Rahu Rekha Lagi: ବଣିଆମାନେ ସେହି ବୋଇରାଣୀ ପାହାଡା ଉପରେ ସ୍ଵର୍ଣ୍ଣ ରାହୁରେଖାକୁ ରଖି ଉକ୍ତ ଓଷୁଅରେ ମୁହଁ ବନ୍ଦ କରିବେ। ଏହାପରେ ପାଳିଆ ଖୁଣ୍ଟିଆ ଦଇତାପତିମାନଙ୍କୁ ଡାକିଥାନ୍ତି। ଦଇତାପତିମାନେ ଆସି ବେହେରଣ ତଳେ ଗୋଡ଼ ଧୋଇ ସିଂହାସନ ଉପରକୁ ଉଠିବେ ଏବଂ ଗରାବଡୁ ସେବକ ଠାରୁ ହାତୁଆଣି ନେଇ ପାଳିଆ ମେକାପଠାରୁ ଶ୍ରୀଅଙ୍ଗ ମଣି ନେବେ।
Trending Photos
Rahu Rekha Lagi: ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥରେ ଠାକୁରମାନଙ୍କର ରାହୁ ରେଖା ଲାଗି ହୋଇଥାଏ। ବିଗ୍ରହମାନଙ୍କର ଶ୍ରୀମୁଖର ଚତୁଃପାର୍ଶ୍ଵରେ ସୁବର୍ଣ୍ଣ ନିର୍ମିତ ଏକ ବଳୟ (ପଟି)କୁ ରାହୁରେଖା କୁହାଯାଇଥାଏ। ବିଦ୍ୟାପତି ଓ ବିଶ୍ଵାବସୁ କୁଳର ସେବକମାନେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କର ମୁଖମଣ୍ଡଳରେ ତିନି ଆଙ୍ଗୁଳି ଓସାରର ରମଣୀୟ ସୁବର୍ଣ୍ଭରେଖା ଲାଗି କରାଇ ଭୂଷିତ କରାଇବେ।
ଉକ୍ତ ଦିନ ଗୋପାଳବଲ୍ଲଭ ଭୋଗ ସରିବା ପରେ ତଢ଼ଉକରଣ ଓ ଦେଉଳକରଣ ଭଣ୍ଡାର ମେକାପକୁ କହି ଭଣ୍ଡାରରୁ ମୁଦ ହୋଇ ରହିଥିବା ସୁବର୍ଣ୍ଣ ରାହୁରେଖା ବାହାର କରି ଆଣିବେ। ବେହେରଣ ଦ୍ଵାରଠାରେ ଉପସ୍ଥିତ ହୋଇଥିବା ଶ୍ରୀମନ୍ଦିର ବଣିଆ ସେବକମାନଙ୍କୁ ଉକ୍ତ ରାହୁରେଖାକୁ ମାଜି ସଫା କରାଯିବ। ଭୋଗମଣ୍ଡପ ନୀତି ସରିବାପରେ ପାଳିଆ ପ୍ରତିହାରୀ ଜୟବିଜୟ ଦ୍ଵାର ବନ୍ଦ କରିଥାନ୍ତି। ଏହାପରେ ପାଳିଆ ପୁଷ୍ପାଳକମାନେ ସିଂହାସନ ଉପରେ ଉଠି ଠାକୁରମାନଙ୍କର ଝୋବାକଣ୍ଠି ଓଲାଗି (ମଇଲମ) କରିଥାନ୍ତି। ଏହାପରେ ମହାଜନ ସେବକମାନେ ଭୂଦେବୀ ଓ ଶ୍ରୀଦେବୀଙ୍କୁ ନେଇ ଖଟଶେଯ ଘରେ ବିଜେ କରାଇଥାନ୍ତି । ସୁଦୁସୁଆର