Advertisement
Photo Details/zeeodisha/odisha2789431
photoDetails0hindi

PM Kisan Yojana: ଚାଷୀଙ୍କ ପାଇଁ ଖୁସି ଖବର! ଏହି ଦିନ ଆକାଉଣ୍ଟକୁ ଆସିବ ପିଏମ କିସାନର ୨୦ ତମ କିସ୍ତି ଟଙ୍କା

PM Kisan Samman Nidhi Yojana: ଚାଷୀମାନଙ୍କ ପାଇଁ ଖୁସି ଖବର। ଖୁବ୍ ଶିଘ୍ର ମିଳିବ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୨୦ ତମ କିସ୍ତି ଟଙ୍କା। ତେବେ,ଆସନ୍ତୁ ଜାଣିବା କେବେ ଚାଷୀମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ସହ କେଉଁ ଚାଷୀମାନଙ୍କୁ ଟଙ୍କା ମିଳିବ ଆସନ୍ତୁ ଜାଣିବା...

1/5

ପ୍ରଧାନମନ୍ତ୍ରୀ ନିସାନ ନିଧି ଯୋଜନାର ୨୦ ତମ କିସ୍ତି ଟଙ୍କା ଜୁନ୍ ମାସ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ।

ALSO READ: Shani Vakri 2025: ଶନିଙ୍କ ଓଲଟା ଚଳନ,ମାଲାମାଲ୍ ହେବେ ୫ରାଶି! ୨୦୨୭ ପର୍ଯ୍ୟନ୍ତ ରହିବନି ଟଙ୍କାର ଅଭାବ

ALSO READ: Gold Rate Today: ସୁନାଦରକୁ ନେଇ ଆସିଲା ଖୁସି ଖବର, ଭୁବନେଶ୍ବରରେ ଭରି ପିଛା ମୂଲ୍ୟ ରହିଛି ଏତିକି...

2/5

ଏହି ଯୋଜନା ଅଧୀନରେ ଯୋଗ୍ୟ ଚାଷୀ ପରିବାରମାନେ ବାର୍ଷିକ ୬,୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ପାଇଥାନ୍ତି। ଯାହା ପ୍ରତି ଚାରି ମାସରେ ୨,୦୦୦ ଟଙ୍କାର ତିନୋଟି ସମାନ କିସ୍ତିରେ ପ୍ରଦାନ କରାଯାଇଥାଏ।

 

3/5

ସୂଚନା ଯୋଗ୍ୟ ୧୯ତମ କିସ୍ତି ଫେବୃଆରୀ ୨୪,୨୦୨୫ରେ ଚାଷୀଙ୍କୁ ପ୍ରଦାନ କରାଯାଇଥିଲା। ଏଥିରେ ପ୍ରାୟ ୯.୮ କୋଟି ଚାଷୀଙ୍କୁ ୨୨,୦୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ କେନ୍ଦ୍ର ସରକାର।

4/5

ଟଙ୍କା ପାଇବାକୁ ହେଲେ କରିବାକୁ ପଡି଼ବ ଏହିସବୁ କାମ:

1-ଇ-କେଓ୍ଵାଇସି: ପିଏମ କିସାନ ପୋର୍ଟାଲ (www.pmkisan.gov.in) (www.pmkisan.gov.in) ରେ ଓଟିପି ଆଧାରିତ ଇ-କେଓ୍ଵାଇସି କିମ୍ବା ନିକଟତମ ସାଧାରଣ ସେବା କେନ୍ଦ୍ର (ସିଏସସି) ମାଧ୍ୟମରେ ବାୟୋମେଟ୍ରିକ ଆଧାରିତ ଇ-କେଓ୍ଵାଇସି କରିବା ବାଧ୍ୟତାମୂଳକ। ପିଏମ କିସାନ ମୋବାଇଲ ଆପ୍ଲିକେସନରେ ମୁହଁ ଆଧାରିତ ଇ-କେଓ୍ଵାଇସି ମଧ୍ୟ ଉପଲବ୍ଧ ରହିଛି।

2- ସେହିପରି ଯୋଗ୍ୟ ହିତାଧିକାରୀଙ୍କୁ ଆଧାର ସହ ବ୍ୟାଙ୍କ ଆକାଉଣ୍ଟକୁ ଲିଙ୍କ୍ କରିବାକୁ ପଡିବ। ଏହାସହ ଜମିର ରେକର୍ଡ଼ ମଧ୍ୟ ଯାଂଚ କରିବାର ଆବଶ୍ୟକତା ରହିଛି। 

3-ଏନପିସିଆଇ ଡିବିଟି ସକ୍ରିୟକରଣ: ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ପାଇଁ ଏନପିସିଆଇ ସକ୍ରିୟ କରିବା ଜରୁରୀ।

5/5

ଲାଭାର୍ଥୀ ସ୍ଥିତି ଯାଞ୍ଚ କରିବା ପାଇଁ ପଦକ୍ଷେପ:

1-ପିଏମ କିସାନର ଅଫିସିଆଲ ଓ୍ଵେବସାଇଟ www.pmkisan.gov.in ପରିଦର୍ଶନ କରନ୍ତୁ। ଏହାପରେ ‘ଲାଭାର୍ଥୀ ତାଲିକା’ ଟାବ ଉପରେ କ୍ଲିକ କରନ୍ତୁ। ଆବଶ୍ୟକତା ଅନୁସାରେ ରାଜ୍ୟ, ଜିଲ୍ଲା, ଉପ-ଜିଲ୍ଲା, ବ୍ଲକ ଏବଂ ଗାଁ ଭଳି ତଥ୍ୟ ବାଛନ୍ତୁ। ଏହାପରେ ‘ଡାଟା ପାଆନ୍ତୁ’ ଅପ୍ସନ ଉପରେ କ୍ଲିକ କରନ୍ତୁ, ଏହାପରେ ଆପଣଙ୍କୁ ଲାଭାର୍ଥୀ ତାଲିକା ପରଦାରେ ଦୃଶ୍ୟମାନ ହେବ।

2-ଆପଣଙ୍କୁ ଯଦି ଏନେଇ କୌଣସି ସମସ୍ୟା ଦେଖାଦେଉଛି, ତେବେ ଇମେଲ ଆଇଡି pmkisan-ict@gov.in କିମ୍ବା ହେଲପଲାଇନ ନମ୍ବର ୧୫୫୨୬୧, ୧୮୦୦୧୧୫୫୨୬ (ଟୋଲ ଫ୍ରି) କିମ୍ବା ୦୧୧-୨୩୩୮୧୦୯୨ ମାଧ୍ୟମରେ ଯୋଗାଯୋଗ କରିପାରିବେ।

;