ସଂସଦରେ ‘ଅପରେସନ ସିନ୍ଦୂର’ ଡିବେଟ୍‌, ପ୍ରତିରକ୍ଷା ମନ୍ତ୍ରୀ କହିଲେ...
Advertisement
Article Detail0/zeeodisha/odisha2858516

ସଂସଦରେ ‘ଅପରେସନ ସିନ୍ଦୂର’ ଡିବେଟ୍‌, ପ୍ରତିରକ୍ଷା ମନ୍ତ୍ରୀ କହିଲେ...

ରାଜନାଥ କହିଛନ୍ତି ଯେ, ପହଲଗାମ ଆକ୍ରମଣ ପରେ ପରେ ଆମ ସେନା ଆଗକୁ ଆସିଲା । ‘ଅପରେସନ ସିନ୍ଦୂର’ରେ ଆତଙ୍କୀଙ୍କ ଘରେ ପଶି ଆମେ ମାରିଲୁ । ପିଓକେ ଏବଂ ପାକିସ୍ତାନରେ ୯ଟି ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍‌ କରିଥିଲା ଆମ ସେନା । ୯ଟି ଆତଙ୍କୀ ଆଡ୍ଡା ସ୍ଥଳରେ ୧୦୦ରୁ ଊର୍ଦ୍ଧ୍ବ ଆତଙ୍କୀଙ୍କୁ ନିପାତ କରିଛୁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ସଂସଦରେ କହିଛନ୍ତି ।

ସଂସଦରେ ‘ଅପରେସନ ସିନ୍ଦୂର’ ଡିବେଟ୍‌, ପ୍ରତିରକ୍ଷା ମନ୍ତ୍ରୀ କହିଲେ...

ନୂଆଦିଲ୍ଲୀ: ସଂସଦରେ‘ଅପରେସନ ସିନ୍ଦୂର’ ଡିବେଟ୍‌ ଆରମ୍ଭ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆରମ୍ଭ ଡିବେଟ୍‌ ଆରମ୍ଭ କରି  ସିଧାସଳଖ ଭାବେ ‘ଅପରେସନ ସିନ୍ଦୂର’ ରେ ଆମେରିକା ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବିକୁ ଅସ୍ବୀକାର କରିଛନ୍ତି । ଟ୍ରମ୍ପ୍‌ଙ୍କ ପକ୍ଷରୁ ହସ୍ତକ୍ଷେପ ନେଇ କୌଣସି ଚାପ ନ ଥିଲା ବୋଲି ରାଜନାଥ କହିଛନ୍ତି । ବିରୋଧୀ ଏହାକୁ ପ୍ରସଙ୍ଗ କରୁଥିବାରୁ ବିତର୍କରେ ସ୍ପଷ୍ଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ରାଜନାଥ କହିଛନ୍ତି ଯେ, ପହଲଗାମ ଆକ୍ରମଣ ପରେ ପରେ ଆମ ସେନା ଆଗକୁ ଆସିଲା । ‘ଅପରେସନ ସିନ୍ଦୂର’ରେ ଆତଙ୍କୀଙ୍କ ଘରେ ପଶି ଆମେ ମାରିଲୁ । ପିଓକେ ଏବଂ ପାକିସ୍ତାନରେ ୯ଟି ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍‌ କରିଥିଲା ଆମ ସେନା । ୯ଟି ଆତଙ୍କୀ ଆଡ୍ଡା ସ୍ଥଳରେ ୧୦୦ରୁ ଊର୍ଦ୍ଧ୍ବ ଆତଙ୍କୀଙ୍କୁ ନିପାତ କରିଛୁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ସଂସଦରେ କହିଛନ୍ତି ।

ପ୍ରତିରକ୍ଷା ମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ, କିଛି ବିରୋଧୀ ସଦସ୍ୟ ପଚାରୁଛନ୍ତି ଆମର କେତେ ଏୟାରକ୍ରାଫ୍ଟ ଧ୍ବଂସ ହୋଇଛି କିନ୍ତୁ ସେମାନେ ଶତ୍ରୁପକ୍ଷର କେତେ ଏୟାରକ୍ରାଫ୍ଟ ଧ୍ବଂସ ହୋଇଛି ପଚାରୁ ନାହାନ୍ତି । ଯଦି ପଚାରନ୍ତେ ଆତଙ୍କୀଙ୍କ ଆଡ୍ଡାସ୍ଥଳ ଧ୍ବଂସ ହୋଇଛି ତେବେ ତାହାର ଉତ୍ତର ହେଉଛି ହଁ । ଅପରେସନରେ ଆମର ଯବାନ କ୍ଷତି ସହିଛନ୍ତି ପ୍ରଶ୍ନର ଉତ୍ତରରେ ରାଜନାଥ ନା କହିଛନ୍ତି । ଆମର କୌଣସି ଗୁରୁତ୍ବପୂର୍ଣ୍ଣ ଆସେଟ୍‌ କ୍ଷତିଗ୍ରସ୍ତ ହୋଇନାହିଁ ବୋଲି ରାଜନାଥ ସିଂ ସଂସଦରେ କହିଛନ୍ତି ।

ବିତର୍କରେ ମହାଭାରତର ଶ୍ରୀକୃଷ୍ଣଙ୍କ ଉଦାହରଣ ଦେଇ ରାଜନାଥ ସିଂ କହିଛନ୍ତି ଯେ, 'ଧର୍ମ'ର ସୁରକ୍ଷା ପାଇଁ ସୁଦର୍ଶନ ଚକ୍ର ବାଛିବାକୁ ପଡିବ ବୋଲି ଶ୍ରୀକୃଷ୍ଣ କହିଥିଲେ । ‘୨୦୦୬ ସଂସଦ ଆକ୍ରମଣ, ୨୦୦୮ ମୁମ୍ବାଇ ଆକ୍ରମଣ ଦେଖିଲୁ’ ଏବଂ ‘ଏବେ ଆମେ କହିଲୁ ଯଥେଷ୍ଟ ହୋଇଗଲା, ସୁଦର୍ଶନ ଚକ୍ର ବାଛିଲୁ’

Also Read- Mangal Gochar 2025: କନ୍ୟାରେ ମଙ୍ଗଳ ଚଳନ, ୫ ରାଶି ପାଇଁ ଭଲ ଦିନ ଆରମ୍ଭ

Also Read- ଅପରେସନ ମହାଦେବ: ପହଲଗାମ ଆତଙ୍କୀଙ୍କୁ ସଫା କରିଦେଲା ସେନା

;