T20 Match: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ପୁଣି ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍ । ତେବେ, ଆସନ୍ତୁ ଜାଣବା କେଉଁ ଦିନ। ପଢନ୍ତୁ ଏହି ରିପୋର୍ଟ...
ଆସନ୍ତା ଡିସେମ୍ବର ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ ଖେଳାଯିବ।
ALSO READ: Gold Rate Today: ପୁଣି ସୁନାଦରରେ ଅହେତୁକ ବୃଦ୍ଧି, ଭରି ପିଛା ବଢିଲା ଏତେ ଶହ ଟଙ୍କା
ALSO READ: Weather Update: ଆଜି ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ, ୫୦ କିମି ବେଗରେ ବହିବ ପବନ
ଦକ୍ଷିଣ ଆଫ୍ରିକା ଦଳ ଭାରତ ଗସ୍ତରେ ଆସି ୨ଟି ଟେଷ୍ଟ,୩ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବ।
ଟି-୨୦ ସିରିଜ୍ କଟକରୁ ଆରମ୍ଭ ହେବ ବୋଲି ବିସିସିଆଇ ପକ୍ଷରୁ ଘରୋଇ ଅନ୍ତର୍ଜାତୀୟ କ୍ରିକେଟ୍ ସୂଚୀ ଘୋଷଣା ହୋଇଛି।
ଗତ ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ -ଇଂଲଣ୍ତ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା। ୧୦ ମାସ ପରେ ପୁଣି ଏକ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜିତ ହେବାକୁ ଥିବାରୁ ଓଡି଼ଶା କ୍ରିକେଟ୍ ପ୍ରେମୀ ଉତ୍ସାହିତ ହୋଇପଡିଛନ୍ତି।
ଦକ୍ଷିଣ ଆଫ୍ରିକା ଶେଷ ଥର ବାରବାଟୀରେ ୨୦୨୨ରେ ଟି-୨୦ ମ୍ୟାଚ୍ ଖେଳି ବିଜୟୀ ହୋଇଥିଲା।
କଟକ ପରେ ଦ୍ବିତୀୟ ମ୍ୟାଚ୍ ଡିସେମ୍ବର ୧୧ ରେ ନୂଆ ଚଣ୍ତିଗଡ଼, ତୃତୀୟ ମ୍ୟାଚ୍ ୧୪ ରେ ଧର୍ମଶାଳା, ଚତୁର୍ଥ ମ୍ୟାଚ୍ ୧୭ରେ ଲକ୍ଷ୍ନୌ ଏବଂ ପଞ୍ଚମ ମ୍ୟାଚ୍ ୧୯ ତାରିଖ ଦିନ ଅହେମଦାବାଦରେ ଖେଳାଯିବ।
ଆସନ୍ତା ଡିସେମ୍ବରରେ ମ୍ୟାଚ୍ ଆୟୋଜନ ନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ ପ୍ରସ୍ତୁତ ରହିଥିବା ସମ୍ପାଦକ ସଂଜୟ ବେହେରା କହିଛନ୍ତି।
ट्रेन्डिंग फोटोज़