ସରକାରୀ ଅଫିସ କାର୍ଯ୍ୟ ଏଣିକି ଇଣ୍ଟରନେଟର ବ୍ୟବହାର
ରାଜ୍ୟର ସମସ୍ତ ସରକାରୀ ଅଫିସର କାର୍ଯ୍ୟକୁ ଅନ୍ଲାଇନ୍ ତଥା ଇଣ୍ଟରନେଟ ଯୋଗେ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ବିଶେଷ କରି ସରକାରୀ କାର୍ଯ୍ୟରେ ପାରଦର୍ଶିତା ରକ୍ଷା କରିବା ଏବଂ ସମୟୋପଯୋଗୀ ହେବା ଲାଗି ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବ। ପୂରତବରୁ କେବଳ ଜିଲ୍ଲା ମୁଖ୍ୟାଳୟ ଯାଏ ଏହିପରି ଅଟୋମେୌସନ୍ କାର୍ଯ୍ୟ କରାଯାଉଥିଲା। ଏବେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ କାର୍ଯ୍ୟାଳୟ ଯାଏ ଏହି ବ୍ୟବସ୍ଥା ଲାଗୁ କରାଯିବ। ଏଥିଲାଗି ‘ଓସ୍ୱାସ’ କାର୍ଯ୍ୟକାରୀ କରିବାକୁ ସରକାର ଯୋଜନା କରିଛନ୍ତି।
ଆଜି ରାଜ୍ୟସଭାରେ ଅପରେସନ ସିନ୍ଦୂର ଆଲୋଚନାର ଦ୍ୱିତୀୟ ଦିନ
ଆଜି ରାଜ୍ୟସଭାରେ ଅପରେସନ୍ ସିନ୍ଦୂର ସମ୍ପର୍କିତ ଆଲୋଚନାର ଦ୍ୱିତୀୟ ଦିନ। ଗତକାଲି ଲୋକସଭାରେ ପ୍ରଧାନମନ୍ତ୍ରୀ ଆଲୋଚନାରେ ଭାଗ ନେଇ ଦେଶର ଯୁଦ୍ଧ ଇତିହାସ ଓ ସାମରିକ ବାହିନୀର ଶକ୍ତି ବୃଦ୍ଧିକୁ ଉପସ୍ଥାପନ କରିଥିଲା। ଏପ୍ରିଲ୍ ୨୨ର ଆତଙ୍କବାଦୀ ଆକ୍ରମଣ ବିରୋଧରେ ସେନା ୨୨ ମିନିଟର ଯୁଦ୍ଧ କରି ଶତ୍ରୁ ପକ୍ଷର ନିଦ ହଜାଇ ଦେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ପିଓକେ ପ୍ରଶ୍ନରେ କଂଗ୍ରେସ ପାର୍ଟିକୁ ସମାଲୋଚନା କରିଛନ୍ତି ମୋଦୀ। ଅପରପକ୍ଷେ ଲଢ଼ିବା ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ଏବଂ ଟ୍ରମ୍ପଙ୍କ କଥାରେ ଯୁଦ୍ଧ ବିରତୀ କାହିଁକି ଘୋଷଣା କରାଯାଇଛି ବୋଲି କହିଛନ୍ତି ପ୍ରଧାନ ମନ୍ତ୍ରୀ।
ଆଜି ଆସିବ ମର୍ଚ୍ଚାଣ୍ଟ ସିପିଂ ବିଧେୟକ
ଆଜି ଲୋକସଭାରେ ମର୍ଚ୍ଚରାଣ୍ଟ ଶିପିଂ ବିଧେୟକ ଆସିବା ସମ୍ଭାବନା ରହିଛି। ଏହହି ବିଧେୟକକୁ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ୍ ଉପସ୍ଥାପନ କରିବେ ବୋଲି ଗୃହ କାର୍ଯ୍ୟସୂଚୀରେ ସ୍ଥାନୀତ କରାଯାଇଛି। ଏହା ପୂର୍ବରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି ସମ୍ପର୍କିତ ଏକ ସଂକଳ୍ପକୁ ସରକାର ଗୃହର ଅବଗତ ନିମନ୍ତେ ଉପସ୍ଥାପନ ଓ ପାରିତ କରିବେ।
ଫନ୍ଦି ଫିକରକୁ ବ୍ୟବହାର କରୁଛନ୍ତି ସାଧାରଣ ଲୋକେ
ଚାଷୀ ବୋଲି ପରିଚୟ ଦେବା ଲାଗି ସରକାରୀ ବ୍ୟବସ୍ଥାର ଫନ୍ଦି ଫିକରକୁ ବ୍ୟବହାର କରୁଛନ୍ତି ସାଧାରଣ ଲୋକ। ଏପରିକି ୨ଲକ୍ଷ ୭୩ ହଜାର ଜମି ଚାଷ ଜମି ନହୋଇ ମଧ୍ୟ ତାହାକୁ ଦେଖାଇ ଚାଷୀ ମାନ୍ୟତା ପାଇଛନ୍ତି କିଛି ବ୍ୟକ୍ତି। ବାଲେଶ୍ୱର ଜିଲ୍ଲାରେ ଏହାର ପରିମାଣ ସର୍ବାଧିକ ହୋଇଥିଲେମ ଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ସମସ୍ୟା ଦେଖିବାକୁ ମିଳିଛି। ଏଥିନେଇ ସାଟେଲାଇଟ୍ ସର୍ବେକ୍ଷଣ ଆଧାରରେ ଏଣିକି ଚାଷଜମି ଚିହ୍ନଟ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଋଷରେ ଆସିପାରେ ସୁନାମି
ଋଷରେ ଆସିପାରେ ସୁନାମି। ରିକ୍ଟର ସ୍କେଲରେ ୮.୭ ତୀବ୍ରତାର ଭୂକମ୍ପ ଅନୁଭବ ପରେ ସରକାରଙ୍କ ପକ୍ଷରୁ ଏଥିପାଇଁ ସତର୍କତା ଜାରି କରାଯାଇଛି। ଇଷ୍ଟର୍ଣ୍ଣ କାମଚଟକା ଠାରେ ଏପରି ସୁନାମୀର ଆଶଙ୍କା ଥିବାରୁ ଲୋକଙ୍କୁ ସତର୍କ କରାଇଛି ଋଷ।
