Top 10 News Today: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Advertisement
Article Detail0/zeeodisha/odisha2821440

Top 10 News Today: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

ଅପରାହ୍ଣର ୧୦ ଟି ବଡ଼ ଖବର ପଢନ୍ତୁ ଚୁଟକୀରେ...

Top 10 News Today: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

1-ରାସନ୍‌ କାର୍ଡ ହିତାଧିକାରୀଙ୍କ ପାଇଁ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା। ଆଜି e-KYC ଯାଞ୍ଚ କରିବାର ଶେଷ ତାରିଖ କହିଲେ ଯୋଗାଣ ମନ୍ତ୍ରୀ। ଯେଉଁମାନେ ଆଜି e-KYC ନକରିବେ ୩ ମାସ କାର୍ଡ ସସ୍‌ପେଣ୍ଡ୍‌ ହେବ। ୩ ମାସ ଭିତରେ e-KYC କଲେ କାର୍ଡ ପୁନଃ ସଚଳ, ନଚେତ୍‌ କଟିଯିବ। ଏ-ଯାବତ ୨୦ ଲକ୍ଷ ୫୮ ହଜାର e-KYC କରି ନାହାନ୍ତି କହିଲ ଯୋଗାଣ ମନ୍ତ୍ରୀ। 

2-ଧାନ କିଣା ଅବଧି ସରିଥିଲେ ବି ସମସ୍ତ ଟୋକନ୍‌ରୁ ଧାନ କିଣିବେ ସରକାର। ଏନେଇ ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଧାନ ବିକିବାକୁ ଥିବା ଚାଷୀଙ୍କୁ ଆଜି ଆଖି ସ୍କାନ୍‌ କରିବାକୁ ପଡ଼ିବ। ଆଜି ଆଖି ସ୍କାନ୍‌ କରିଥିଲେ ପରବର୍ତ୍ତୀ ସମୟରେ ଧାନ କିଣି ହେବ। ସରକାର ୧୯ ଲକ୍ଷ ମେଟ୍ରିକ୍‌ ଟନ୍‌ ରବି ଧାନ କିଣି ସାରିଲେଣି। ଗତ ବର୍ଷ ୧୨ ଲକ୍ଷ ମେଟ୍ରିକ୍‌ ଟନ୍‌ କିଣା ଯାଇଥିଲା, ଅଧିକ କିଣା ଗଲାଣି। ତଥାପି ସମସ୍ତଙ୍କର ଧାନ କିଣା ଯିବ ଟୋକନ୍‌ ଲାପ୍ସ ଯିବନି କହିଛନ୍ତି ଯୋଗାଣ ମନ୍ତ୍ରୀ। 

3-ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ। ସଙ୍ଗରେଡି ଜିଲ୍ଲା ପଶାମିଲାରାମ ସିଗାଚି ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫାରଣ ଘଟି ୧୨ ଜଣଙ୍କ ମୃତ ହୋଇଛି। ମୃତକଙ୍କ ମଧ୍ୟରେ କିଛି ଓଡ଼ିଆ ଥିବା ନେଇ ସୂଚନା ମିଳିଛି। ହେଲେ ସ୍ଥାନୀୟ ପୋଲିସ ଏନେଇ ସ୍ପଷ୍ଟ କରି ନାହିଁ। 

4-ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ପାଇଛନ୍ତି ମିର୍ଦ୍ଧା ଟପ୍ପୋ। ଏହା ପୂର୍ବରୁ ମିର୍ଦ୍ଧା କେନ୍ଦୁଝର ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏହି ନୂଆ ଦାୟିତ୍ୱ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  

5-ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସମୀକ୍ଷା ପରେ ରାଜସ୍ବ ମନ୍ତ୍ରୀଙ୍କ ପ୍ରତିକ୍ରିୟା ରଖିଛନ୍ତି। ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି। ମୟୂରଭଞ୍ଜ ଓ ବାଲେଶ୍ବରକୁ ରେଡ୍ ଆଲର୍ଟ ରହିଛି । ତଳମୁଣ୍ଡରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ବର୍ଷା ପାଣି ସହ ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମ୍‌ର ପାଣି ଆସୁଛି,ଝାଡ଼ଖଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ରହିଛୁ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। 

6-ସୁବର୍ଣ୍ଣରେଖା ଜଳସ୍ତର ବଢୁଛି, ବୁଢ଼ାବଳଙ୍ଗ ଓ ଜଳକାରେ କମୁଛି। ବସ୍ତା, ବାଲିଆପାଳ ପୌରାଞ୍ଚଳ, ରେମୁଣା ସଦରରେ ପାଣି ପଶିଛି। ଭୋଗରାଇ, ଜଳେଶ୍ବରରେ ମଧ୍ୟ ପାଣି ପାଣି ପଶିଛି। ଆଗାମୀ ୭ ଦିନ ଯାଏଁ ମାଗଣା ଖାଦ୍ୟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ରହିଛି। ତଳିଆ ଅଞ୍ଚଳର ଲୋକଙ୍କୁ ରିଲିଫ୍ ସେଣ୍ଟର୍‌ରେ ରଖାଯାଇଛି। କଟକରୁ ୨ଟି ଓଡ୍ରାଫ୍ ଟିମ୍ ବାଲେଶ୍ବର ଯିବେ। ଅନେକ ଜାଗାରେ ଘାଇ ସୃଷ୍ଟି ହୋଇଛି। ଚିନ୍ତା କରନ୍ତୁ ନାହିଁ ପର୍ଯ୍ୟାପ୍ତ କ୍ଷତିପୂରଣ ମିଳିବ ବୋଲି ମତ ରଖିଛନ୍ତି।

