Odisha News: ବ୍ରହ୍ମପୁର ସସ୍‌ କମ୍ପାନୀରେ ପୋଲିସ ଓ ଖାଦ୍ୟ ସୁରକ୍ଷା ସ୍କ୍ବାଡ୍‌ର ରେଡ୍
Advertisement
Article Detail0/zeeodisha/odisha2821612

Odisha News: ବ୍ରହ୍ମପୁର ସସ୍‌ କମ୍ପାନୀରେ ପୋଲିସ ଓ ଖାଦ୍ୟ ସୁରକ୍ଷା ସ୍କ୍ବାଡ୍‌ର ରେଡ୍

Odisha News: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ପିଚିପିଚା ସାହିରେ ଦୀର୍ଘ ବର୍ଷ ଧରି ଚାଲିଥିବା ଟମାଟୋ ସସ ଫେକ୍ଟ୍ରିରେ ପୋଲିସ ଓ ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ବିଭାଗର ମିଳିତ ଚଢାଉ କରାଯାଇଛି । ଶୁବମ ଫୁଡ୍ ପ୍ରଟକ୍ଟ ନାମରେ ରହିଥିବା ଏହି ଫେକ୍ଟ୍ରିରେ ଚଡାଉ ବେଳେ ବିପୁଳ ପରିମାଣର ଅସ୍ୱାସ୍ଥ୍ୟକର ଚମାଟୋସସ୍ , ଚିଲି ସସ, ଭିନେଗାର ,ସୋୟାବଡି , ବିଭିନ୍ନ ରଙ୍ଗ କେମିକାଲ କୁ ଜବତ କରାଯାଇଛି। 

ଫେକ୍ଟ୍ରୀ ପ୍ରସ୍ତୁତ ହେଉଥିବା ଏହି ସମସ୍ତ ସାମଗ୍ରୀକୁ , ଅନମୋଲ ବ୍ରାଣ୍ଡ ରେ ନାମିତ କରି ବଜାରରେ ଶହଶହ ପେଡ଼ି ବିକ୍ରି ହୋଇଆସୁଥିଲା । ତେବେ ରାଜ୍ୟରେ ହଇଜା ସଂକ୍ରମଣ ବୃଦ୍ଧି ପାଇଚାଲିଥିବା ବେଳେ ଏପଟେ ପାଟି ସୁଆଦିଆ ଖାଦ୍ୟ ଯୋଗାଇଦେବା କେମିକାଲ ଯୁକ୍ତ ସାମଗ୍ରୀ ବିଷ ଭଳି ହୋଇଥିଲେ ମଧ୍ୟ ଆଖିକୁ ସୁନ୍ଦର ଓ ବ୍ରାଣ୍ଡେଡ ଲେବେଲ ମାରି ଅଖାଦ୍ୟ କୁ ବଜାରରେ ବେଧଡକ ବିକ୍ରି ଚାଲିଥିଲା । ବିଭାଗୀୟ ଅଧିକାରୀଙ୍କ ଚଢ଼ାଉ ବେଳେ ଏହି ଫେକ୍ଟ୍ରିରୁ ବିପୁଳ ପରିମାଣର ଆଖିକୁ ଟମାଟୋ ସସ ଭଳି ଦୁଶୁଥିବା ରଙ୍ଗ ରଙ୍ଗର ଶହ ଶହ ବଟଲ ଓ ଖୋଲା ବେରେଲରେ ରଖାଯାଇଥିବା ନକଲି ଟମାଟ ସସ କୁ ଜବତ କରାଯାଇଛି।

ସେଥିରୁ ନମୂନା ସଂଗ୍ରହ କରିବା ସହ ସିଲ୍ କରି ପରୀକ୍ଷାଗାର କୁ ମାନ ନିର୍ଦ୍ଧାରଣ ଯାଞ୍ଚ ପାଇଁ ପଠାଯାଇଥିବା ଖାଦ୍ୟ ସୁରକ୍ଷା ଅଧିକାରୀ କହିଛନ୍ତି। ଏହି ନକଲି ସାମଗ୍ରୀ ଅନମଲ ବ୍ରାଣ୍ଡ ନାମରେ ବଜାରକୁ ଛଡାଯାଇଥିଲା ।‌ ବ୍ରହ୍ମପୁର ସମେତ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନକୁ ଏହି ବ୍ରାଣ୍ଡ ର ଟମାଟୋ ସସ, ଚିଲି ସସ , ଭିନେଗାର ବିକ୍ରି ପାଇଁ ପଠାଯାଉଥିଲା । ଅନ୍ୟପକ୍ଷରେ ଫ୍ୟାକ୍ଟ୍ରି ମାଲିକ ପ୍ରଶାନ୍ତ କୁମାର ପାଣିଗ୍ରାହୀ ସମସ୍ତ କାଗଜ ପତ୍ର ଠିକ୍ ଅଛି । ସରକାରୀ ନିୟମର ମୂତାବକ ସମସ୍ତ ସାମଗ୍ରୀ ପ୍ରସ୍ତୁତ ହେଉଥିବା କହିଛନ୍ତି। 

;