ଭାରତ ଉପରେ ୨୫ ପ୍ରତିଶତ କର ଲାଗୁ କରିପାରେ ଆମେରିକା
ଭାରତ ୨୦-୨୫ ପ୍ରତିଶତ ଆମେରିକୀୟ ଟିକସର ସମ୍ମୁଖୀନ ହୋଇପାରେ। ସମାନୁପାତିକ ଟିକସ ଲାଗୁ ପ୍ରସଙ୍ଗରେ ଏକ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ ଏହି କଥାକୁ ସ୍ୱୀକାର କରିଛନ୍ତି। ଜୁଲାଇ ମାସ ୨୩ ତାରିଖରେ ଆମେରିକୀୟ ରାଷ୍ଟ୍ରପତି କହିଥିଲେ, ଆନୁପାତିକ ଟିକସ କ୍ଷେତ୍ରରେ ସର୍ବନିମ୍ନ ୧୫ ପ୍ରତିଶତ ଟିକସ ଭାରତୀୟ ଉତ୍ପାଦ ଉପରେ ଲାଗୁ ହୋଇପାରେ।
ଭାରତର ସମ୍ପର୍କ ସ୍ଥାପନ ଲାଗି କୂଟନୀତିକ ପ୍ରୟାସ ଆରମ୍ବ
ସିରିଆରେ ଗଠନ ହୋଇଥିବା ନୂଆ ସରକାର ସହ ବୁଝାମଣା ଓ ଉତ୍ତମ ସମ୍ପର୍କ ସ୍ଥାପନ ଲାଗି ଭାରତର କୂଟନୀତିକ ଉଦ୍ୟମ ଆରମ୍ଭ ହୋଇଛି। ଏହିକ୍ରମରେ ଭାରତର କୂଟନୀତିକ ପରିଦର୍ଶନ ହୋଇଛି। ସ୍ୱାସ୍ଥ୍ୟ ଓ ଦ୍ୱିପାକ୍ଷିକ ସମ୍ପର୍କ ସ୍ଥାପନ ଲାଗି ଏହି ଉଦ୍ୟମ କରାଯାଇଛି।
ଅଗଷ୍ଟ ୧ରୁ ଆନ୍ଦୋଳନ କରିବ ଛାତ୍ର ଓ ଯୁବ ବିଜେଡି
ରାଜ୍ୟରେ ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳା, ଛାତ୍ରୀ ଓ ମହିଳା ମାନେ ଅସୁରକ୍ଷିତ ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇବ ଛାତ୍ର ଓ ଯୁବ ବିଜେଡି। ବିଜୁ ଛାତ୍ର ଓ ଯୁବ ଜନତା ଦଳ ତରଫରୁ ଅଗଷ୍ଟ ୧ତାରିଖରୁ ଦ୍ଵିତୀୟ ପର୍ୟ୍ୟାୟ ଆନ୍ଦୋଳନ ଆରମ୍ଭ ହେବ ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି। ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଯୁବ ବିଧାୟକ ବ୍ୟୋମକେଶ ରାୟ ଓ ଦେବୀ ରଞ୍ଜନ ତ୍ରିପାଠୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।
'ପ୍ରଳୟ' କ୍ଷେପଣାସ୍ତ୍ରର ଦୁଇଟି ସଫଳ ପରୀକ୍ଷଣ ସମ୍ପନ୍ନ
ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ଏବେ ଅଧିକ ସଶକ୍ତ ହୋଇଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଓଡ଼ିଶା ଉପକୂଳର ବାଲେଶ୍ବରର ଚାନ୍ଦିପୁରସ୍ଥିତ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ପ୍ରଳୟ କ୍ଷେପଣାସ୍ତ୍ରର କ୍ରମାଗତ ଦୁଇଟି ସଫଳ ପରୀକ୍ଷଣ କରିଛି। ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।
SIR ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣୀ
ମଙ୍ଗଳବାର ଦିନ ସୁପ୍ରିମକୋର୍ଟର ଶୁଣାଣିରେ ଏହା ସ୍ପଷ୍ଟ ହୋଇଗଲା ଯେ ବିହାରରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ ଜାରି ରହିବ ଏବଂ ନିର୍ବାଚନ କମିଶନ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କାର୍ଯ୍ୟ କରିବେ। ସୁପ୍ରିମକୋର୍ଟ କହିଛନ୍ତି ଯେ ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା ଏବଂ ଏହା ଧରିନିଆଯିବ ଯେ ଏହା ଆଇନ ଅନୁଯାୟୀ କାର୍ଯ୍ୟ କରିବ। ଏଥିରୁ ସ୍ପଷ୍ଟ ଯେ SIR ର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅଗଷ୍ଟ ୧ ତାରିଖରେ ଭୋଟର ତାଲିକାର ଡ୍ରାଫ୍ଟ ପ୍ରକାଶିତ ହେବ।