମସ୍ୟାର ସମାଧାନ ପାଇଁ ଏପରି ବୈଠକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକଗୁଡ଼ିକ ଜାତୀୟ/ରାଜ୍ୟ ସ୍ତରୀୟ ରାଜନୈତିକ ଦଳଗୁଡ଼ିକର ସକ୍ରିୟ ଅଂଶଗ୍ରହଣ ସହିତ ଆରମ୍ଭ ହୋଇସାରିଛି । ସମଗ୍ର ଦେଶରେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ, ଜି ଜିଲ୍ଲା ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏପରି ସମସ୍ତ ବୈଠକ ୩୧ ମାର୍ଚ୍ଚ, ୨୦୨୫ ସୁଦ୍ଧା ସମାପ୍ତ କରିବାକୁ ପଡ଼ିବ ।
ଏହା ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ନେତୃତ୍ବରେ ନିର୍ବାଚନ କମିଶନର ଡ ସୁଖବୀର ସିଂ ସାନ୍ଧୁ ଓ ଡ ବିବେକ ବକ ଜୋଶୀଙ୍କ ଉପସ୍ଥିତିରେ ରେ ୪ ମାର୍ଚ୍ଚ, ୨୦୨୫ରେ ନୂଆଦିଲ୍ଲୀର IIIDEM ଠାରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ମୁଖ୍ୟ ନିର୍ବାଚନ ଅଧୂକାରୀ ଏବଂ ପ୍ରତ୍ୟେକ ରାଜ୍ୟରୁ ଜଣେ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ନିର୍ବାଚନ ରେଜିଷ୍ଟ୍ରେସନ ଅଧିକାରୀଙ୍କ ସମ୍ମିଳନୀରେ କମିଶନଙ୍କ ନିର୍ଦ୍ଦେଶ ର୍ଦ୍ଦଶ ଅନୁଯାୟୀ ସ୍ଥିରୀକୃତ ହୋଇଥିଲା ।
ରାଜନୈତିକ ଦଳ ଏବଂ ସେମାନଙ୍କର ପ୍ରାକୃତ ପ୍ରତିନିଧି ଯେପରିକି ବୁଥ୍ ସ୍ତରୀୟ ଏଜେଣ୍ଟ, ପୋଲିଂ ଏଜେଣ୍ଟ, କାଉଣ୍ଟିଂ ଏଜେଣ୍ଟ ଏବଂ ନିର୍ବାଚନ ଏଜେଣ୍ଟଙ୍କର ନିର୍ବାଚନ ପରିଚାଳନା ସମେତ ବିଭିନ୍ନ ନିର୍ବାଚନ ପ୍ରକ୍ରିୟାରେ ନିର୍ଦ୍ଦିଷ୍ଟ ଭୂମିକା ରହିଛି । ବିଧାନସଭା ନିର୍ବାଚନ ମଣ୍ଡଳୀ, ଜିଲ୍ଲା ଏବଂ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶର ବୈଠକରେ ସକ୍ରିୟ ଏବଂ ଉତ୍ସାହୀ ଅଂଶଗ୍ରହଣ ସହିତ ରାଜନୈତିକ ଦଳଗୁଡ଼ିକ ଦ୍ବାରା ଏହି ତୃଣମୂଳ ସ୍ତରୀୟ ସମ୍ପର୍କକୁ ସ୍ବାଗତ କରାଯାଇଛି । ଆୟୋଗ ସମସ୍ତ ଜାତୀୟ/ରାଜ୍ୟ ରାଜନୈତିକ ଦଳଗୁଡ଼ିକୁ ସମୟସୀମା ମଧ୍ୟରେ ଯେକୌଣସି ବିଚାରାଧୀନ ସମସ୍ୟାର ସମାଧାନ ପାଇଁ ନିର୍ବାଚନ କର୍ତ୍ତୃପକ୍ଷଙ୍କ ସହିତ ଏହି ସକ୍ରିୟ ତୃଣମୂଳ ସ୍ତରୀୟ ସମ୍ପର୍କ ଓ ଅଂଶଗ୍ରହଣର ସୁଯୋଗ ଉଠାଇବାକୁ ଆମନ୍ତ୍ରଣ କରୁଛି ।
Also Read- Shukra Gochar 2025: ବୃହସ୍ପତିଙ୍କ ରାଶିରେ ଶୁକ୍ରଙ୍କ ପ୍ରଭାବ, ଚୈତ୍ର ନବରାତ୍ରୀ ପୂର୍ବରୁ ୩ ରାଶିର ଫିଟିବ ଭାଗ୍ୟ
Also Read- Weekly Tarot Reading: କେମିତି ବିତିବ ମାର୍ଚ୍ଚ ଶେଷ ସପ୍ତାହ ? ପଢନ୍ତୁ ରାଶିଫଳ