Odisha News: (ନାରାୟଣ ବେହେରା) ଆଧୁନୀକିକରଣ ଓ ଶିଳ୍ପ ବିକାଶର ଅକ୍ଷ ପାଲଟିବ ପାରାଦୀପ ବନ୍ଦର। ସରକାର ପ୍ରଥମ ଦିନରୁ ହିଁ ଜନତାଙ୍କ ହିତ ପାଇଁ କାର୍ଯ୍ୟ ଜାରି ରଖିଛି। ଶିକ୍ଷା ସ୍ୱାସ୍ଥ୍ୟ, ଗମନାଗମ, ଶିଳ୍ପ, ଗ୍ରାମ୍ୟ ଉନ୍ନୟନ, ଜୀବନ ଜୀବିକା, କୃଷି, ମହିଳା ସଶକ୍ତିକରଣ ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଗତିରେ ବିକାଶର ଧାରା ବହି ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।
Trending Photos
Odisha News: ଜଗତସିଂପୁର ଜିଲ୍ଲାରେ ବହୁ ଶୀଘ୍ର ସ୍ଥାପିତ ହେବ ମେଡିକାଲ କଲେଜ। ଯାହା ଫଳରେ ଜିଲ୍ଲାରେ ସ୍ବାସ୍ଥ୍ୟ ବ୍ୟବସ୍ଥା ର ସମୃଦ୍ଧି ଘଟିବା ସହିତ ସମସ୍ତ ଜନ ସାଧାରଣ ଉପକୃତ ହେବ। ଜିଲ୍ଲାରେ Textile Production Unit ପ୍ରତିଷ୍ଠା ହେବ,ଏହା ପ୍ରାୟ ୨୦ ହଜାର ଜନ ସାଧାରଣ ନିଯୁକ୍ତି ଦେବ।ଜଗତସିଂହପୁର ଜିଲ୍ଲା ରାଜ୍ୟର ବିକାଶ ର ଏକ ନମ୍ବର ଗ୍ରୋଥ ଇଞ୍ଜିନ୍ ହେବ ବୋଲି କହିଥିଲେ ଜଗତସିଂହପୁର ଜିଲ୍ଲା ମହୋତ୍ସବ ''କଲ୍ଲୋଳ'' ୨୦୨୫ ତୃତୀୟ ସଂନ୍ଧ୍ୟା ରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଓଡ଼ିଶାର ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସରକାର ଜଗତସିଂହପୁର ଜିଲ୍ଲାକୁ ରାଜ୍ୟର ଏକ ଅଗ୍ରଣୀ ଓ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଜଗତସିଂହପୁରର ସର୍ବାଙ୍ଗୀନ ବିକାଶ କରିବା ଉପରେ ପ୍ରାଥମିକତା ଦିଆଯାଇଛି। ଖୁବଶୀଘ୍ର ଜଗତସିଂପୁର ଜିଲ୍ଲାରେ ସ୍ଥାପିତ ହେବାକୁ ଯାଉଛି ମେଡିକାଲ କଲେଜ, ଯାହା ଫଳରେ ସମସ୍ତ ଜନସାଧାରଣ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ଚଳିତ ବର୍ଷ ଜଗତସିଂହପୁର ଜିଲ୍ଲାରେ ଏକ ସରକାରୀ ମହାବିଦ୍ୟାଳୟ ପ୍ରତିଷ୍ଠା ହେବ ଏବଂ ଓଡିଶାର ଅନ୍ୟତମ ଶିଳ୍ପ ସମୃଦ୍ଧ ଅଞ୍ଚଳ ପାରାଦୀପ ଆମ ରାଜ୍ୟର ବିକାଶ ମୁକୁଟର ମଣି ସଦୃଶ ବୋଲି କହିବା ସହିତ ଜିଲ୍ଲା ପାଇଁ ଚଳିତ ଆର୍ଥିକ ବର୍ଷରେ ୨ ଲକ୍ଷ କୋଟି ରୁ ଉର୍ଦ୍ଧ୍ଵ ଟଙ୍କାର ବଜେଟ ରାଜ୍ୟ ସରକାର ମଂଜୁର କରିଛନ୍ତି, ଯାହା ଏହି ଅଂଚଳର ବିକାଶ ପାଇଁ ଖର୍ଚ୍ଚ ହେବ। ସରକାର ଯେଉଁ ପୋର୍ଟ ଲେଡ୍ ଡେଭଲପ୍ମେଣ୍ଟ୍ର ମୂଳଦୁଆ ପାଇଁ ବଜେଟ୍ରେ ପ୍ରସ୍ତାବ ଆଣିଛନ୍ତି ସେଥିରେ ପାରାଦ୍ୱୀପ ହେବ ଅଗ୍ରଣୀ। ଏଥିପାଇଁ ପାରାଦୀପ, ଚୌଦ୍ୱାର, ଅନୁଗୋଳ, ଢେଙ୍କାନାଳ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ରାଉରକେଲାକୁ ସଂଯୋଗ କରୁଥିବା ଏକ ଶିଳ୍ପ କରିଡର ବିକାଶ କରାଯିବ। ଆଧୁନୀକିକରଣ ଓ ଶିଳ୍ପ ବିକାଶର ଅକ୍ଷ ପାଲଟିବ ପାରାଦୀପ ବନ୍ଦର। ସରକାର ପ୍ରଥମ ଦିନରୁ ହିଁ ଜନତାଙ୍କ ହିତ ପାଇଁ କାର୍ଯ୍ୟ ଜାରି ରଖିଛି। ଶିକ୍ଷା ସ୍ୱାସ୍ଥ୍ୟ, ଗମନାଗମ, ଶିଳ୍ପ, ଗ୍ରାମ୍ୟ ଉନ୍ନୟନ, ଜୀବନ ଜୀବିକା, କୃଷି, ମହିଳା ସଶକ୍ତିକରଣ ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଗତିରେ ବିକାଶର ଧାରା ବହି ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ, ଆଇନ, ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଜଗତସଂହପୁର ବିଧାୟକ ଅମରେନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ର ପ୍ରଗତି ରେ ଯୁବପିଢୀ ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସଭାରେ ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ, ପୌର ପରିଷଦ, ଜଗତସିଂହପୁର ଅଧ୍ୟକ୍ଷା ଅର୍ଚ୍ଚନା ସିଂହ ଯୋଗଦେଇ ଜିଲ୍ଲା ଉତ୍ସବ ତଥା ଜିଲ୍ଲା ପ୍ରତିଷ୍ଠା ର କୀର୍ତ୍ତି ଗାଥା ବିଷୟରେ କହିଥିଲେ ।