Khamenei Warns US: ଆମେରିକାକୁ ଇରାନର ରୋକଠୋକ ଜବାବ, କୌଣସି ମୂଲ୍ୟରେ କରିବୁ ନାହିଁ ଆତ୍ମସମର୍ପଣ...
Advertisement
Article Detail0/zeeodisha/odisha2806409

Khamenei Warns US: ଆମେରିକାକୁ ଇରାନର ରୋକଠୋକ ଜବାବ, କୌଣସି ମୂଲ୍ୟରେ କରିବୁ ନାହିଁ ଆତ୍ମସମର୍ପଣ...

Khamenei Warns US: ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଆମେରିକା ସାମିଲ ହେବାର କଳ୍ପନାଜଳ୍ପନା ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ସ୍ପଷ୍ଟ ଭାବରେ କହିଛନ୍ତି ଯେ ତାଙ୍କ ଦେଶ କୌଣସି ମୂଲ୍ୟରେ ଆତ୍ମସମର୍ପଣ କରିବ ନାହିଁ। 

 

ଆମେରିକାକୁ ଇରାନର ରୋକଠୋକ ଜବାବ
ଆମେରିକାକୁ ଇରାନର ରୋକଠୋକ ଜବାବ

Khamenei Warns US: ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଆମେରିକା ସାମିଲ ହେବାର କଳ୍ପନାଜଳ୍ପନା ମଧ୍ୟରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ସ୍ପଷ୍ଟ ଭାବରେ କହିଛନ୍ତି ଯେ ତାଙ୍କ ଦେଶ କୌଣସି ମୂଲ୍ୟରେ ଆତ୍ମସମର୍ପଣ କରିବ ନାହିଁ। ନେସନାଲ ଟେଲିଭିଜନରେ ନିଜ ରାଷ୍ଟ୍ରକୁ ଅବିଭାଷଣ ଦେଇ ଖାମେନି କହିଛନ୍ତି ଯେ ଇରାନ କେବେ ଆତ୍ମସମର୍ପଣ କରିବ ନାହିଁ। ସେ କହିଛନ୍ତି ଯେ ଇରାନର ଲୋକମାନେ ସେମାନଙ୍କର ସହିଦଙ୍କ ରକ୍ତକୁ କେବେ ଭୁଲିବେ ନାହିଁ। ସେ କହିଛନ୍ତି ଯେ ଯେଉଁମାନେ ଦେଶର ବାୟୁସୀମା ଉଲ୍ଲଂଘନ କରନ୍ତି ସେମାନଙ୍କୁ କେବେ କ୍ଷମା କରାଯିବ ନାହିଁ।

ଖାମେନି ଏହା ମଧ୍ୟ କହିଛନ୍ତି ଯେ ଯଦି ଆମେରିକା ଇସଲାମିକ୍ ଗଣରାଜ୍ୟର ଶତ୍ରୁମାନଙ୍କୁ ସମର୍ଥନ କରେ ତେବେ ତାକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ। ଖାମେନି କହିଛନ୍ତି, "ଆମେରିକୀୟମାନେ ଜାଣିବା ଉଚିତ ଯେ ଆମେରିକାର ଯେକୌଣସି ସାମରିକ ହସ୍ତକ୍ଷେପ ସେମାନଙ୍କୁ ଅପୂରଣୀୟ କ୍ଷତି ସହିବାକୁ ପଡ଼ିବ।"

fallback

ବୁଧବାର ଦିନ ଇରାନର ସର୍ବୋଚ୍ଚ ନେତା ଆମେରିକାକୁ ଚେତାବନୀ ଦେଇ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟକୁ ଟାର୍ଗେଟ କରି ଇସ୍ରାଏଲୀ ଆକ୍ରମଣରେ ଯୋଗଦେବା ଦ୍ୱାରା "ଅପୂରଣୀୟ କ୍ଷତି" ହେବ। ଖାମେନିଙ୍କ ବୟାନ ଜଣେ ସରକାରୀ ଟେଲିଭିଜନ ଆଙ୍କର ପଢ଼ିଥିଲେ, ଯେତେବେଳେ କି ଖାମେନିଙ୍କ ଫଟୋ ସ୍କ୍ରିନରେ ଚମକୁଥିଲା। ଶୁକ୍ରବାର ଦିନ ଇସ୍ରାଏଲୀ ଆକ୍ରମଣ ଆରମ୍ଭ ହେବା ପରଠାରୁ ୮୬ ବର୍ଷୀୟ ଖାମେନି ଆଉ କାହିଁକି ସ୍କ୍ରିନରେ ଦେଖାଯାଇ ନାହାଁନ୍ତି ତାହା ସ୍ପଷ୍ଟ ହୋଇନାହିଁ।

fallback

;