SBI ଦେଲା ବଡ଼ ଝଟକା; ଏବେ ଅନଲାଇନ ଟଙ୍କା ଟ୍ରାନ୍ସଫର ପାଇଁ ଲାଗିବ ଚାର୍ଜ, ଏହି ଦିନରୁ ଲାଗୁ ହେବ ନିୟମ
Advertisement
Article Detail0/zeeodisha/odisha2879589

SBI ଦେଲା ବଡ଼ ଝଟକା; ଏବେ ଅନଲାଇନ ଟଙ୍କା ଟ୍ରାନ୍ସଫର ପାଇଁ ଲାଗିବ ଚାର୍ଜ, ଏହି ଦିନରୁ ଲାଗୁ ହେବ ନିୟମ

SBI IMPS Charges: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ନିଜର ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଦେଇଛି। SBI ତୁରନ୍ତ ଦେୟ ସେବା (IMPS) କାରବାର ଉପରେ ଲାଗୁ ହେଉଥିବା ଚାର୍ଜକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି।

SBI IMPS Charges
SBI IMPS Charges

SBI IMPS Charges: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ନିଜର ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଦେଇଛି। SBI ତୁରନ୍ତ ଦେୟ ସେବା (IMPS) କାରବାର ଉପରେ ଲାଗୁ ହେଉଥିବା ଚାର୍ଜକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏହା ଅନଲାଇନ୍ ଏବଂ ବ୍ୟାଙ୍କ ଶାଖା ଚ୍ୟାନେଲଗୁଡ଼ିକ ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇବ। ଛୋଟ ପରିମାଣର କାରବାର ଏବେ ବି ମାଗଣା ହେବ କିନ୍ତୁ ଅଧିକ ପରିମାଣର ଅନଲାଇନ୍ ଟ୍ରାନସ୍ଫର ପାଇଁ ଏବେ ଏକ ନାମମାତ୍ର ଚାର୍ଜ ଲାଗୁ ହେବ। କହି ରଖୁଛୁ ଯେ ବ୍ୟାଙ୍କ ଶାଖାରେ କରାଯାଉଥିବା IMPS କାରବାର ପାଇଁ ଚାର୍ଜରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପୂର୍ବରୁ ଅନଲାଇନ୍ IMPS ଟ୍ରାନ୍ସଫର ଉପରେ କୌଣସି ଚାର୍ଜ ଲଗୁ ନଥିଲା।

IMPS କ’ଣ?
IMPS (ଇମିଡିଏଟ୍ ପେମେଣ୍ଟ୍ ସର୍ଭିସ୍) ହେଉଛି ଭାରତୀୟ ଜାତୀୟ ପେମେଣ୍ଟ୍ସ କର୍ପୋରେସନ୍ (NPCI) ଦ୍ୱାରା ପ୍ରଦାନ କରାଯାଇଥିବା ଏକ 24×7 ରିଅଲ୍-ଟାଇମ୍ ଇଣ୍ଟରବ୍ୟାଙ୍କ ଟ୍ରାନ୍ସଫର ସୁବିଧା। ଏହା ମାଧ୍ୟମରେ ତୁରନ୍ତ ଟଙ୍କା ଟ୍ରାନ୍ସଫର କରି ହୋଇଥାଏ। ଅଧିକାଂଶ ଚ୍ୟାନେଲରେ ଏକ କାରବାରର ସୀମା ୫ ଲକ୍ଷ ଟଙ୍କା। ଯେତେବେଳେ କି SMS ଏବଂ IVR ଚ୍ୟାନେଲରେ ଏହି ସୀମା ଭିନ୍ନ।

ସଂଶୋଧିତ SBI IMPS ଚାର୍ଜ - ଅନଲାଇନ୍ କାରବାର
ପୂର୍ବରୁ ସମସ୍ତ ଅନଲାଇନ୍ IMPS କାରବାର ମାଗଣା ଥିଲା କିନ୍ତୁ ଏବେ କିଛି ଅଧିକ ପରିମାଣର ଟ୍ରାନ୍ସଫର ପାଇଁ ଚାର୍ଜ ଲାଗିବ। ଏହି ନିୟମ ୧୫ ଅଗଷ୍ଟରୁ ଲାଗୁ କରାଯିବ।

  • ଅନଲାଇନ ଏବଂ ବ୍ୟାଙ୍କ ଶାଖାରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର ପାଇଁ କୌଣସି ଶୁଳ୍କ ନାହିଁ।
  • ଅନଲାଇନରେ ୧୦୦୦ ରୁ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର ପାଇଁ କୌଣସି ଶୁଳ୍କ ନାହିଁ। ଯେତେବେଳେ କି ବ୍ୟାଙ୍କ ଶାଖାରେ ୨ ଟଙ୍କା ପ୍ଲସ୍ GST ଚାର୍ଜ ନିଆଯିବ।
  • ଅନଲାଇନରେ ୧୦,୦୦୦ ରୁ ୨୫,୦୦୦ ପର୍ଯ୍ୟନ୍ତ କାରବାର ପାଇଁ କୌଣସି ଶୁଳ୍କ ନାହିଁ। ଯେତେବେଳେ କି ବ୍ୟାଙ୍କ ଶାଖାରେ ଏହା ପାଇଁ ୪ଟଙ୍କା ପ୍ଲସ୍ GST ନିଆଯିବ।
  • ଅନଲାଇନରେ ଏବଂ ବ୍ୟାଙ୍କ ଶାଖାରେ ୨୫,୦୦୦ ରୁ ୧,୦୦,୦୦୦ ପର୍ଯ୍ୟନ୍ତ କାରବାର ପାଇଁ ୪ ଟଙ୍କା ପ୍ଲସ୍ GST ଶୁଳ୍କ ଲାଗିବ।
  • ଅନଲାଇନରେ ୧,୦୦,୦୦୦ ରୁ ୨,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର ପାଇଁ ଶାଖାରେ ୬ ଟଙ୍କା ପ୍ଲସ୍ GST ଏବଂ ଶାଖାରେ ୧୨ ଟଙ୍କା ପ୍ଲସ୍ GST ଶୁଳ୍କ ଲାଗିବ।
  • ୨,୦୦,୦୦୦ ରୁ ୫,୦୦,୦୦୦ ମଧ୍ୟରେ କାରବାର ପାଇଁ ଅନଲାଇନରେ ୧୦ ଟଙ୍କା ପ୍ଲସ୍ GST ଏବଂ ଶାଖାରେ ୨୦ ଟଙ୍କା ପ୍ଲସ୍ GST ଶୁଳ୍କ ଲାଗିବ।
;