Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2833645

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-ତୃତୀୟ ଦିନରେ ପହଞ୍ଚିଲା ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ପେଟ୍ରୋଲଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଏକପ୍ରକାର ଠପ୍ ହୋଇଯାଇଛି। ଘରୋଇ ବସ୍ ଚଳାଚଳ କରୁନଥିବାରୁ ଯାତ୍ରୀ ଅସୁବିଧାର ସମ୍ମୁଖୀନ।୬ ଦଫା ଦାବି ପୂରଣ ଜିଦରେ ଅଟଳ ଓଡ଼ିଶା ଡ୍ରାଇଭର ମହାସଂଘ। 

2-ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ। ଏଥିପାଇଁ ରାଜ୍ୟ କଂଗ୍ରେସ ଶିବିର ବେଶ ଉତ୍ସାହିତ ହୋଇଛି। ରାହୁଲଙ୍କ ସହିତ ବେଣୁଗୋପାଳ ଓ ଖଡ଼ଗେ ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ବରମୁଣ୍ଡା ପଡିଆରେ ସମ୍ବିଧାନ ବଞ୍ଚାଅ ସମାବେଶର ଆୟୋଜନ କରାଯିବ।

3-ଆଜି କେନ୍ଦୁଝର ଘଟଗାଁବାସିନୀ ମା' ତାରିଣୀଙ୍କ ଆଷାଢୀ ପର୍ବ । ଆଷାଢ ମାସର ଶେଷ ଗୁରୁବାରରେ ପାଳନ ହୋଇଥାଏ ଆଷାଢୀ ପର୍ବ। ପରମ୍ପରା ଅନୁସାରେ ପ୍ରଜାଙ୍କ ମଙ୍ଗଳ ପାଇଁ ଆଜି ମା' ତାରିଣୀଙ୍କ ଉପବାସ। ଦିନ ତମାମ ମନ୍ଦିର ପହଡ ପଡି ସନ୍ଧ୍ୟାରେ ମା' ତାରିଣୀଙ୍କ ସ୍ବତନ୍ତ୍ର ପୂଜା। ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ନଡିଆ ରାଣୀ ମା' ତାରିଣୀ । 

4-ଆଇପିଏସ ସ୍ତରରେ ଅଦଳବଦଳ। ସଞ୍ଜୀବ ପଣ୍ଡା ହେଲେ ନକ୍ସଲ ବିରୋଧୀ ଅପରେସନ ଏଡିଜି। କେ.ଭି ସିଂହ ହେଲେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି। ଅଖିଳେଶ୍ବର ସିଂହ ହେଲେ ସ୍ବତନ୍ତ୍ର ଗୁଇନ୍ଦା ଶାଖା ଡିଆଇଜି। ସେହିପରି ଅନୁପ କୁମାର ସାହୁଙ୍କୁ BPSPAର ନିର୍ଦ୍ଦେଶକ ଦାୟିତ୍ଵ ଦିଆଯାଇଛି। ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଆଇଜି ଅଛନ୍ତି ଅନୁପ ସାହୁ।

5-ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର (୯ ଜୁଲାଇ, ୨୦୨୫) ବ୍ରାଜିଲରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। ଏହି ନୂତନ ଟିକସ ଅଗଷ୍ଟ ୧ ତାରିଖରୁ କାର୍ଯ୍ୟକାରୀ ହେବ। ଟ୍ରମ୍ପ ଏବଂ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡା ସିଲଭାଙ୍କ ମଧ୍ୟରେ ବାକ୍ ଯୁଦ୍ଧ ପରେ ଏହି ନିଷ୍ପତ୍ତି ନିଆଯାଇଛି।

6-ଜୁଲାଇ 9 ବୁଧବାର ଦିନ ଗୁଜୁରାଟର ଭଦୋଦରାରେ ଗମ୍ଭୀରା ବ୍ରିଜ୍ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଭଦୋଦରା ଜିଲ୍ଲାପାଳ ଅନିଲ ଧାମେଲିଆ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଦଳର ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି। ରିପୋର୍ଟ ଅନୁଯାୟୀ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ।

7-ପଶ୍ଚିମବଙ୍ଗ ଗାଙ୍ଗେୟ ଉପତ୍ୟାକା ତଥା ପାଶ୍ବବର୍ତ୍ତୀ ଝାଡ଼ଖଣ୍ତ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ଘୂର୍ଣ୍ଣିବଳୟ ସମୁଦ୍ରପତ୍ତନ ଠାରୁ ୭.୬ କିମି ଉପର ଯାଏଁ ବ୍ୟାପିଛି।  ଏହାସାଙ୍ଗକୁ ମୌମୁମୀ ଜନିତ  ନିମ୍ନରେଖା ପଞ୍ଜାବ ଅମ୍ରିତସହରରୁ  ବାହାରି  ଲଘୁଚାପ କ୍ଷେତ୍ରର ମଧ୍ୟସ୍ଥଳ ଦେଇ ଦକ୍ଷିଣ  ପୂର୍ବ ଦିଗରେ ବଙ୍ଗୋପସାଗର ଯାଏଁ ଲମ୍ବିଛି।  ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି।  ଏହି ପାଣିପାଗ ୧୫ ତାରିଖ ଯାଏଁ ଜାରି ରହିବ ବୋଲି  ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। 

8-ପାହାଲଗାମ୍ ରେ ଆତଙ୍କବାଦୀ ଆକ୍ରମଣ ୨ ମାସ ପରେ  ଜମ୍ମୁ କାଶ୍ମୀରର  ମୁଖ୍ୟମନ୍ତ୍ରୀ  ଓମାର ଅବଦୁଲ୍ଲା  ପଶ୍ଚିମବଙ୍ଗ ଗସ୍ତରେ ଆଜି ଆସିଛନ୍ତି।  ସେ ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ। ୨ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। 

9-ଭାରତୀୟ ପୁରୁଣ ହକି ଦଳର ଗୋଲକିପର ସୂରଜ କର୍କେରା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।  ଏକ ଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ ସେ ଶେଫାଳି ଦୁବେଙ୍କୁ ବିବାହ କରିଛନ୍ତି। ଏହି ବିବାହରେ ଉଭୟଙ୍କ ପରିବାର ଲୋକେ ଉପସ୍ଥିତ ଥିଲେ। 

10-ଆଜିଠୁ ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ଶୃଙ୍ଖଳାର ତୃତୀୟ ଟେଷ୍ଟ ମ୍ୟାଚ୍। ଐତିହାସିକ ଲର୍ଡସ ଷ୍ଟାଡିୟମ୍‌ରେ ଆଜିଠୁ ଭାରତ-ଇଂଲଣ୍ଡ ମୁହାଁମୁହିଁ । ୫ ମ୍ୟାଚ୍ ବିଶି‌ଷ୍ଟ ସିରିଜରେ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି ଉଭୟ ଟିମ୍। 

;