ଅପରାହ୍ଣର ୧୦ ଟି ବଡ଼ ଖବର ପଢନ୍ତୁ ଚୁଟକୀରେ...
Trending Photos
1-OTET ପ୍ରଶ୍ନପତ୍ର ଲିକ୍ ମାମଲା। ରିମାଣ୍ଡରେ ଆସିଥିବା ଜିତନ ମହାରଣା ଓ ବିଜୟ ମିଶ୍ର ମାନିଲେ। ଡ୍ରାଇଭର ଜରିଆରେ କଟକରୁ ନୟାଗଡ଼କୁ ପେନ୍ଡ୍ରାଇଭରେ ପ୍ରଶ୍ନପତ୍ର ନେଇଥିଲେ। ସେଠାରେ ବିଜୟ ମିଶ୍ରଙ୍କ ଭାଇକୁ ଦିଆଯାଇଥିଲା ପେନ୍ଡ୍ରାଇଭ ସହ ହାର୍ଡକପି। ପରେ ଏହା ରାୟଗଡ଼ା ଅମ୍ବାଦଳାକୁ ନେଇ ପ୍ରଶ୍ନପ୍ରତ୍ର ହାତରେ ଲେଖାଯାଇଥିଲା। କିପରି ପ୍ରଘଟ ଜଣା ନ ପଡ଼ିବ ଏଥିପାଇଁ ହାତରେ ଲେଖିଥିଲେ ପ୍ରଶ୍ନପତ୍ର।ବିଜୟ ମିଶ୍ରଙ୍କ ଡ୍ରାଇଭରକୁ ପଚରାଉଚରା ଚାଲିଥିଲା ବେଳେ ଭାଇକୁ ଖୋଜା। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ମିଳିଥିବା ନେଇ କ୍ରାଇମବ୍ରାଞ୍ଚ୍ର ସୂଚନା।
2-ଧର୍ମଶାଳା ବ୍ଳକ୍ ଅଧ୍ୟକ୍ଷ ପ୍ରଭାତ ବଲଵନ୍ତରା଼ୟଙ୍କ ନାଁରେ ଅନାସ୍ଥା ପ୍ରସ୍ତାବ। ୩୮ ଜଣ ସରପଞ୍ଚ ଓ ସମିତି ସଭ୍ୟ ଆଣିଲେ ଅନାସ୍ଥା ପ୍ରସ୍ତାବ। ଦସ୍ତଖତ ଯାଞ୍ଚ ପାଇଁ ଧର୍ମଶାଳା ବିଡ଼ିଓଙ୍କୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ।
3-ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମୁନିଗୁଡ଼ା ହସ୍ପିଟାଲର ପୁରୁଷ ସ୍ବାସ୍ଥ୍ୟ କର୍ମୀ। ମୁନିଗୁଡ଼ା ହସ୍ପିଟାଲର ପୁରୁଷ ସ୍ବାସ୍ଥ୍ୟ କର୍ମୀ କୁଞ୍ଜବିହାରୀ ରାଉତ ଧରାପଡ଼ିଲେ। ଜନ୍ମଗତ ପ୍ରମାଣପତ୍ର ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ।
4-ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ୧୫ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ଆଲର୍ଟ ଜାରି ହୋଇଛି। ଏହା ସହ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଝିପିଝିପି ବର୍ଷା ହୋଇପାରେ।
5-ହାଇଦ୍ରାବାଦରେ ସଡ଼କ ଦୁର୍ଘଟଣାରେ ୩ ଦାଦନ ଶ୍ରମିକ ମୃତ ଘଟଣା। ଉମରକୋଟ ବକଡ଼ାବେଡ଼ା ଗାଁରେ ୩ ମୃତଦେହ ପହଞ୍ଚିବା ପରେ ଉତ୍ତେଜନା। ୨୦ ଲକ୍ଷ କ୍ଷତିପୂରଣ ଦାବିରେ ୩ ମୃତଦେହ ରଖି ଗ୍ରାମବାସୀଙ୍କ ରାସ୍ତାରୋକ। ରାସ୍ତାରୋକ ଯୋଗୁଁ ଉମରକୋଟ-ନବରଙ୍ଗପୁର ଗମନାଗମନ ପ୍ରଭାବିତ ।