ସିଂହାସନ ତଳେ ଓଷୁଅ (ଝୁଣା ଓ ରାଶିତେଲରେ ପ୍ରସ୍ତୁତ) ରଖିଥାନ୍ତି ଏବଂ ବୋଇରାଣୀ ବସ୍ତ୍ର ପାହାଡ଼ା ପକାଇବେ। ବଣିଆମାନେ ସେହି ବୋଇରାଣୀ ପାହାଡା ଉପରେ ସ୍ଵର୍ଣ୍ଣ ରାହୁରେଖାକୁ ରଖି ଉକ୍ତ ଓଷୁଅରେ ମୁହଁ ବନ୍ଦ କରିବେ। ଏହାପରେ ପାଳିଆ ଖୁଣ୍ଟିଆ ଦଇତାପତିମାନଙ୍କୁ ଡାକିଥାନ୍ତି। ଦଇତାପତିମାନେ ଆସି ବେହେରଣ ତଳେ ଗୋଡ଼ ଧୋଇ ସିଂହାସନ ଉପରକୁ ଉଠିବେ ଏବଂ ଗରାବଡୁ ସେବକ ଠାରୁ ହାତୁଆଣି ନେଇ ପାଳିଆ ମେକାପଠାରୁ ଶ୍ରୀଅଙ୍ଗ ମଣି ନେବେ।
ଶ୍ରୀବଳଭଦ୍ର (ବଡ଼ବାଡ଼)ଙ୍କର ରାହୁରେଖା ପତି ମହାପାତ୍ରଙ୍କ ରାହୁରେଖାମାନଙ୍କୁ ସଂସ୍କାର କରି ଯଥାକ୍ରମେ ତିନିବାଡ଼ର ବାଡ଼ଗ୍ରାହୀ ଦଇତାମାନଙ୍କୁ ବଢ଼ାଇବେ। ଏହାପରେ ସମସ୍ତ ଦଇତାମାନେ ମିଶି ଶ୍ରୀବିଗ୍ରହ |ମାନଙ୍କ ମୁଖାରବିନ୍ଦରେ ଓଷୁଅ ସାହାଯ୍ୟରେ ରାହୁରେଖାକୁ ଲଗାଇଥାନ୍ତି। ଏହି ରୁନ୍ଧା କାର୍ଯ୍ୟ ଶେଷହେବା ପରେ ପାଳିଆ ମେକାପଙ୍କୁ ଶ୍ରୀଅଙ୍ଗ ମଣାଇ ଦେଇ ସିଂହାସନକୁ ଓହ୍ଲାଇ ଆସିବେ ଏହାପରେ ପରେ ପାଳିଆ ମେକାପ ସିଂହାସନରେ ପୋଛା ମାରିବା ପରେ ପୂଜାପଣ୍ଡାଙ୍କ ଦ୍ଵାରା ମହାସ୍ନାନ ନୀତି ସଂପନ୍ନ ହୋଇଥାଏ। ତତ୍ପରେ ମହାଜନ (ପୁଷ୍ପାଳକ) ଭୂଦେବୀ ଓ ଶ୍ରୀଦେବୀଙ୍କୁ ଖଟ ଶେଯ ଘ ଆଣି ସିଂହାସନରେ ବିଜେ କରାଇଥାନ୍ତି। ଏହି ସମୟରେ ଠାକୁରମାନଙ୍କର ମଇଲମ ଓ ବେଶ ଇତ୍ୟା ନୀତି ହୋଇଥାଏ। ଏତଦ୍ବ୍ୟତୀତ ମଧ୍ୟାହ୍ନ ଧୂପ ପୂଜା ସରି ଭିତରେ ପାଣି ପଡ଼ିବା ପରେ ପୂଜାପଣ୍ଡା ଓ ମୁଦିରସ୍ତ ସେବକମାନେ ୩ ବାଡ଼ରେ ବନ୍ଦାପନା କରିଥାନ୍ତି। ତେବେ ମହାପ୍ରଭୁଙ୍କ ନିକଟରେ ରାହୁରେଖା ଲାଗି ନିତି ଥିବାରୁ ୪ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।