Odisha News: ମୋହନଙ୍କ ପୂର୍ବରୁ ନୂତନ ବାସଭବନରେ ପ୍ରବେଶ କରିଥିବା ନନ୍ଦା-ନନ୍ଦିନୀ କିଏ, ପଢନ୍ତୁ ପୂରା ରିପୋର୍ଟ
Advertisement
Article Detail0/zeeodisha/odisha2672056

Odisha News: ମୋହନଙ୍କ ପୂର୍ବରୁ ନୂତନ ବାସଭବନରେ ପ୍ରବେଶ କରିଥିବା ନନ୍ଦା-ନନ୍ଦିନୀ କିଏ, ପଢନ୍ତୁ ପୂରା ରିପୋର୍ଟ

Odisha Cm New House: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠିକଣା ବଦଳି ଯାଇଛି। ଏଣିକି ଲୋୟର ପିଏମଜି ନୁହେଁ, ରାଜଭବନ ମାର୍ଗ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ କ୍ବାର୍ଟର୍ସ ନଂ ଭିଆଇଆଇଏମଆର-୩ ରେ ଏଣିକି ମୁଖ୍ୟମନ୍ତ୍ରୀ ରହିବେ। ବିଜେପି ସରକାରର ୮ ମାସ ପରେ ଗୁରୁବାର ମୁଖ୍ୟମନ୍ତ୍ରୀ ଏହି କ୍ବାର୍ଟର୍ସରେ ପ୍ରବେଶ କରିଛନ୍ତି। ଗୃହ ପ୍ରବେଶର ଶୁଭ ସମୟ ଥିଲା ସକାଳ ୧୦ଟା ୪୭ ମିନିଟ୍ଷ ତେଣୁ ସକାଳୁ ଏହି ସରକାରୀ ବଙ୍ଗଳାରେ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା ଓ ଶାନ୍ତି ପାଠ। 

Odisha News: ମୋହନଙ୍କ ପୂର୍ବରୁ ନୂତନ ବାସଭବନରେ ପ୍ରବେଶ କରିଥିବା ନନ୍ଦା-ନନ୍ଦିନୀ କିଏ, ପଢନ୍ତୁ ପୂରା ରିପୋର୍ଟ

Odisha Cm New House: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠିକଣା ବଦଳି ଯାଇଛି।  ଏଣିକି  ଲୋୟର ପିଏମଜି ନୁହେଁ, ରାଜଭବନ ମାର୍ଗ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ କ୍ବାର୍ଟର୍ସ ନଂ ଭିଆଇଆଇଏମଆର-୩ ରେ ଏଣିକି ମୁଖ୍ୟମନ୍ତ୍ରୀ ରହିବେ।  ବିଜେପି ସରକାରର ୮ ମାସ ପରେ  ଗୁରୁବାର ମୁଖ୍ୟମନ୍ତ୍ରୀ ଏହି କ୍ବାର୍ଟର୍ସରେ ପ୍ରବେଶ କରିଛନ୍ତି। 

 

 

ଗୃହ ପ୍ରବେଶର ଶୁଭ ସମୟ ଥିଲା ସକାଳ ୧୦ଟା ୪୭ ମିନିଟ୍।  ତେଣୁ ସକାଳୁ ଏହି ସରକାରୀ ବଙ୍ଗଳାରେ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା ଓ ଶାନ୍ତି ପାଠ।  ହୋମଯଜ୍ଞ ଓ ଘଣ୍ଟନାଦରେ ଏହି ପରିବେଶ କମ୍ପି ଉଠିଥିଲା। ମୁଖ୍ୟମନ୍ତ୍ରୀଙ୍କ ଗୃହ ପ୍ରବେଶ ସମୟରେ ପୁରୀ ଜଗନ୍ନାଥ ମନ୍ଦିରର ୧୧ ପଣ୍ତିତ ସାମିଲ୍ ହୋଇଥିଲେ।  ପ୍ରଥମେ ଗୋ-ମାତା ନନ୍ଦ-ନନ୍ଦିନୀଙ୍କ ପ୍ରବେଶ ପରେ ନୂଆ ବାସଭବନରେ ପାଦ ପକାଇଥିଲେ ମୁଖ୍ୟମନ୍ତ୍ରୀ। ଏହି ପ୍ରବେଶ ଉତ୍ସବରେ ମନ୍ତ୍ରୀ ଓ ଅନ୍ୟନ୍ୟ ନେତା ଉପସ୍ଥିତ ଥିଲେ। 

