Mohan Charan Majhi: ସପତ୍ନୀକ ଜଗନ୍ନାଥଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2871737

Mohan Charan Majhi: ସପତ୍ନୀକ ଜଗନ୍ନାଥଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ:  କିଛି ଦିନର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପତ୍ନିକ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିଛନ୍ତି। ଆଜି ସଂଧ୍ୟାରେ ସର୍କିଟ ହାଉସରେ ପହଞ୍ଚିବା ପରେ ସେଠାରେ କିଛି ସମୟ ବିଶ୍ରାମ କରି ଶ୍ରୀମନ୍ଦିରକୁ ଯାଇଥିଲେ। ବର୍ଷାକୁ ଦୃଷ୍ଟିରେ ରଖି ତାଳପତ୍ରରେ ଛତିରେ ଆକଟ କରି ନେଇଥିଲେ। ସିଂହଦ୍ଵାର ନିକଟର

Mohan Charan Majhi: ସପତ୍ନୀକ ଜଗନ୍ନାଥଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

Mohan Charan Majhi: ପୁରୀ:  କିଛି ଦିନର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସପତ୍ନିକ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ସାନିଧ୍ୟ ଗ୍ରହଣ କରିଛନ୍ତି। ଆଜି ସଂଧ୍ୟାରେ ସର୍କିଟ ହାଉସରେ ପହଞ୍ଚିବା ପରେ ସେଠାରେ କିଛି ସମୟ ବିଶ୍ରାମ କରି ଶ୍ରୀମନ୍ଦିରକୁ ଯାଇଥିଲେ। ବର୍ଷାକୁ ଦୃଷ୍ଟିରେ ରଖି ତାଳପତ୍ରରେ ଛତିରେ ଆକଟ କରି ନେଇଥିଲେ। ସିଂହଦ୍ଵାର ନିକଟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରି ସ୍ୱାଗତ କରିଥିଲେ ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ମାଆ ବିମଳାଙ୍କ ମନ୍ଦିର ବିଭିନ୍ନ ପାର୍ଶ୍ଵଦେବାଦେବୀ ମନ୍ଦିର ପରିଦର୍ଶନ କରିଥିଲେ। ଏଥିସହିତ ମୁକ୍ତିମଣ୍ଡପ ନିକଟରେ ଝୁଲଣ ଯାତ୍ରା ଦେଖିଥିଲେ।  ବାଲେଶ୍ୱର ଫକୀରମୋହନ କଲେଜର ଛାତ୍ରୀ ସୈାମ୍ଯାଶ୍ରୀ ଓ ବଳଙ୍ଗା ପୀଡିତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ମର୍ମାହତ ହୋଇଥିଲେ। ଏଣୁ ମହାପ୍ରଭୁଙ୍କୁ ଦର୍ଶନ କରି ଏହି ଦୁଇଝିଅଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ବୋଲି କହିଛନ୍ତି ବରିଷ୍ଟ ସେବାୟତ। 

ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ଵାଗତ କରାଯାଇଥିଲା। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ପିନାକ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ। ଅପରାହ୍ନ ୪ଟାରେ ତାଙ୍କ ପୁରୀ ଗସ୍ତ ଥିଲେ ମଧ୍ୟ ବର୍ଷା ଯୋଗୁଁ ପ୍ରଥମେ ସେ ସର୍କିଟ ହାଉସରେ ପହଞ୍ଚିଥିଲେ।

;