ଆଜି ରାଜ୍ୟର ୫ଟି ପଞ୍ଜିକୃତ ରାଜନୀତିକ ଦଳକୁ ତାଲିକାରୁ ବାଦ୍ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଏହି ୫ଟି ଯାକ ଦଳ ଆଞ୍ଚଳିକ ରାଜନୀତିକ ଦଳ ଭାବେ ଓଡ଼ିଶାରୁ ପଞ୍ଜିକୃତ ହୋଇଥିଲେ। ଏମାନଙ୍କ ମୁଖ୍ୟାଳୟ ଓଡ଼ିଶାରେ ରହିଛି। ତାଲିକାରୁ ବାଦ ପଡ଼ିଥିବା ଏହି ରାଜନୀତିକ ଦଳଗୁଡ଼ିକ ହେଉଛି, ବୀର ଓଡ଼ିଆ ପାର୍ଟି, ଓଡ଼ିଶା ସୋଶାଲିଷ୍ଟ
Trending Photos
ଭୁବନେଶ୍ୱର: ଆଜି ରାଜ୍ୟର ୫ଟି ପଞ୍ଜିକୃତ ରାଜନୀତିକ ଦଳକୁ ତାଲିକାରୁ ବାଦ୍ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଏହି ୫ଟି ଯାକ ଦଳ ଆଞ୍ଚଳିକ ରାଜନୀତିକ ଦଳ ଭାବେ ଓଡ଼ିଶାରୁ ପଞ୍ଜିକୃତ ହୋଇଥିଲେ। ଏମାନଙ୍କ ମୁଖ୍ୟାଳୟ ଓଡ଼ିଶାରେ ରହିଛି।
ତାଲିକାରୁ ବାଦ ପଡ଼ିଥିବା ଏହି ରାଜନୀତିକ ଦଳଗୁଡ଼ିକ ହେଉଛି, ବୀର ଓଡ଼ିଆ ପାର୍ଟି, ଓଡ଼ିଶା ସୋଶାଲିଷ୍ଟ ପାର୍ଟି, ପିପ୍ୟୁଲ୍ସ ପାର୍ଟି ଅଫ ଇଣ୍ଡିଆ (ସେକ୍ୟୁଲାର), ସୋଶାଲିଷ୍ଟ ଫାର୍କର୍ସ ପାର୍ଟି ଏବଂ ଉତ୍କଳ ଭାରତ।
ଏହି ଭାରତର ନିର୍ବରଚନ କମିଶନଙ୍କ ଆଦେଶ ଜରିଆରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏମାନଙ୍କୁ ଅଣ ତାଲିକାଭୁକ୍ତ ଅଣ ସ୍ୱୀକୃତୀପ୍ରାପ୍ତ ରାଜନୀତିକ ଦଳ ଭାବେ ଏଣିକି ଚିହ୍ନିତ କରାଯିବ। ଯଦି ଏହି ଆଦେଶରେ କୌଣସି ରାଜନୀତିକ ଦଳ ଅସନ୍ତୁଷ୍ଟ ରହିଥିବେ ତେବେ ସେମାନେ ୩୦ ଦିନ ଭିତରେ ଆବେଦନ କରିପାରିବେ ବୋଲି ନିର୍ବାଚନ ଅଧିକାରି ଜଣାଇଛନ୍ତି।