6-ଭଦ୍ରକ ପୋଲିସ ଅଧିକ୍ଷକ (SP) ମନୋଜ ରାଉତ ଏକ ବହୁଚର୍ଚ୍ଚିତ ନାବାଳିକା ଝିଅ ଅପହରଣ ମାମଲାରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଧାମନଗର ଥାନାର ସହକାରୀ ସବ-ଇନ୍ସପେକ୍ଟର (ASI) ନେପାଳ ସାହାଙ୍କୁ ନିଲମ୍ବିତ କରିଛନ୍ତି। ଓଡ଼ିଶା ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଏହି ନିଲମ୍ବନ ଆଦେଶ ଆସିଛି। ପୀଡିତାଙ୍କ ପରିବାର ଦ୍ୱାରା ଦାୟର ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କୋର୍ଟ ବିଳମ୍ବିତ ତଦନ୍ତ ଉପରେ ଚିନ୍ତା ପ୍ରକାଶ କରିଛନ୍ତି।
7-ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏକଦିବସୀୟ ସିରିଜ୍ ପରେ ICC ର଼୍ୟାଙ୍କିଙ୍ଗରେ ପରିବର୍ତ୍ତନ ଦେଖିବାକୁପ ମିଳିଛି। ଖରାପ ପ୍ରଦର୍ଶନ ଯୋଗୁଁ ପୂର୍ବତନ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ଏକ ବଡ଼ କ୍ଷତି ସହିବାକୁ ପଡିଛି। ଯେତେବେଳେ କି ଭାରତୀୟ ଏକଦିବସୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ କିଛି ନକରି ଦ୍ୱିତୀୟ ସ୍ଥାନକୁ ଆସିବାର ସୁଯୋଗ ମିଳିଛି। ଶ୍ରେଷ୍ଠ ୧୦ ରେ ଥିବା ଅନ୍ୟ କୌଣସି ବ୍ୟାଟସମ୍ୟାନଙ୍କ ର଼୍ୟାଙ୍କିଙ୍ଗରେ ପରିବର୍ତ୍ତନ ହୋଇନାହିଁ।
8-ପୁଣି ବିବାଦରେ କ୍ରିକେଟର ସୁରେଶ ରୈନା। ବେଆଇନ ବେଟିଂ ଆପ୍ ମାମଲାର ପ୍ରମୋସନ ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ ଭାରତୀୟ ଷ୍ଟାର ବ୍ୟାଟସମ୍ୟାନ୍ ରୈନା। ଗତକାଲି ଇଡ଼ି ରୈନାଙ୍କୁ ଏକ ସମନ ପଠାଇଛି। ଫଳରେ ସେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ରିପୋର୍ଟ ଅନୁସାରେ, କ୍ରିକେଟର ସୁରେଶ ରୈନାଙ୍କ ପଚରାଉଚରା ମଧ୍ୟ ଆରମ୍ଭ ହୋଇଛି।
9-ରାଜ୍ୟଗୋଷ୍ଠୀ କ୍ରୀଡ଼ା (CWG) ୨୦୩୦ ଭାରତରେ ହେବା ଆଶା ଉଜ୍ଜ୍ବଳ। CWG ଅଫସିଆଲ ବିଡ୍ ପାଇଁ ଅନୁମୋଦନ କଲା ଭାରତୀୟ ଅଲିମ୍ପିକ୍ସ ସଂଘ।
ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ, ଅହମ୍ମଦାବାଦ ପାଇଁ ଦାବି। ଅଗଷ୍ଟ ୩୧ ତାରିଖ ସୁଦ୍ଧା ବିଡ୍ ଦାଖଲ କରିବାକୁ ରହିଛି ଟାଇମ ଲାଇନ୍ । କାନାଡ଼ା ବିଡ୍ ଦାଖଲରୁ ଓହରି ଯାଇଥିବାରୁ ଭାରତକୁ ମିଳିବା ଆଶା ଉଜ୍ଜ୍ବଳ।
10-ଦକ୍ଷିଣ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘କୁଲି’ ଏବେ ଚର୍ଚ୍ଚାରେ ରହିଛି। ଫିଲ୍ମଟି ଆସନ୍ତାକାଲି ରିଲିଜ୍ ହେବାକୁ ଯାଉଛି । ଏହା ପୂର୍ବରୁ ଆଜି ତାମିଲନାଡୁରେ ସ୍ୱତନ୍ତ୍ର ପୂଜା ଆୟୋଜନ କରାଯାଇଛି ।