Odisha News: ପ୍ରଧାନମନ୍ତ୍ରୀଙ୍କ ନିକ୍ଷୟ ମିତ୍ର କାର୍ଯ୍ୟକ୍ରମରେ ଯକ୍ଷ୍ମା ରୋଗୀଙ୍କୁ ସହାୟତା ପ୍ରଦାନ
Advertisement
Article Detail0/zeeodisha/odisha2855692

Odisha News: ପ୍ରଧାନମନ୍ତ୍ରୀଙ୍କ ନିକ୍ଷୟ ମିତ୍ର କାର୍ଯ୍ୟକ୍ରମରେ ଯକ୍ଷ୍ମା ରୋଗୀଙ୍କୁ ସହାୟତା ପ୍ରଦାନ

Odisha News: ପ୍ରଧାନମନ୍ତ୍ରୀ ନିକ୍ଷୟ ମିତ୍ର ଯୋଜନା ଅଧିନରେ ଯକ୍ଷ୍ମା ରୋଗୀଙ୍କୁ ସହାୟତା ପ୍ରଦାନ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକରେ ଟିବି ରୋଗୀଙ୍କୁ ସହାୟତା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ 'ନିକ୍ଷୟ ମିତ୍ର' କାର୍ଯ୍ୟକ୍ରମ ମାଧ୍ୟମରେ ଏହି ସହାୟତା ଯୋଗାଇ ଦେଇଛି ଆଲୁମିନିୟମ କମ୍ପାନୀ ବେଦାନ୍ତ। '

Odisha News: ପ୍ରଧାନମନ୍ତ୍ରୀଙ୍କ ନିକ୍ଷୟ ମିତ୍ର କାର୍ଯ୍ୟକ୍ରମରେ ଯକ୍ଷ୍ମା ରୋଗୀଙ୍କୁ ସହାୟତା ପ୍ରଦାନ

Odisha News: ପ୍ରଧାନମନ୍ତ୍ରୀ ନିକ୍ଷୟ ମିତ୍ର ଯୋଜନା ଅଧିନରେ ଯକ୍ଷ୍ମା ରୋଗୀଙ୍କୁ ସହାୟତା ପ୍ରଦାନ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକରେ ଟିବି ରୋଗୀଙ୍କୁ ସହାୟତା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ 'ନିକ୍ଷୟ ମିତ୍ର' କାର୍ଯ୍ୟକ୍ରମ ମାଧ୍ୟମରେ ଏହି ସହାୟତା ଯୋଗାଇ ଦେଇଛି ଆଲୁମିନିୟମ କମ୍ପାନୀ ବେଦାନ୍ତ। 'ଟିବି ମୁକ୍ତ ଭାରତ ଅଭିଯାନ'କୁ ସମର୍ଥନ କରିବା ଉଦ୍ଦେଶ୍ୟରେ କମ୍ପାନୀ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସହିତ ମିଶି ୬୩ଜଣ ଯକ୍ଷ୍ମା ରୋଗୀଙ୍କୁ ଏକ ବର୍ଷ ପାଇଁ ପୁଷ୍ଟିକର କିଟ୍ ପ୍ରଦାନ କରିଛି। କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ର ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ସୁରେଶ ଚନ୍ଦ୍ର ମହାନ୍ତି, ଆଶା କର୍ମୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ପୁଷ୍ଟିକର କିଟ୍ ହସ୍ତାନ୍ତର କରାଯାଇଥିଲା।

କମ୍ପାନୀର ସମ୍ପ୍ରଦାୟ-କେନ୍ଦ୍ରିତ ସ୍ୱାସ୍ଥ୍ୟସେବା ପଦକ୍ଷେପ ବିଷୟରେ କହିବାକୁ ଯାଇ, ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, ନିକ୍ଷୟ ମିତ୍ର ମାଧ୍ୟମରେ, ଆମେ ଏକ ଯକ୍ଷ୍ମାମୁକ୍ତ ଭାରତର ଜାତୀୟ ମିଶନରେ ଅର୍ଥପୂର୍ଣ୍ଣ ଯୋଗଦାନ ଦେବାକୁ ଲକ୍ଷ୍ୟ ରଖିଛୁ। ପୁଷ୍ଟିକର ସହାୟତା ଟିବି ଆରୋଗ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଆଜି ପର୍ଯ୍ୟନ୍ତ, ଆମେ ଝାରସୁଗୁଡା ଏବଂ କଳାହାଣ୍ଡିରେ ୫୫୦ରୁ ଅଧିକ ରୋଗୀଙ୍କୁ ସମର୍ଥନ କରିଛୁ ଏବଂ ଏବେ ଏହି ସେବାକୁ ସୁନ୍ଦରଗଡକୁ ବିସ୍ତାର କରିବାକୁ ଆମେ ଉତ୍ସାହିତ। ଯାହା ଦେଶର ଦୁର୍ଗମ ଅଞ୍ଚଳରେ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଆମର ପ୍ରତିବଦ୍ଧତାକୁ ଆହୁରି ମଜବୁତ କରୁଛି।

ସୁନ୍ଦରଗଡର ସିଡିଏମଓ ଡକ୍ଟର ସୁରେଶ ଚନ୍ଦ୍ର ମହାନ୍ତି କହିଛନ୍ତି, ସାଧାରଣତଃ ଦୂରଦୂରାନ୍ତ ଅଞ୍ଚଳରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଂଚାଇବା ଏକ ଚ୍ୟାଲେଞ୍ଜ। ଯକ୍ଷ୍ମା ରୋଗୀମାନଙ୍କୁ ଚିକିତ୍ସା ସହିତ ନିରନ୍ତର ପୁଷ୍ଟିସାର ଆବଶ୍ୟକ। ବେଦାନ୍ତର ସମର୍ଥନ ଯକ୍ଷ୍ମା ଚିକିତ୍ସା ଫଳାଫଳକୁ ଉନ୍ନତ କରିବ ଏବଂ ତୃଣମୂଳ ସ୍ତରରେ ଉତ୍ତମ ଯତ୍ନ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରୟାସକୁ ମଜବୁତ କରିବ।

 

;