ଚୁଟକିରେ ପଢନ୍ତୁ ସକାଳର ୧୦ ବଡ଼ ଖବର...
Trending Photos
1- ଆଜି ମହାପ୍ରଭୁଙ୍କ ସୁନାବେଶ। ସୁନାବେଶରେ ଝଟକିବେ ରଥାରୂଢ଼ ଜଗତାଧିପତି। ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ । ସୁନାବେଶ ଦେଖିବାକୁ ସମାଗମ ହେବେ ଲକ୍ଷାଧିକ ଭକ୍ତ। ଅପରାହ୍ନ ୫ଟାରୁ ୬ଟା ୩୦ ମଧ୍ୟରେ ଠାକୁରମାନଙ୍କୁ ସୁନାବେଶରେ ସଜିତ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
2- ଆଜି ସୁନାବେଶରେ ଦର୍ଶନ ଦେବେ ଶ୍ରୀବିଗ୍ରହ। ରଥ ଉପରେ ଅଳଙ୍କାରରେ ସଜ୍ଜିତ ହେବେ ଶ୍ରୀଜିଉ । ଲାଗିହେବ ୧୩୮ ପ୍ରକାରର ସ୍ୱର୍ଣ୍ଣ ଅଳଙ୍କାର।
3-ସୁନାବେଶ ଦେଖିବାକୁ ଏବେଠୁ ଭକ୍ତଙ୍କ ପ୍ରବଳ ସମାଗମ ଆରମ୍ଭ ହୋଇଛି। ପୁରୀକୁ ଅଧିକ ଭକ୍ତଙ୍କ ଆଗମନ ଯୋଗୁଁ ସତର୍କ କରାଇଲା ଓଡ଼ିଶା ପୋଲିସ।
ସହରରେ ଥିବା ପାର୍କିଂ ସ୍ଥାନଗୁଡ଼ିକ ପ୍ରାୟ ଭର୍ତ୍ତି ହୋଇସାରିଛି। ଉପଲବ୍ଧତା ଅନୁସାରେ ଏବେ ତାଳବଣିଆ ଓ ଷ୍ଟର୍ଲିଂରେ କରାଯାଉଛି ପାର୍କିଂ। ବାଟଗାଁ/ମାଳତୀପାଟପୁରରେ ଶ୍ରଦ୍ଧାଳୁଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିପାରେ। ଏହାକୁ ଧ୍ୟାନରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ଓଡ଼ିଶା ପୋଲିସର ନିବେଦନ।
4-ବିଶ୍ବାସ ରହିଛି ଯେ, ସୁନାବେଶରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁକ୍ତି ମିଳେ । ବର୍ଷକୁ ଶ୍ରୀଜିଉଙ୍କ ୪ ଥର ସୁନା ବେଶ ଅନୁଷ୍ଠିତ ହୁଏ। ମନ୍ଦିର ଭିତରେ ୩ ଥର ଏବଂ ମନ୍ଦିର ବାହାରେ ଥରୁଟିଏ ହୋଇଥାଏ । ବାହୁଡା ଯାତ୍ରାରେ ହେଉଥିବା ସୁନାବେଶ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟମିଳେ ବୋଲି ବିଶ୍ୱାସ ଅଛି ।
5-ଶ୍ରୀବିଗ୍ରହଙ୍କ ପବିତ୍ର ବାହୁଡ଼ା ଯାତ୍ରା ଶାନ୍ତିର ସହ ସମାପନ ହୋଇଛି। ରଥାରୂଢ ଠାକୁରଙ୍କୁ ନେଇ ରଥତ୍ରୟ ଶ୍ରୀମନ୍ଦିର ସିଂହଦ୍ବାର ଠାରେ ପହଞ୍ଚିଛନ୍ତି। ବାହୁଡ଼ା ଯାତ୍ରାର ସମସ୍ତ ନୀତିକାନ୍ତି ସୂଚାରୁ ରୂପେ ସମ୍ପାଦିତ ହୋଇଥିବାରୁ, ସମସ୍ତ ନିଯୋଗର ସେବକ ବନ୍ଧୁଙ୍କ ସମର୍ପିତ ତଥା ଉତ୍ସର୍ଗୀକୃତ ସେବା ମନୋଭାବ ପାଇଁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଅଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ।
