Top 10 News: ୬ଟି ଟେକ୍ସଟାଇଲ୍ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଅବପାତ ବର୍ଷାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି; ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2855390

Top 10 News: ୬ଟି ଟେକ୍ସଟାଇଲ୍ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ଅବପାତ ବର୍ଷାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି; ୧୦ ବଡ଼ ଖବର

Top 10 News Headlines: ରାଜ୍ୟ ସରକାର ସମସ୍ତ ଜବ୍ କାର୍ଡଧାରୀଙ୍କ ପାଇଁ ଆଗାମୀ ତିନି ମାସ ମଧ୍ୟରେ ନିଜ ନିଜର ଇ-କେୱାଇସି ଭେରିଫିକେସନ୍ ପୂରା କରିବାକୁ ବାଧ୍ୟତାମୂଳକ କରିଛନ୍ତି। । ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 News Headlines 25 July 2025
Top 10 News Headlines 25 July 2025

Top 10 News Headlines 25 July 2025: Fake Job Cards To Be Cancelled: ରାଜ୍ୟ ସରକାର ସମସ୍ତ ଜବ୍ କାର୍ଡଧାରୀଙ୍କ ପାଇଁ ଆଗାମୀ ତିନି ମାସ ମଧ୍ୟରେ ନିଜ ନିଜର ଇ-କେୱାଇସି (ଇଲେକ୍ଟ୍ରୋନିକ୍ ନୋ ୟୋର୍ କଷ୍ଟମର) ଭେରିଫିକେସନ୍ ପୂରା କରିବାକୁ ବାଧ୍ୟତାମୂଳକ କରିଛନ୍ତି। ନଚେତ୍ ଜବ୍ କାର୍ଡ ବାତିଲ କରାଯିବ। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ ଶୁକ୍ରବାର ଦିନ ଏହା ଘୋଷଣା କରିଛନ୍ତି।

Jagneshwar Dandapat Reappointed As Utkal University VC: ଶୁକ୍ରବାର ରାଜଭବନ ପକ୍ଷରୁ ଜାରି ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ପୁନଃନିଯୁକ୍ତ କରାଯାଇଛି। ନୂତନ କୁଳପତି ନିଯୁକ୍ତ ନହେବା ପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ।

Odisha Police Transfers: ଓଡ଼ିଶା ସରକାର ଆଜି ୧୫ ଜଣ ପୋଲିସ ସବ-ଇନ୍ସପେକ୍ଟରଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ପ୍ରତିଷ୍ଠାନକୁ ବଦଳି କରିଛନ୍ତି। ଏହାକୁ ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ଚିନ୍ମୟୀ ବିଶ୍ୱାଳଙ୍କୁ ପୋଲିସ କମିଶନରେଟ, ଅନିରୁଦ୍ଧ ରାଉତଙ୍କ ଜଗତସିଂହପୁରରୁ ଅନୁଗୁଳ ଓ ଯୁଧିଷ୍ଠିର ସାହୁଙ୍କୁ ଜଗତସିଂହପୁରରୁ କେନ୍ଦ୍ରାପଡ଼ାକୁ ଟ୍ରାନ୍ସଫର କରାଯାଇଛି।

Bihar Special Intensive Revision: ନିର୍ବାଚନ କମିଶନ କହିଛନ୍ତି ଯେ ୭.୨୩ କୋଟି ଭୋଟରଙ୍କ ଫର୍ମ ଗ୍ରହଣ କରାଯାଇଛି ଓ ସେଗୁଡ଼ିକୁ ଡିଜିଟାଇଜେସନ୍ କରାଯାଇଛି। ଏହି ସମସ୍ତ ଭୋଟରଙ୍କ ନାମ ଡ୍ରାଫ୍ଟ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରାଯିବ। ଅବଶିଷ୍ଟ ଭୋଟରଙ୍କ ଫର୍ମର ଡିଜିଟାଇଜେସନ୍ ଏବଂ BLO ରିପୋର୍ଟ ମଧ୍ୟ ଅଗଷ୍ଟ ୧ ସୁଦ୍ଧା ସମାପ୍ତ ହେବ।