 

 

ସରକାରୀ କ୍ବାର୍ଟର୍ସ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପ୍ରାୟ ୪ ଏକର ଲମ୍ବିଛି।  କିଛି ମାସ ଧରି ଏହି ସରକାରୀ ବଙ୍ଗଳାର ନବୀକରଣ କରାଯାଇଥିଲା।  ରାଜଭବନ ମାର୍ଗକୁ ମୁହାଁଉଥିବା  ମୁଖ୍ୟ ଫାଟକକୁ ବନ୍ଦ କରାଯାଇଛି।  ବାସ୍ତୁ ଅନୁସାରେ ଅଭିଯୋଗ ପ୍ରକୋଷ୍ଠ ଲମ୍ବିଯିବା ରାସ୍ତାରେ ମୁଖ୍ୟ ଫାଟକ ବନ୍ଦ କରାଯାଇଛି। ୨ ମହଲା ବିଶିଷ୍ଟ ବିଲ୍ଡିଂ ସାମ୍ନାରେ ଲ୍ୟାଣ୍ତ ସ୍କେପ୍ ଆକୃତିର ଏକ ବିସ୍ତିର୍ଣ୍ଣ ଘାସ ଗାଲିଚା  ରହିଛି। ଅଭିଯୋଗ ପ୍ରକୋଷ୍ଠକୁ ଆଉ ପାଶ୍ବ କ୍ବାର୍ଟର୍ସକୁ ସ୍ଥାନାନ୍ତରିତ କରାଯାଇଛି।  ସେହି ଜାଗାରେ ଗୁରୁବାର ଠାରୁ ମୁଖ୍ୟମନ୍ତ୍ରୀ ଙ୍କ ଆବାସିକ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇଛି।  ଏହି ଅଫିସ୍ ରେ ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ସହିତ  ଏକାଧିକ ସମ୍ମିଳନୀ କକ୍ଷ ରହିଛି।  ବଙ୍ଗଳାର ପଛପାଶ୍ବରେ  ୧୨ଟି -୧ ବିଏଚକେ ବିଶିଷ୍ଟ  କ୍ବାଟର୍ସ ନିର୍ମାଣ ହୋଇଛି। ସେଥିରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଅଧିକାରୀ, ବ୍ୟକ୍ତିଗତ ସହାୟକ, ପିଏସ୍-ଓ, ରୋଷେୟା ଓ ମାଳି ରହିବେ। ବଙ୍ଗଳାର ଚାରିପଟେ ୮ ଫୁଟ୍ ଉଚ୍ଚର ପାଚେରୀ ନିର୍ମାଣ ହୋଇଛି। ବଙ୍ଗଳାର ୪ ପାଶ୍ବରେ ୪ଟି ଓ୍ବାଚ୍ ଟାଓ୍ବାର ରେ ୨ ଜଣ ଲେଖାଏଁ ବନ୍ଧୁକଧାରୀ ସୁରକ୍ଷା କର୍ମୀ ଜଗି ରହିଛନ୍ତି। ରାଜଭବନ ଛକର ରାସ୍ତାର ୨ ପାଶ୍ବରେ ନାକା ପୋଷ୍ଟ ରହିଛି। ଏହି ରାସ୍ତା ସମେତ କ୍ବାଟର୍ସ ଆଖପାଖ ଇଲାକାକୁ ହାଇ ସିକ୍ୟୁରିଟି ଜୋନ୍ ଘୋଷଣା କରାଯାଇଛି।   

 

 

;