6-ଲଗାଣ ବର୍ଷା ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଝାରସୁଗୁଡ଼ା ଲଇକେରା ପଞ୍ଚାୟତରେ ବନ୍ୟା ସ୍ଥିତି। ଅଗ୍ରିଆପଡ଼ାରେ ପଶିଲା ହାତୀଆ ନଦୀର ବନ୍ୟାଜଳ। ଭାଙ୍ଗିଲା ଘରଦ୍ବାର, ଘରେ ପଶିଲା ପାଣି । ରାସ୍ତା ଉପରେ ଅଢ଼େଇ ଫୁଟ୍ ଉଚ୍ଚର ପାଣି ପ୍ରବାହିତ। ଉଚ୍ଚସ୍ଥାନକୁ ପଳାଇ ଆସୁଛନ୍ତି ତଳିଆ ଅଞ୍ଚଳର ଲୋକେ। ସେପଟେ, ତେଲକୋଇରେ ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ରାସ୍ତା। ବାଉଁଶଜୁରିଆ ନାଳର ଅସ୍ଥାୟୀ ରାସ୍ତା ଧୋଇଗଲା। ଜଗମୋହନପୁରରୁ ତେଲକୋଇ ଯୋଗାଯୋଗ ବିଚ୍ଛିନ୍ନ।
7-ଆସନ୍ତା ତିନି ଦିନ ରାଜ୍ୟରେ ଅଧିକ ବର୍ଷା ସମ୍ଭାବନା ରହିଛି। କିନ୍ତୁ ୮ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା କମିବ। ୧୨ ତାରିଖ ଯାଏଁ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ। ବରିଷ୍ଠ ପାଣିପାଗବିତ୍ ପ୍ରଫେସ ସୁରେନ୍ଦ୍ର ନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି। ଭଦ୍ରକ ଠାରୁ ଗଂଜାମ ଯାଏଁ ଉପକୂଳରେ ଆଜି ଓ ଆସନ୍ତାକାଲି ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ। ସୁ୍ନ୍ଦରଗଡ,ଝାରସୁଗୁଡା,ସମ୍ବଲପୁର ଓ ଦେବଗଡ଼ରେ ୮ ତାରିଖ ଯାଏଁ ମଧ୍ୟମ ପରିମାଣର ବର୍ଷା ହୋଇପାରେ।
8-କଲମା ଗେଟ୍ ଖୋଲିବା ପରେ ବଢୁଛି ହୀରାକୁଦର ଜଳସ୍ତର। ଆଜି ୬ଟି ଗେଟ୍ ଖୋଲାଯାଇ କରାଯିବ ଜଳ ନିଷ୍କାସନ। ଏବେ ସମୁଦ୍ରକୁ ବୋହିଯିବ ହୀରାକୁଦରୁ ନିଷ୍କସିତ ମହାନଦୀର ସବୁ ପାଣି। ତଳମୁଣ୍ଡରେ ବନ୍ଧ ନଥିବାରୁ ବର୍ଷାଦିନ ପରେ ପୁଣି ଶୁଣିଲା ପଡ଼ିବ ନଦୀ।ତଳମୁଣ୍ଡରେ ୭ଟି ବ୍ୟାରେଜ ହେବ କହି ଠକିଦେଲେ ବିଜେଡି ସରକାର।
9-ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ଭୁବନେଶ୍ବର ଅଶୋକ ନଗରରେ ହେବ ଜନ ଶୁଣାଣି। ଜୁନ୍ ୩୦ ପୂର୍ବରୁ ପଞ୍ଜିକୃତ ଅଭିଯୋଗର ଶୁଣାଣି ହେବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ।
10-ବ୍ରାଜିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆର୍ଜେଣ୍ଟିନା ଗସ୍ତ ସାରି ବ୍ରାଜିଲରେ ପହଞ୍ଚିଲେ ମୋଦି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ଚତୁର୍ଥ ବ୍ରାଜିଲ୍ ଗସ୍ତ ବୋଲି କୁହାଯାଇପାରିବ। ପାରମ୍ପରିକ ନୃତ୍ୟରେ ସ୍ବାଗତ କଲେ ପ୍ରବାସୀ ଭାରତୀୟ। ସପ୍ତଦଶ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାର ରହିଛି କାର୍ଯ୍ୟକ୍ରମ ।