Ganesh chaturthi: ପାଖେଇ ଆସୁଛି ଗଣେଶ ପୂଜା ସଜେଇ ହେଉଛି ପୂଜା ବଜାର
Advertisement
Article Detail0/zeeodisha/odisha2879618

Ganesh chaturthi: ପାଖେଇ ଆସୁଛି ଗଣେଶ ପୂଜା ସଜେଇ ହେଉଛି ପୂଜା ବଜାର

Ganesh chaturthi: ଗୋଟେ ମୂର୍ତ୍ତି ତିଆରି କରିବା ପାଇଁ ୩ ରୁ ୪ ଦିନ ସମୟ ଲାଗୁଥିବା ବେଳେ ପାଖା ପାଖି ୬ ରୁ ଉର୍ଦ୍ଧ କାରିଗର ଏଠାରେ ନିୟୋଜିତ ହୋଇ ଗତ ୩ ମାସ ହେବ ମୂର୍ତ୍ତି ଗଢିବା ଆରମ୍ଭ କରିଛନ୍ତି। ତେବେ ବ୍ରହ୍ମପୁର ପେଣ୍ଠ ସ୍ଥଳୀ ହୋଇଥିବା ବେଳେ ଏଠାରୁ ଗଞ୍ଜାମ ବ୍ୟତୀତ ଗଜପତି ,କନ୍ଧମାଳ, ରାୟଗଡ଼ା, କୋରାପୁଟ, ଜୟପୁର, ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ପଠାଯାଉଥିବା କହିଛନ୍ତି। ମାଟି ମୂର୍ତ୍ତିର ଚାହିଦା ଅଧିକ ରହିଥିବାରୁ ମୂର୍ତ୍ତି ବିକ୍ରି କରି ବେଶ୍ ଲାଭବାନ ହେଉଥିବା ମାଟି ଶିଳ୍ପୀ କହିଛନ୍ତି।

Ganesh chaturthi: ପାଖେଇ ଆସୁଛି ଗଣେଶ ପୂଜା ସଜେଇ ହେଉଛି ପୂଜା ବଜାର

ବ୍ରହ୍ମପୁର: (ପ୍ରେମାନନ୍ଦ ପୁଜାରୀ) ପାଖେଇ ଆସିଲାଣି ଗଣେଶ ପୂଜା। ଆଉ ମାତ୍ର ଦିନ କେଇଟା ର ଅପେକ୍ଷା। ଦୁଲୁକିବ ଗାଁ ଠୁ ସହର ଆଉ ଆଲୋକ ମାଳାରେ ଚମକିବ ଗଳି କନ୍ଦି। ସବୁଠି ହେବ ଚଳ ଚଞ୍ଚଳ। ତେବେ ଏନେଇ ବ୍ରହ୍ମପୁର ସହରର ବିଭିନ୍ନ ସାହି ଓ କ୍ଲବ୍ ପକ୍ଷରୁ ଆୟୋଜିତ ହେଉଥିବା ଗଣେଶ ପୂଜା ପାଇଁ ଅଗ୍ରୀମ ରଖି ସେମାନଙ୍କ ପାଇଁ ମୂର୍ତ୍ତି ତିଆରିରେ ଲାଗିଛନ୍ତି ମାଟି ଶିଳ୍ପୀ। ଦେଖନ୍ତୁ କିଭଳି ଧାଡ଼ି ଧାଡ଼ି ହୋଇ ରହିଛି ମାଟିରେ ତିଆରି ଗଣେଶ ମୂର୍ତ୍ତି। ଏଠାରେ ୬ ଇଞ୍ଚରୁ ଆରମ୍ଭ ୧୦ ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଥିବା ଦେଖିବାକୁ ମିଳୁଛି।

