Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2827082

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା। ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିର ଛାଡ଼ି ଶ୍ରୀମନ୍ଦିର ଅଭିମୁଖେ ଯିବେ। ଉଛୁଳୁଛି ବଡ଼ଦାଣ୍ଡ, ଭାବବିହ୍ବଳ ଭକ୍ତ। ନାକଚଣା ଦ୍ବାରରେ ଦଣ୍ଡାୟମାନ ତିନି ରଥ। ବିଶ୍ବନିୟନ୍ତାଙ୍କ ଅପେକ୍ଷାରେ ତିନି ରଥ। ଜନ୍ମବେଦିରେ ସରିଲା ଲୀଳାଖେଳା। 

2-ଆଜି ପବିତ୍ର ବାହୁଡ଼ା ଯାତ୍ରା । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଜାରି କରାଯାଇଛି। ଆଜି ଭୋର ୪ ଟାରେ ମଙ୍ଗଳ ଆଳତୀ, ଭୋର ୪ଟା୧୫ରେ ମଇଲମ, ୪ଟା୩୦ରେ ତଡ଼ପ ଲାଗି,‌ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ୫.୩୦ରେ ଦ୍ବାରପାଳ ପୂଜା, ବେଶ ଶେଷ ହୋଇ ସକାଳ ୫ଟା ୪୫ରୁ ୬ ଟା ୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପରେ କେବଳ ଖେଚୁଡ଼ି ଭୋଗ ଶେଷ ହୋଇଛି। 

3-ସେହିପରି, ସକାଳ ୭ଟା ରୁ ୧୧ ଟା ୩୦ ସେନାପଟା ଲାଗି, ୧୧ଟା ୪୫ରେ ମଙ୍ଗଳାର୍ପଣ, ମଧ୍ୟାହ୍ନ ୧୨ଟାରୁ ୨ଟା୩୦ ମଧ୍ୟରେ ବାହୁଡ଼ା ପହଣ୍ଡି ହେବ। ସେହିପରି, ଅପରାହ୍ନ ୧ଟାରୁ ୨ଟା୩୦ ମଧ୍ୟରେ ବେଶ ଶେଷ,ଅପରାହ୍ନ ୨ଟା୩୦ରୁ ୩ଟା୩୦ ଛେରା ପହଁରା,ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା ଓ ଘୋଡ଼ା ଲାଗିବା ପରେ ୪ଟା ରେ ରଥ ଟାଣିବା ପାଇଁ ନୀତି ନିର୍ଘଣ୍ଟ ହୋଇଛି।

4-ବାହୁଡା ଯାତ୍ରା ପାଇଁ ସୁରକ୍ଷାବଳୟରେ ରହିଛି ପୁରୀ ସହର। ସୁରୁଖୁରୁରେ ପହଣ୍ଡି ଶେଷ କରିବାକୁ ଗୋଟିଏ ଟିମ୍ ଗଠନ କରାଯାଇଥିବା ବେଳେ ତିନି ରଥ ଦାୟିତ୍ବରେ ଜିଲ୍ଲାପାଳ, ଏସପି ଏବଂ ଏଡିଏମଙ୍କୁ ରଖାଯାଇଛି । ଡ୍ରୋନ୍ ଜରିଆରେ ଟ୍ରାଫିକ ପରିଚାଳା କରାଯିବାନେଇ ସୂଚନା ମିଳିଛି। ଭିଡ଼ ନିୟନ୍ତ୍ରଣ ପାଇଁ ରିଅଲ ଟାଇମ୍ ଏଷ୍ଟିମେସନ କରାଯିବ । 

5-ପୁରୀକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଆସୁଥିବାରୁ ରାସ୍ତାରେ ହଲ୍ଟ ବ୍ୟବସ୍ଥା କରାଯାଇଛି। ଶୁକ୍ରବାର ମଧ୍ୟରାତ୍ରୀରୁ ୭ ତାରିଖ ସକାଳ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ବଳବତ୍ତର ରଖିବାକୁ ନିଷ୍ପତ୍ତି ହୋଇଛି । ଏହାର ମନିଟରିଂ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କରୁଥିବା ବେଳେ ରଥଯାତ୍ରାର ସାମଗ୍ରିକ ପରିଚାଳନା କରୁଛନ୍ତି ଅରବିନ୍ଦ ଅଗ୍ରୱାଲ ।

7-ଆସନ୍ତାକାଲି ମହାପ୍ରଭୁଙ୍କ ବାହୁଡାଯାତ୍ରା। ରବିବାର ସୁନାବେଶ। ଏଥିଲାଗି ପୁରୀରେ ୧୦ରୁ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ହେବ ସମାଗମ। ପୁରୀକୁ ହଜାର ହଜାର ସଂଖ୍ୟାରେ ଗାଡ଼ି ଆସିବ। ଏହି ଦୁଇ ଦିନ ପାଇଁ ପୁରୀ ପୁଲିସ ପକ୍ଷରୁ ଯାନବାହାନ ଚଳାଚଳ ଉପରେ କଟକଣା କରାଯାଇଛି।

8-ଆସନ୍ତା ୭ତାରିଖ ଯାଏଁ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରକୋପ ଅଧିକ ରହିବ। ତା ପରେ ପାଗ ସାମାନ୍ୟ ଶୁଖିଲା ରହିବ। ଆସନ୍ତା ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। 

9-ପ୍ରବଳ ବର୍ଷାରେ ବେହାଲ ହିମାଚଳ ପ୍ରଦେଶ । ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା ୬୯ ଲୋକ ପ୍ରାଣ ହରାଇଥିବା ବେଳେ ୩୭ ଜଣ ନିଖୋଜ ଅଛନ୍ତି।  ଏବଂ ୪୦୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ,ଆସନ୍ତା ଜୁଲାଇ 7 ପର୍ଯ୍ୟନ୍ତ ହିମାଚଳକୁ ବର୍ଷା ଆଲର୍ଟ ରହିଛି ।

10- ଆର୍ଜେଣ୍ଚିନା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗସ୍ତରେ ଏଠାକୁ ଆସିଛନ୍ତି। ଏହି ସମୟରେ ସେ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରି ଚାଲିଥିବା ଦ୍ୱିପାକ୍ଷିକ ସହଯୋଗର ସମୀକ୍ଷା କରିବେ ଏବଂ ପ୍ରମୁଖ କ୍ଷେତ୍ରରେ ଭାରତ-ଆର୍ଜେଣ୍ଟିନା ସହଭାଗୀତାକୁ ବୃଦ୍ଧି କରିବା ପାଇଁ ଉପାୟ ଉପରେ ଆଲୋଚନା କରିବେ।

;