‘ଜୀ ରାଇଟର୍ସ ରୁମ୍’ ଭୁବନେଶ୍ୱରରେ – ଓଡ଼ିଆ ଲେଖକଙ୍କ ପାଇଁ ଅନନ୍ୟ ସୁଯୋଗ
Advertisement
Article Detail0/zeeodisha/odisha2865135

‘ଜୀ ରାଇଟର୍ସ ରୁମ୍’ ଭୁବନେଶ୍ୱରରେ – ଓଡ଼ିଆ ଲେଖକଙ୍କ ପାଇଁ ଅନନ୍ୟ ସୁଯୋଗ

'ଜୀ ରାଇଟର୍ସ ରୁମ୍,' ଦ୍ଵାରା ଆମ ଲକ୍ଷ୍ୟ ହେଉଛି ନିଜ ଦେଶର ସ୍ୱର ତଥା ଶବ୍ଦକୁ ଏକ ପ୍ରକୃଷ୍ଠ ମଞ୍ଚ । ଏହି ପଦକ୍ଷେପ ଦ୍ୱାରା ବିଜୟୀ ଲେଖକମାନେ ଜୀ'ର ଟେଲିଭିଜନ, ଓଟିଟି ଏବଂ ଫିଲ୍ମ ପ୍ଲାଟଫର୍ମରେ ସୃଜନଶୀଳ ଟିମ୍ ସହିତ କାମ କରିବାର ଅମୂଲ୍ୟ ସୁଯୋଗ ପାଇପାରିବେ।

‘ଜୀ ରାଇଟର୍ସ ରୁମ୍’ ଭୁବନେଶ୍ୱରରେ – ଓଡ଼ିଆ ଲେଖକଙ୍କ ପାଇଁ ଅନନ୍ୟ ସୁଯୋଗ

ଭୁବନେଶ୍ୱର: ଭାରତର ପ୍ରମୁଖ ମନୋରଞ୍ଜନ ନେଟୱାର୍କ, ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ନିଜର ଏକ ନୂଆ ପଦକ୍ଷେପ ‘ଜୀ ରାଇଟର୍ସ ରୁମ୍’ ଯୋଗେ ଦେଶର ଉଦୀୟମାନ ଲେଖକମାନଙ୍କ ପାଇଁ ଏକ ଅଦ୍ୱିତୀୟ ମଞ୍ଚ ଦେଉଛନ୍ତି। ଏହି ଦେଶବ୍ୟାପୀ ପ୍ରତିଭା ସନ୍ଧାନ ଓଡ଼ିଶାରେ ୩ ଅଗଷ୍ଟ ୨୦୨୫, ରବିବାର ଦିନ ଶ୍ରୀ ଜୟଦେବ ଶିକ୍ଷା କେନ୍ଦ୍ର, ପଟିଆ, ଭୁବନେଶ୍ୱର ରେ ଅନୁଷ୍ଠିତ ହେବ।

ସକାଳ ୯ଟାରୁ ଆରମ୍ଭ ହେଉଥିବା ଏହି କାର୍ଯକ୍ରମ, ଯେଉଁଥିରେ ଲେଖନ ଦକ୍ଷତା ଓ କାହାଣୀ କହିବା ଶୈଳୀ ପ୍ରଦର୍ଶନ କରିବାକୁ ୩ ଘଣ୍ଟାର ଏକ ଲିଖିତ ପରୀକ୍ଷା ଅନ୍ତର୍ଭୁକ୍ତ ରହିଛି। ଯେକୌଣସି ୧୮ ବର୍ଷ ବୟସ ଉପରେ ବ୍ୟକ୍ତି ଓଡ଼ିଆ, ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ ଲେଖିବା କ୍ଷମତା ଥିଲେ ଅଂଶଗ୍ରହଣ କରିପାରିବେ। ଏହି ଲେଖା ସବୁ ନିଜ ଉପରେ, ନିଜର କଳ୍ପନା ଓ କାହାଣୀ ଦ୍ୱାରା ଏକ ଅଭିନବ ଅଭିଜ୍ଞତା ରୂପେ ପରିଣତ ହୋଇଥିବା ଆବଶ୍ୟକ ।

'ଜୀ ରାଇଟର୍ସ ରୁମ୍,' ଦ୍ଵାରା ଆମ ଲକ୍ଷ୍ୟ ହେଉଛି ନିଜ ଦେଶର ସ୍ୱର ତଥା ଶବ୍ଦକୁ ଏକ ପ୍ରକୃଷ୍ଠ ମଞ୍ଚ । ଏହି ପଦକ୍ଷେପ ଦ୍ୱାରା ବିଜୟୀ ଲେଖକମାନେ ଜୀ'ର ଟେଲିଭିଜନ, ଓଟିଟି ଏବଂ ଫିଲ୍ମ ପ୍ଲାଟଫର୍ମରେ ସୃଜନଶୀଳ ଟିମ୍ ସହିତ କାମ କରିବାର ଅମୂଲ୍ୟ ସୁଯୋଗ ପାଇପାରିବେ।

ପଞ୍ଜିକରଣ ପାଇଁ www.zeewritersroom.com ବା କଲ୍ କରନ୍ତୁ: ୯୦୦୭୯୦୯୭୨୨ 

ଲେଖକ ନୂଆ ହୁଅନ୍ତୁ କିମ୍ବା ଅନୁଭବୀ, ସମସ୍ତଙ୍କ ପାଇଁ ଏହି ମଞ୍ଚ ନିଜର ସ୍ୱପ୍ନ ପୂରଣର ଦେବ ଅବସର। ଆସନ୍ତୁ, ଆପଣଙ୍କ କାହାଣୀ ସହିତ ଆଗକୁ ବଢ଼ନ୍ତୁ ଏବଂ ଏହି ନିଶୁଳ୍କ ସୁଯୋଗକୁ ଉପଯୋଗ କରନ୍ତୁ।

Also Read- ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ

Also Read- ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ମିଳିବ ଫଳ

;