7-ରଥ ସମ୍ମୁଖରେ ଦଳ ଚକଟା ହେତୁ ତିନି ଜଣଙ୍କ ମୃତ୍ୟୁ ଘଟଣାକୁ ନେଇ ସାରା ଦେଶରେ ଚହଳ ପଡ଼ିଥିବା ବେଳେ ରାଜ୍ୟ ଆଇନ ମନ୍ତ୍ରୀଙ୍କ ନୂଆ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ରଥଯାତ୍ରା ଅଘଟଣର ତଦନ୍ତ ରିପେର୍ଟ ଆସନ୍ତା ୩୦ ଦିନ ଭିତରେ ଆସିବ। ଏଥିରେ ଦୋଷୀ ସାବ୍ୟସ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହୋଇପାରେ। 

 
8-ଜାତୀୟ ମିଡିଆରେ ଏବେ ବହୁତ ଚର୍ଚ୍ଚିତ ରହିଛନ୍ତି କୋଲକତା ଆଇନ କଲେଜର ଅଧ୍ୟାପକ ମନୋଜିତ ମିଶ୍ର। ଅତୀତରେ ଅନେକ ଚୋରି,ବଳାତ୍କାର, ଯୌନ ନିର୍ଯାତନା ପ୍ରଭୃତି ଅଭିଯୋଗରେ ଅଭିଯୁକ୍ତ ମନୋଜିତଙ୍କୁ ଗୁରୁବାରଦିନ କୋଲକତା ପୁଲିସ ଗିରଫ କରିଛି। ସେହି କଲେଜର ଜଣେ ୨୪ ବର୍ଷୀୟ ଛାତ୍ରୀଙ୍କୁ ଗଣ ବଳାତ୍କାରରେ ସେ ହେଉଛନ୍ତି ପ୍ରମୁଖ ଅଭିଯୁକ୍ତ। ଜୁନ୍‍ ୨୫ ତାରିଖ ଦିନ ମନୋଜିତ ତାଙ୍କର ଦୁଇ ବନ୍ଧୁ ପ୍ରମିତ ମୁଖାର୍ଜୀ ଓ ଜାଇବ୍‍ ଅହମ୍ମଦଙ୍କୁ ସେହି ଝିଅକୁ ଉଠାଇ ଆଣି ଗାର୍ଡ ରୁମରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହାପରେ ସନ୍ଧ୍ୟା ୭ଟା ୩୦ରୁ ୧୦ଟା ୫୦ ଯାଏ  ତାଙ୍କୁ ବଳାତ୍କାର କରାଯାଇଥିବା ସମ୍ପୃକ୍ତ ପୀଡ଼ିତା ପୁଲିକୁ ଅଭିଯୋଗ କରିଛନ୍ତି।  ଅଭିଯୋଗକୁ ଆଧାର କରି ପୁଲିସ ଗାଡ଼ ସମେତ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

9-ମାଓବାଦୀ ଦମନ ଅଭିଯାନ କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି।  ଏହି ଅଭିଯାନରେ ୨ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଘଟଣାସ୍ଥଳରୁ ଗୋଟିଏ ରାଇଫଲ, ରିଭଲଭର, ଜୀବନ୍ତ ଗୁଳି, ୱାକି ଟକି, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି। 

10-ଆଜି ବିଶ୍ବ ସୋସିଆଲ ମିଡିଆ ଦିବସ। ସାମାଜିକ ଗଣମାଧ୍ୟମର ଗୁରୁତ୍ବ ବୁଝିବା ଏବଂ ବିଶ୍ବ ଯୋଗାଯୋଗରେ ଏହାର ଭୂମିକା ଉପରେ ଗୁରୁତ୍ବାରୋପ କରିବା ପାଇଁ ପ୍ରଥମେ ୨୦୧୦ ମସିହା ଜୁନ ୩୦ ତାରିଖରେ ପ୍ରଥମ ସାମାଜିକ ଗଣମାଧ୍ୟମ ଦିବସ ଆୟୋଜନ କରିଥିଲା । ପ୍ରତିବର୍ଷ ଜୁନ 30 ତାରିଖରେ, ଆମ ଜୀବନରେ ସୋସିଆଲ ମିଡିଆର ପ୍ରଭାବକୁ ଚିହ୍ନିବା ପାଇଁ ସୋସିଆଲ ମିଡିଆ ଦିବସ ପାଳନ କରାଯାଉଛି ।

;