Odisha Approves Rs 870 Cr Solar and Wind Projects: ଅକ୍ଷୟଶକ୍ତି କ୍ଷେତ୍ରରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି ଓଡ଼ିଶା।  ୮୬୯.୮ କୋଟି ଟଙ୍କା ବିନିଯୋଗରେ ମୋଟ ୧୭୮ ମେଗାୱାଟ୍ କ୍ଷମତା ବିଶିଷ୍ଟ ଅକ୍ଷୟଶକ୍ତି ପ୍ରକଳ୍ପ ସ୍ଥାପନ କରିବା ପାଇଁ ଅନୁମୋଦନ ପ୍ରାପ୍ତ ହୋଇଛି । ରାଜ୍ୟ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱାଦଶ ସିଙ୍ଗଲ୍‌ ୱିଣ୍ଡୋ କମିଟି (SWC) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । 

CM Public Grievance Hearing News: ଆସନ୍ତା ସୋମବାର ଜୁଲାଇ ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ୧୦୦୦ ଜଣ ଆବେଦନକାରୀ ସେମାନଙ୍କର ନାମ ଅନ୍ ଲାଇନ୍ ଯୋଗେ ପଞ୍ଜୀକରଣ କରିସାରିଛନ୍ତି। ଏହି ଅନଲାଇନ ପଞ୍ଜୀକରଣ ଆଜି ଜୁଲାଇ ୨୫ ତାରିଖ ସକାଳ ୧୦.୦୦ ଠାରୁ ଆରମ୍ଭ ହୋଇ ସର୍ବାଧ‌ିକ ୧୦୦୦ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିଥିଲା।

Odisha Whether Update: ଉପକୂଳ ପଶ୍ଚିମବଙ୍ଗ ଉପରେ ଏକ ଅବାପତ ତୀବ୍ର ହୋଇଛି ଏବଂ ୨୨ କିଲୋମିଟର ଘଣ୍ଟା ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଆଡକୁ ଗତି କରିଛି। ଏହି ଅବପାତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଯାହା ଫଳରେ ଏହି ଅଞ୍ଚଳଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହି ଅବପାତ ବର୍ଷା ନେଇ SRC ଜିଲ୍ଲାପାଳ ମାନଙ୍କୁ ଚିଠି କରିଛି।

CBI Court Sentences Former ED Officer: ପୂର୍ବତନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ନିଜ ପଦବୀର ଅପବ୍ୟବହାର କରିବା ଏବଂ ଜଣେ ବ୍ୟକ୍ତିଙ୍କୁ ଧମକ ଦେବା ଏବଂ ତାଙ୍କଠାରୁ ୫ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଅଭିଯୁକ୍ତ ଥିଲେ। ସିବିଆଇ କୋର୍ଟ ଏହି ଅଭିଯୋଗଗୁଡ଼ିକୁ ସତ୍ୟ ବୋଲି ଜାଣି ଏହି ପୂର୍ବତନ ଅଧିକାରୀଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି।

India Maldives Deal: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପ୍ରତି ମାଳଦ୍ୱୀପ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କ ଦୃଷ୍ଟିରୁ ଐତିହାସିକ ପ୍ରମାଣିତ ହୋଇଛି। ଏହି ଗସ୍ତ ସମୟରେ ଭାରତ ଏବଂ ମାଳଦ୍ୱୀପ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ଏବଂ ଘୋଷଣା କରାଯାଇଛି। ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ଦିଗରେ ନିର୍ଣ୍ଣାୟକ ପଦକ୍ଷେପ।

India vs England live Match update: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ଓଲ୍ଡ ଟ୍ରାଫୋର୍ଡରେ ଖେଳାଯାଉଛି। ଭାରତ ପ୍ରଥମ ଇନିଂସରେ ୩୫୮ ରନ୍ କରିଛି ଏବଂ ଜବାବରେ ଇଂଲଣ୍ଡ ଦଳ ତୃତୀୟ ଦିନରେ ପାଞ୍ଚ ୱିକେଟ୍ ହରାଇ ୫୦୦ରୁ ଅଧିକ ରନ୍ କରିଛି। ଏହା ସମେତ ଇଂଲଣ୍ଡ ୧୪୦ରୁ ଅଧିକ ରନ୍ ର ଲିଡ୍ ହାସଲ କରିଛି।

;