Odisha News: ବିଏମସିରେ ଜନ ଶୁଣାଣି ବେଳେ ଅତିରିକ୍ତ କମିଶନର ରତ୍ନାକର ସାହୁ ଆକ୍ରମଣ । ପାଞ୍ଚ ଜଣ ଯୁବକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ମାଡ଼ ମାରିବା ସହ ତାଙ୍କୁ ଅଫିସରୁ ଘୋଷାରି ଟାଣି ବାହରକୁ ନେଇ ଯାଇଥିବା ଦେଖାଯାଇଥିଲା ।
Trending Photos
Odisha News: ବିଏମସିରେ ଜନ ଶୁଣାଣି ବେଳେ ଅତିରିକ୍ତ କମିଶନର ରତ୍ନାକର ସାହୁ ଆକ୍ରମଣ । ପାଞ୍ଚ ଜଣ ଯୁବକ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ମାଡ଼ ମାରିବା ସହ ତାଙ୍କୁ ଅଫିସରୁ ଘୋଷାରି ଟାଣି ବାହରକୁ ନେଇ ଯାଇଥିବା ଦେଖାଯାଇଥିଲା । ଏହି ଘଟଣା ପରେ ଖାରବେଳ ନଗର ଥାନାରେ ଏତଲା ଦିଆଯାଇଛି ଓ ପୋଲିସ ତଦନ୍ତ ଆରମ୍ଭ କରିଛି। ମାଡ଼ ମରା ପ୍ରତିବାଦରେ ବିଏମ୍ସି ଅଧିକାରୀ ଓ କର୍ମଚାରୀ ଧାରଣାରେ ବସିଛନ୍ତି । ତୁରନ୍ତ ଦୁର୍ବୃତ୍ତଙ୍କୁ ଗିରଫ ଦାବି କରିବା ସହ କାମ ବନ୍ଦ କରି ଆନ୍ଦୋଳନରେ ବସିଛନ୍ତି କର୍ମଚାରୀ ।
ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ରଟ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କିଛି ଦୁର୍ବୃତ୍ତ ମାଡ଼ ମାରିଥିବା ଅଭିଯୋଗ ହୋଇଛି #OdishaNews pic.twitter.com/5tHvtRrTuc
— ZEE Odisha News (@ZeeOdisha) June 30, 2025
ପ୍ରତି ସୋମବାର ପରି ବିଏମସି କାର୍ଯ୍ଯଳୟରେ ଚାଲିଥିଲା ଅଭିଯୋଗ ଶୁଣାଣି । କମିଶନରଙ୍କ ଅନୁପସ୍ଥିତିରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଲୋକଙ୍କ ଅଭିଯୋଗ ଶୁଣୁଥିଲେ । ୫ ଜଣ ଯୁବକ ରତ୍ନାକରଙ୍କ ଚାମ୍ବରକୁ ଧସେଇ ପଶିଥିଲେ। ବିଜେପି ନେତାଙ୍କୁ କଣ କହିଲେ ବୋଲି ପ୍ରଶ୍ନ କରିଥିଲେ । ଗୋଟିଏ ୱାର୍ଡର ସ୍ବଚ୍ଛ ସାଥୀ ଓ ସୁପରଭାଇଜରଙ୍କ ଅଭିଯୋଗକୁ ନେଇ ତଦନ୍ତକୁ କରୁଥିଲେ ଏଡିସି ।
ତଦନ୍ତ ରିପୋର୍ଟ ଦେଲେ କି । ତା ପରେ ବିଜେପି ନେତାଙ୍କୁ ଦୁବ୍ଯବହାର କାହିଁକି କଲେ ବୋଲି କହି ୫ ଜଣ ଯୁବକ ମାଡ ମାରିବା ସହିତ ଜୋର ଜବରଦସ୍ତ ଟେକି ନେଉଥିଲେ । ଏ ଘଟଣା ପରେ ଆଇନ ଆଶ୍ରୟ ନେବେ ବୋଲି ଏଡିସି କହିଛନ୍ତି । ଦିନ ଦି ପ୍ରହରେ ପଶି ବିଏମସି କାର୍ଯ୍ଯଳୟରେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ପରେ ଅନ୍ଯ କର୍ମଚାରୀମାନେ ଅସୁରକ୍ଷିତ ମଣି ଧାରଣାରେ ବସିଛନ୍ତି । ଆକ୍ରମଣ କାରୀଙ୍କୁ ଗିରଫ କରିବା ସହି ଦୁଷ୍ଟାନ୍ତମୂଳକ କାର୍ଯ୍ଯନୁଷ୍ଠାନ ନେବାକୁ ଦାବି କରିଛନ୍ତି କର୍ମଚାରୀ । ଏହି ଘଟଣାରେ ଖାରବେଳନଗର ଥାନା ପୋଲିସ ତଦନ୍ତ କରୁଛି । ସିସିଟିଭି ଫୁଟେଜ ଯାଞ୍ଚ ହେଉଛି।