Puri News: ଆସନ୍ତା ୨୮ ତାରିଖ ସୋମବାର ଦିନ, ଶ୍ରାବଣ ଶୁକ୍ଲ ପକ୍ଷ ଚତୁର୍ଥ ତିଥିରେ ଶ୍ରୀବିଗ୍ରହମାନଙ୍କର ଖସାପଡ଼ା ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ବିତୀୟ ଭୋଗ ମଣ୍ତପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ୬ ଘଟିକା ରୁ ରାତ୍ର ୧୦ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
Trending Photos

ଖସାପଡ଼ା ନୀତି ପାଇଁ ସୋମବାର ଶ୍ରୀମନ୍ଦିରରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ଦର୍ଶନ ବନ୍ଦ ରହିବ। ଏହି ସମୟରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଖସାପଡ଼ା ନୀତି କରିବେ। ଏହାପରେ ଦର୍ଶନ ସ୍ଵାଭାବିକ ହେବ।ଏଥିପାଇଁ ପହୁଡ଼ ଆଳତି ପରେ ଜୟ-ବିଜୟ ଦ୍ଵାର ବନ୍ଦ କରାଯିବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ। ଖସାପଡ଼ା ନୀତି ଶ୍ରୀଜିଉଙ୍କ ଶ୍ରୀପୟରର ସୁରକ୍ଷା ଲାଗି କରାଯାଇଥାଏ। ଏଥିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡ଼ାରେ ଘୋଡାଇ ଦିଆଯାଏ। ଏହି ନୀତି ପାଇଁ ପୂର୍ବଦିନରୁ ଦେଉଳ କରଣ ଧଳାକନା ଧୋଇ ଶୁଖାଇ ଗାରଦରେ ଜମା କରିଥାନ୍ତି। ବର୍ଷକୁ ଦୁଇରୁ ତିନି ଥର ଏହି ନୀତି କରାଯାଇଥାଏ।