Odisha News: ବଢ଼ୁଛି ବର୍ଷା,ଫୁଲୁଛି ନଦୀ
Advertisement
Article Detail0/zeeodisha/odisha2855867

Odisha News: ବଢ଼ୁଛି ବର୍ଷା,ଫୁଲୁଛି ନଦୀ

Odisha News: ଲଘୁଚାପ ଜନିତ ଲଗାଣ ବର୍ଷାରେ ଫୁଲୁଛି ଜଳକା ଓ ବୈତରଣୀ।  ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ ନଦୀ ଜଳସ୍ତର। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କ ସୂଚନା ଦେଇଛନ୍ତି। 

Odisha News: ବଢ଼ୁଛି ବର୍ଷା,ଫୁଲୁଛି ନଦୀ

Odisha News: ଲଘୁଚାପ ଜନିତ ଲଗାଣ ବର୍ଷାରେ ଫୁଲୁଛି ଜଳକା ଓ ବୈତରଣୀ।  ବିପଦ ସଙ୍କେତ ଉପରେ ଜଳକା ଓ ବୈତରଣୀ ନଦୀ ଜଳସ୍ତର। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀଙ୍କ ସୂଚନା ଦେଇଛନ୍ତି। ଭଦ୍ରକର ଧାମନଗର, ବାଲେଶ୍ବରର ଚାନ୍ଦବାଲି ଅଞ୍ଚଳ ପ୍ରଭାବିତ ହେବ। ଯାଜପୁର ଜିଲ୍ଲାର ଦଶରଥପୁର ଅଞ୍ଚଳ ପ୍ରଭାବିତ ହେବ। ଏନେଇ କ୍ଷେତ୍ର ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି।

ଆସନ୍ତାକାଲି ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି ଦେଖା ଦେବ। ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନାହିଁ । ବ୍ରାହ୍ମଣୀ ନଦୀରେ ଏଯାଏଁ ବନ୍ୟା ସ୍ଥିତି ଦେଖାଯାଇନି। ହୀରାକୁଦକୁ ୪ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ରେଙ୍ଗାଲି ଡ୍ୟାମ୍‌ରେ ୩ଟି ଗେଟ୍‌ ଦେଇ ପାଣି ଚାଲିଛି।କେନ୍ଦୁଝର ଆନନ୍ଦପୁରରେ ସତର୍କ ସଂକେତ ଉପରେ ପ୍ରବାହିତ ହେଉଛନ୍ତି ବୈତରଣୀର ଜଳସ୍ତର। ସତର୍କ ସଙ୍କେତ ୩୭.୪୪୫ ମିଟର ରହିଥିବା ବେଳେ ବର୍ତ୍ତମାନ ଜଳସ୍ତର ରହିଛି ୩୭.୮୦୦ ମିଟର । 

 

;