FM କଲେଜ ପୀଡିତାଙ୍କ ପରିବାରକୁ ୨୦ ଲକ୍ଷର ଚେକ୍‌ ଦେଲେ ସାଂସଦ ପ୍ରତାପ ଷଡଙ୍ଗୀ
Advertisement
Article Detail0/zeeodisha/odisha2846845

FM କଲେଜ ପୀଡିତାଙ୍କ ପରିବାରକୁ ୨୦ ଲକ୍ଷର ଚେକ୍‌ ଦେଲେ ସାଂସଦ ପ୍ରତାପ ଷଡଙ୍ଗୀ

ପୀଡିତାଙ୍କ ପରିବାରକୁ ଭେଟି ୨୦ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ । ପୀଡିତାଙ୍କ ମୃତ୍ୟୁ ହେବା ପରେ ସରକାରଙ୍କ ପକ୍ଷରୁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଥିଲା । ଏଥିସହ ବାଲେଶ୍ବର ରେଡ୍‌କ୍ରସ ପକ୍ଷରୁ ୨୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।

FM କଲେଜ ପୀଡିତାଙ୍କ ପରିବାରକୁ ୨୦ ଲକ୍ଷର ଚେକ୍‌ ଦେଲେ ସାଂସଦ ପ୍ରତାପ ଷଡଙ୍ଗୀ

ଭୁବନେଶ୍ୱର: ବାଲେଶ୍ବର FM କଲେଜ ପୀଡିତାଙ୍କ ପରିବାରକୁ ମିଳିଲା ୨୦ ଲକ୍ଷ ଟଙ୍କାର ସହାୟତା । ପୀଡିତାଙ୍କ ପରିବାରକୁ ଭେଟି ୨୦ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି ସାଂସଦ ପ୍ରତାପ ଷଡଙ୍ଗୀ । ପୀଡିତାଙ୍କ ମୃତ୍ୟୁ ହେବା ପରେ ସରକାରଙ୍କ ପକ୍ଷରୁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଥିଲା । ଏଥିସହ ବାଲେଶ୍ବର ରେଡ୍‌କ୍ରସ ପକ୍ଷରୁ ୨୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ଏଫଏମ କଲେଜ ଛାତ୍ରୀ ସୌମ୍ୟଶ୍ରୀ ବିଶି କଲେଜ ପରିସରରେ ପେଟ୍ରୋଲ ଢାଳି ହୋଇ ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମସରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସରକାରୀ ଏବଂ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ସମସ୍ତ ଚେଷ୍ଟା ସତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନଥିଲା । ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ୍ କରିଥିଲେ । କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ କରାଯାଇଥିଲା ଏବଂ ବିଜେଡି ଲୋକସେବା ଭବନ ଘେରାଉ କରିଥିଲା ।

Also Read- August Grah Gochar 2025: ଅଗଷ୍ଟରେ ସୂର୍ଯ୍ୟ, ଶୁକ୍ରଙ୍କ ସହ ଗତି ପରିବର୍ତ୍ତନ କରିବେ ବଡ଼ ଗ୍ରହ, ୫ ରାଶିକୁ ଲାଭ

;