1. ଆଜି ଶ୍ରୀ ଜଗନ୍ନାଥ ମନ୍ଦିରରେ ନବଯୌବନ ନୀତି ଅନୁଷ୍ଠିତ ହେବ। ସକାଳ ୬ଟାରୁ ଏଥିନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଚକା ଅପସାରଣ କରାଯାଇ ଦର୍ଶନ ନିମନ୍ତେ ପ୍ରଭୁଙ୍କୁ ପ୍ରସ୍ତୁତ କରାଯାଇଛି। ସକାଳ ୮ଟାରୁ ସାଢ଼େ ୧୦ଟା ଯାଏ ଦର୍ଶନ ଉନ୍ମୁକ୍ତ ହେବ। ଏହାପରେ ଦର୍ଶନ ବନ୍ଦ କରାଯାଇ ଅନ୍ୟ ନୀତି ଅନୁଷ୍ଠିତ ହେବ।
2. ନବଯୌବନ ବେଶରେ ଦର୍ଶନ ବ୍ୟବସ୍ଥାକୁ ସୁରୁଖୁର କରିବା ଲାଗି ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ନିୟନ୍ତ୍ରଣ ହେତୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଉଭୟ ଭତରେ ଓ ବାହାରେ ଆୟୋଜନ କରାଯାଇଛି। ଦର୍ଶନ ପାଇଁ ବାରିକେଡ୍ ବ୍ୟବସ୍ଥା କରାଯାଇଛି। ନବୌବନ ଦର୍ଶନ ବନ୍ଦ ହେବା ପରେ ସାଢ଼େ ୧୨ଟା ବେଳେ ନେତ୍ରୋତ୍ସବ ନୀତି ଅନୁଷ୍ଠିତ ହେବ।
3. ଆସନ୍ତା କାଲି ରଥଯାତ୍ରା। ତିନି ରଥ ଏନେଇ ପ୍ରସ୍ତୁତ ହୋଇଛନ୍ତି। ଆଜି ସନ୍ଧ୍ୟାରେ ଏହି ତିନି ରଥଙ୍କ ଦକ୍ଷିଣ ମୋଡ଼ ହେବ। ଏଥିପାଇଁ ଆବଶ୍ୟକ ଆଜ୍ଞାମାଳ ଆଜି ଶ୍ରୀମନ୍ଦିର ଭିତରୁ ରଥ ବିଜେ କରାଯିବ।
4. ରଥଯାତ୍ରା ସମୟରେ ଯାନବାହାନ ଚଳାଚଳକୁ ଶୃଙ୍ଖଳିତ କରିବା, ପୁରୀରେ ଯାନବାହାନର ଠିକଣା ସ୍ଥାନରେ ପାର୍କିଂ ଆଦି ପାଇଁ ବିସ୍ତୃତ ନୀତି ପୁରୀ ପୁଲିସ ପକ୍ଷରୁ ଜାରି କରାଯାଇଛି। ଦୁଇଚକିଆ, ଚାରି ଚକିଆ, ହାଲୁକା ଯାନ, ପର୍ଯ୍ୟଟକ ଯାନ ପ୍ରଭୃତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
5. ରାଜ୍ୟର ସବ୍ ରେଜିଷ୍ଟ୍ରାର୍ ଅଫିସକୁ ଦଲାଲମୁକ୍ତ କରିବା ଲାଗି ରାଜ୍ୟ ସରକାର ଟେକ୍ନୋଲୋଜିର ସହାୟତା ନେଇଛନ୍ତି। ଏହି ଅବସରରେ ଏକ ଇ-ରେଜିଷ୍ଟ୍ରେସନ୍ ମୋବାଇଲ୍ ଆପ୍ ଆରମ୍ଭ କରାଯାଇଛି। ଏହାଦ୍ୱାରା ରାଜସ୍ୱସେବା ଲୋକଙ୍କ ନିକଟତର ହେବ ବୋଲି କହିଛନ୍ତିମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି ମୋବାଇଲ୍ ଆପ୍ଲିକେସନ୍ ଦ୍ୱାରା ରେଜିଷ୍ଟ୍ରେସନ୍ ପାଇଁ ସ୍ଲଟ ବୁକିଂ, ସାର୍ଟିଫାଏଡ୍ କପି ଏବଂ ଇସି ପାଇଁ ଆବେଦନ କରିପାରିବେ।
6. ରାଖି ପୂର୍ଣ୍ଣମୀ ଦିନ ସୁଭଦ୍ରାଯୋଜନାର ତୃତୀୟ କିସ୍ତି ସରକାର ପ୍ରଦାନ କରିବେ। ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଅର୍ଥ ପ୍ରଦାନ କରାଯିବ। ଏନେଇ ସୁଭଦ୍ରା ସୋସାଇଟିର ପରିଚାଳନା ବୈଠକରେ ନିଷ୍ପତ୍ତି ହୋଇଛି।
7. ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ ହେବ। ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚଡି କୁମାରାସ୍ୱାମୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ଉପସ୍ଥିତ ଥିଲେ। ପ୍ଲାଣ୍ଟ ସମ୍ପ୍ରସାରଣ ନେଇ ଆସୁଥିବା ପ୍ରତିବନ୍ଧକକୁ ଦୂର କରିବା ଲାଗି ବ୍ୟବସ୍ଥା କରାଯିବା ସହ ଏକ ଉଚ୍ଚସ୍ତରୀୟ କମିଟିଗଠନ ପାଇଁ ପ୍ରସ୍ତାବ ମଞ୍ଜୁର ହୋଇଛି।
8. ଭୁବନେଶ୍ୱର କଳ୍ପନାଛକରେ ଥିବା ବସ୍ତ୍ର ଗୋଦାମ ତାରିଣୀ ବସ୍ତ୍ରାଳୟରେ ଅଗ୍ନିକାଣ୍ଡ ହୋଇଛି। ଏହି ଅଗ୍ନିକାଣ୍ଡରେ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଇଛି।
9. ଓଡ଼ିଶା ସରକାର ପୁଣିଥରେ ଇଭି ନୀତି ଆଣିବେ। ଆସନ୍ତା ଡିସେମ୍ବରରେ ଏହି ନୀତି ଶେଷ ହେଉଥିବାରୁ ନୂଆ ଇଭି ନୀତି ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟ ସରକାର ୨୦୫୦ ସୁଦ୍ଧା ସମୁଦାୟ ଗାଡ଼ି ପଞ୍ଜିକରଣରେ ୫୦ ପ୍ରତିଶତ ଇଭି ଗାଡ଼ି ପଞ୍ଜିକରଣ ଲାଗି ଲକ୍ଷ୍ୟ ରଖିଛନ୍ତି। ବେ ଏହା ମାତ୍ର ୮.୭୧% ରହିଛି।
10. ଆଜି ବଙ୍ଗୋପସାଗରରେ ଲଘୁଚାପ କାରଣରୁ ମୌସୁମୀ ସକ୍ରିୟ ହୋଇଛି। ଏହି ହେତୁ ରାଜ୍ୟରବିଭିନ୍ନ ସ୍ଥାନରେ ବର୍ଶର ହେବାର ସ୍ଭାନା ରହିଛି। ୨୮ ତାରିଖ ଯାଏ ଏହିପରି ପାଗ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।