Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2824639

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
 
1. ଆଜି ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷର ଲେଉଟାଣୀ ପର୍ବ ବା ଦକ୍ଷିଶ ମୋଡ଼ ହେବ। ଗତକାଲି  ସନ୍ଧ୍ୟା ଓ ବର୍ଷା କାରଣରୁ ତାହା ହୋଇପାରି ନଥିଲା। ପୁଲିସ ବଳଦ୍ୱାରା ସକାଳ ୯ଟାରେ ଏହି ମୋଡ଼ ଅନୁଷ୍ଠିତ ହେବ। ଗତକାଲି ଦର୍ପଦଳନ ଏବଂ ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ ହୋଇଥିଲା। ଭକ୍ତଙ୍କ ସୁରକ୍ଷାକୁ ଅଧିକ ଧ୍ୟାନ ଦେବାକୁ ପୁରୀ ପ୍ରଶାସନ ଓ ରଥ କାର୍ଯ୍ୟରେ ନିୟୋଜିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ବିଶେଷ କରି ବାହୁଡ଼ା ଓ ସୁନାବେଶକୁ ଆଖିରେ ରଖି ଏପରି ନିର୍ଦ୍ଦେଶ ଦିଆଯାଇଛି। 
 
2. ରାଜ୍ୟରେ ଓଏଏସ୍‍ ଅଧିକାରୀଙ୍କ ସମୂହ ଛୁଟି ପ୍ରତିବାଦ ଜାରି ରହିଛି। ରାଜ୍ୟର କୌଣସି କାର୍ଯ୍ୟରେ ଏହି ଅଧିକାରୀମାନେ ଯୋଗ ଦେଉ ନାହାନ୍ତି। ବିଏମ୍ସିୀର ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିଥିବା ଅପରାଧୀ ଓ ପ୍ରଚ୍ଛଦପଟ୍ଟ ନାୟକ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ଦାବିରେ ସେମାନେ ଅଟଳ ରହିଛନ୍ତି। ତେବେ ଏହି ଆନ୍ଦୋଳନରେ ଯୋଗ ଦେଇଥିବା ଓଆର୍ଏପସ୍‍ ଅଧିକାରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। 
 
3. ବିଏମ୍ସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ମରା ଘଟଣାରେ ପୂର୍ବତନ କର୍ପୋରେଟର ଜଗନ୍ନାଥ ପ୍ରଧାନଙ୍କୁ  କିଙ୍ଗ୍‍ ପିନ୍‍ ବୋଲି ଅଭିଯୋଗ କରିଛି ଓଏଏସ୍‍ ସଂଘ। ବିରୋଧୀ ଦଳ ବିଜେଡି ମଧ୍ୟ ସେହି ଅଭିଯୋଗ ଆଣିଛି। ତାଙ୍କୁ ଗିରଫ କରିବା ପାଇଁ ପ୍ରଥମ ଦାବି ଭାବେ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ତେବେ ସରକାର ଘଟଣାରେ ଆଇନକୁ ତା’ ବାଟରେ ଯିବା ପାଇଁ ଅନୁରୋଧ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। 
 
4. ଓଏଏସ୍‍ ସଂଘର ଆନ୍ଦୋଳନ ଆଇନଗତ ଦୃଷ୍ଟିକୋଣରୁ କେତେ ଯଥାର୍ଥ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୁପ୍ରିମ କୋର୍ଟଙ୍କ ଆଦେଶକୁ ପାଳନ କରିବାକୁ ସରକାରୀ ସ୍ତରରେ କୁହାଯାଉଥିବା ବେଳେ ବନ୍ୟା ଓ ରଥଯାତ୍ରା ଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ସେମାନଙ୍କ ଛୁଟିରେ ରହିବାକୁ ସରକାର କିପରି ବିଚାର କରୁଛନ୍ତି ତାହାକୁ ଅପେକ୍ଷା। 
 
5. ଅପରପକ୍ଷେ ବିଜେପି ପକ୍ଷରୁ ଗତ ସନ୍ଧ୍ୟାରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ପାର୍ଟି ଅଫିସ ଡକାଇ ପ୍ରାୟ ୨ ଘଣ୍ଟା ଆଲୋଚନା କରାଯାଇଥିଲା। ବରିଷ୍ଂ ନେତା ଓ ସଭାପତି ଏହି ଆଲୋଚନା କରିଥିଲେ। ଆଲୋଚନା  ସମୟରେ ଜଗନ୍ନାଥଙ୍କ ଅନେକ ସମର୍ଥକ ପାର୍ଟି କାର୍ଯ୍ୟାଳୟରେ ରୁଣ୍ଡ ହୋଇଥିଲେ। ଏହି ସମୟରେ ଖାରବେଳ ନଗର ଥାନାରେ ଅତିରିକ୍ତ ପୁଲିସବଳ ମୁତ୍ତୟନ କରାଯାଇଛି। ଆଲୋଚନା ପରେ ଜଗନ୍ନାଥ କହିଛନ୍ତି ସେ ସବୁ କଥା କହିଛନ୍ତି ନିଷ୍ପତ୍ତି ସରକାରଙ୍କ। 
 
