Mirdha Toppo: ଶରଧାବାଲିରେ ଠେଲାପେଲା ଘଟଣାକୁ ନେଇ ଉଠୁଛି ପଡୁଛି ସାରା ରାଜ୍ୟ। ତେବେ, ଏହାରି ଭିତରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ପାଇଛନ୍ତି ମିର୍ଦ୍ଧା ଟପ୍ପୋ। ଏହା ପୂର୍ବରୁ ମିର୍ଦ୍ଧା କେନ୍ଦୁଝର ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏହି ନୂଆ ଦାୟିତ୍ୱ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Trending Photos

ସେହିପରି,ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ଶାଶ୍ଵତ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ହୋଇଛନ୍ତି। ସେ ମଧ୍ୟ ଆନୁଷ୍ଠାନିକ ଭାବେ ବିତ୍ତ ବିଭାଗ ଏବଂ IDCO’ର ଚେୟାରମ୍ୟାନ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ,ଆମେ ଏହି ନିଯୁକ୍ତିରେ ପରିବର୍ତ୍ତନ ପ୍ରଶାସନିକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।