Odisha Vigilance: ରାୟଗଡା ଜିଲ୍ଲାର ମୁନିଗୁଡ଼ା ସାମୁହିକ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ର ପୁରୁଷ ସ୍ୱାସ୍ଥ୍ୟ କର୍ମୀ ତଥା କ୍ଲର୍କ କୁଞ୍ଜ ବିହାରୀ ରାଉତଙ୍କୁ ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଗିରଫ କରିଛନ୍ତି।
Trending Photos
Odisha Vigilance: ରାୟଗଡା ଜିଲ୍ଲାର ମୁନିଗୁଡ଼ା ସାମୁହିକ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ର ପୁରୁଷ ସ୍ୱାସ୍ଥ୍ୟ କର୍ମୀ ତଥା କ୍ଲର୍କ କୁଞ୍ଜ ବିହାରୀ ରାଉତଙ୍କୁ (Kunja Bihari Rout) ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଗିରଫ କରିଛନ୍ତି।
ଖବର ଅନୁଯାୟୀ ଜନ୍ମ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଜଣେ ଗରିବ ଚାଷୀଙ୍କଠାରୁ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ରାଉତ ଧରାପଡ଼ିଥିଲେ। ପ୍ରଥମେ ରାଉତ ପ୍ରଥମେ ମୋଟ ୬୦୦୦ ଟଙ୍କା ଲାଞ୍ଚ ଦାବିରୁ ୩୦୦୦ ଟଙ୍କା ନେଇ ସାରିଥିଲେ କିନ୍ତୁ ପ୍ରମାଣପତ୍ର ତିଆରି କରିବା ପାଇଁ ଅବଶିଷ୍ଟ ଟଙ୍କା ନେବା ନେଇ ଜିଦ୍ ଧରିଥିଲେ।
ଅଭିଯୋଗକାରୀ ଚାଷୀ ବାକି ଲାଞ୍ଚ ରାଶି ଦେଇ ନପାରି ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଥିଲେ। ଯେଉଁମାନେ ଏକ ଜାଲ ବିଛାଇ ବଳକା ଲାଞ୍ଚ ରାଶି ନେଉଥିବା ସମୟରେ ରାଉତଙ୍କୁ ଧରିଥିଲେ।
ଭିଜିଲାନ୍ସ ଟିମ୍ ଅଭିଯୁକ୍ତ ରାଉତଙ୍କ ପାଖରୁ ଲାଞ୍ଚ ଟଙ୍କା ମଧ୍ୟ ଉଦ୍ଧାର କରି ଜବତ କରିଛି। ଏହାପରେ ଆୟ ବର୍ହିଭୂତ ସମ୍ପତ୍ତିକୁ(DA) ନେଇ ଭିଜିଲାନ୍ସ ରାଉତଙ୍କ ଦୁଇଟି ଠିକଣାରେ ଏକକାଳୀନ ତଲାସି କରୁଛି। ଏହି ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ଏକ ମାମଲା ରୁଜୁ କରିଛି। ଅଧିକ ତଦନ୍ତ ଜାରି ରହିଛି।