6. ଆଜି ସରକାର ଏ ସମ୍ବନ୍ଧରେ ନିଷ୍ପତ୍ତି ନେଇପାରନ୍ତି। ଓଏଏସ୍‍ ସଂଘ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ବା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇପାରେ। ଏ ନେଇ ସରକାରଙ୍କ ନିଷ୍ପତ୍ତି ଆଜି ଦିନ ସାରା ଗୁରୁତ୍ୱପୂର୍ଣ୍ଣ ଖବର ହୋଇପାରେ। 
 
7. ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ। ଏହା ଏକ ମାସ ଧରି ଚାଲିବ। ପୂର୍ବରୁ ସରକାର ଅଗଷ୍ଟ ୧୨ ତାରିଖରେ ଅଧିବେଶନ ଶେଷ କରିବା ଲାଗି ରାଷ୍ଟ୍ରପତିଙ୍କ ଆଦେଶ ମାଗିଥିଲେ। କିନ୍ତୁ ବିରୋଧୀ ଦଳର ଅନୁରୋଧକ୍ରମେ ଅଧିବେଶନର ସମୟକୁ ଆଉ ଏକ ସପ୍ତାହ ବୃଦ୍ଧି ପାଇଁ ରାଷ୍ଟ୍ରପତିଙ୍କୁ ଚିଠି ଲେଖାଯାଇଛି। 
 
8. ଆସନ୍ତା ୩ରୁ ୪ ମାସ ଭିତରେ ୫ ଲକ୍ଷ ଚିଟଫଣ୍ଡ ଜମାକାରୀଙ୍କୁ ସେମାନଙ୍କ ଅର୍ଥ ଫେରସ୍ତ କରାଯିବ। ଗତ ଏକ ବର୍ଷ ଭିତରେ ୧ଲକ୍ଷ ୨୬ ହଜାର ୧୩୭ କ୍ଷୁଦ୍ର ଜମାକାରୀଙ୍କୁ ୪୭ କୋଟି ଟଙ୍କା ଫେରସ୍ତ କରାଯାଇଥିବା ବେଳେ ବିଗତ ସରକାର ସମୟରେ ୨ଲକ୍ଷ ୭୯ ହଜାର ୧୦୯ ଜଣ ଜମାକାରୀଙ୍କୁ ଜମା ଟଙ୍କା ଫେରସ୍ତ କରାଯାଇଥିଲା। 
 
9. ମାଲିରେ ତିନିଜଣ ଭାରତୀୟଙ୍କୁ ଅପହରଣ କରାଯାଇଛି। ଏହି ଖବରକୁ ନେଇ ଉଦ୍ବେକଗ ପ୍ରକାଶ କରିବା ସହ ଭାରତ ସରକାରଙ୍କ ପକ୍ଷରୁ ମାଲି ସରକାରଙ୍କୁ ତୁରନ୍ତ ସେମାନଙ୍କ ନିରାପଦ ମୁକ୍ତି ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଅପହରଣ ହୋଇଥିବା ଭାରତୀୟମାନଙ୍କୁ ଜୁଲାଇ ୧ ତାରିଖରେ ଅସ୍ତ୍ରାଘାତ କରାଯାଇଥିବା ଖବର ମିଳିଛି। ସେମାନେ ଡାଇମଣ୍ଡ ସିମେଣ୍ଟ ଫ୍ୟାକ୍ଟ୍ରିରେ କାର୍ଯ୍ୟ କରୁଥିଲେ। 
 
10. ଭାରତରେ ନୂଆକରି ଖୋଲିଥିବା ଆଇଫୋନ୍‍ ଫ୍ୟାକ୍ଟ୍ରୀରେ କାର୍ଯ୍ୟ କରୁଥିବା ଚୀନ ଇଞ୍ଜିନିୟର ଏବଂ ଟେକ୍ନିନସିଆନ୍ଙ୍କୁସ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାଦ୍ୱାରା ବିଗତ ଦିନମାନଙ୍କରେ ସୃଷ୍ଟି  ହୋଇଥିବା ଭୌଗୋଳିକ ରଣନୀତିର ପ୍ରଭାବକୁ ଆଇଫୋନ୍‍ ଉତ୍ପାଦନ ଉପରେ ନ ପକାଇବା ପାଇଁ ନିର୍ମାତା ଆରମ୍ଭ କରିଥିବା ଉଦ୍ୟମକୁ ଝଟକା ଦେଇଛି ଚୀନ୍‍ ।ଚୀନ ଏହାର ଦକ୍ଷ ମାନବ ସମ୍ବଳ ଉପରେ ପ୍ରତିବନ୍ଧକ ଲଗାଇ ଆଇଫେନ୍‍ ନିର୍ମାତାଙ୍କ ଉପରେ ଚାପ ପାଇଛି। ପୂର୍ବରୁ ଚୀନରେ ଆଇଫୋନରସବୁଠାରୁ ଅଧିକ ଉତ୍ପାଦନ ହେଉଥିଲା।
;