ସୁଦୂର କଲିକତା ଠାରୁ ମାଟି ଶିଳ୍ପୀମାନେ ଆସି ବ୍ରହ୍ମପୁରରେ ଭଳିକି ଭଳି ନୂତନ ଡିଜାଇନ୍ ର ଆକର୍ଷଣୀୟ ମୂର୍ତ୍ତୀ ତିଆରୀ କରୁଛନ୍ତି ମୂର୍ତ୍ତୀ କାରିଗର। ବର୍ତ୍ତମାନ ମୂର୍ତ୍ତି ଗଢା କାମ ସରିଛି ଆଉ ଚାଲିଛି ରଙ୍ଗ ଦେବା। ବର୍ତ୍ତମାନ ମାଟି ମୂର୍ତ୍ତିର ଜାଗା ପ୍ଲାଷ୍ଟର ପ୍ୟାରିସ ନେଉଥିବା ବେଳେ ଆଜିବି ଏଠାରେ ମାଟିରେ ମୂର୍ତ୍ତି କରାଯିବାର ଦେଖାଯାଉଛି ଦେଖନ୍ତୁ କିପରି ସହ ସହ ମାଟି ତିଆରି ମୂର୍ତ୍ତି ସଜେଇ ହୋଇି ରହିଛି। ଗୋଟେ ମୂର୍ତ୍ତି ତିଆରି କରିବା ପାଇଁ ୩ ରୁ ୪ ଦିନ ସମୟ ଲାଗୁଥିବା ବେଳେ ପାଖା ପାଖି ୬ ରୁ ଉର୍ଦ୍ଧ କାରିଗର ଏଠାରେ ନିୟୋଜିତ ହୋଇ ଗତ ୩ ମାସ ହେବ ମୂର୍ତ୍ତି ଗଢିବା ଆରମ୍ଭ କରିଛନ୍ତି। ତେବେ ବ୍ରହ୍ମପୁର ପେଣ୍ଠ ସ୍ଥଳୀ ହୋଇଥିବା ବେଳେ ଏଠାରୁ ଗଞ୍ଜାମ ବ୍ୟତୀତ ଗଜପତି ,କନ୍ଧମାଳ, ରାୟଗଡ଼ା, କୋରାପୁଟ, ଜୟପୁର, ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ପଠାଯାଉଥିବା କହିଛନ୍ତି। ମାଟି ମୂର୍ତ୍ତିର ଚାହିଦା ଅଧିକ ରହିଥିବାରୁ ମୂର୍ତ୍ତି ବିକ୍ରି କରି ବେଶ୍ ଲାଭବାନ ହେଉଥିବା ମାଟି ଶିଳ୍ପୀ କହିଛନ୍ତି।

ଅନ୍ୟପଟେ ପ୍ଳାଷ୍ଟର ପ୍ୟାରିସ ମୂର୍ତ୍ତି କୁ ସରକାର ସମ୍ପୁର୍ଣ୍ଣ ଭାବେ ବ୍ୟାନ କରାଯାଇଥିଲେ ମଧ୍ୟ ସହ ସହ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ବନାଉଥିବା ଦେଖା ଦେଇଛି ହିଞ୍ଜିଳି ବ୍ୟତୀତ ଗଞ୍ଜାମର କେତେକ ଅଞ୍ଚଳରେ। ବ୍ୟାନ୍ କୁ ଖାତିର ନକରି ମାସ ମାସ ଧରି ମୂର୍ତ୍ତି ଗଢିବାରେ ଲାଗିଛନ୍ତି କାରିଗର।ତେବେ ଗଣେଶ ପୂଜା ପାଖେଇ ଆସିବାରୁ ସଜେଇ ହେଉଛି ପୂଜା ବଜାର। ଅନେକ ସ୍ଥାନରେ ମାଟିର ଅଭାବ ହେତୁ ପ୍ଲାସ୍ତର ପ୍ୟାରିସରେ ତିଆରି ମୂର୍ତ୍ତୀ ବହୁଳ ପରିମାଣରେ ବଜାରକୁ ଆସୁଥିବା ଦେଖିବାକୁ ମିଳୁଛି। କଲିକତା ଠାରୁ ସହ ସହ ମୂର୍ତ୍ତୀ କୁ ଆଣି ବ୍ରହ୍ମପୁରରେ ବିକ୍ରି ଚାଲିଥିବା ବେଳେ ବ୍ରହ୍ମପୁର ସହର ସମେତ ଗଞ୍ଜାମ,ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ଜୟପୁର, ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନକୁ ପଠାଯାଉଥିବା ବ୍ୟବସାୟୀ କହିଛନ୍ତି।
ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ମୂର୍ତ୍ତୀ ନିର୍ମାଣ ସଂଖ୍ୟା ବୃଦ୍ଧି କରାଯିବା ସହ ଭିନ୍ନ ଭିନ୍ନ ଆକାରର ମୂର୍ତ୍ତୀକୁ ନିର୍ମାଣ କରାଯାଉଛି । ଯାହାକୁ ନେଇ ଭଲ ଲାଭ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ। ତେବେ ଆଗକୁ ବିଶ୍ଵକର୍ମା ପୂଜା, ଗଜଲକ୍ଷ୍ମୀପୂଜା ଓ ଦୁର୍ଗାପୂଜା ଆସୁଛି। ତିନି ମାସ ଧରି ବେପାର ଚାଲିବ ବୋଲି କହିଛନ୍ତି ଉଭୟ କାରିଗର ଏବଂ ବ୍ୟବସାୟୀ।

;