Advertisement
Photo Details/zeeodisha/odisha2855684
photoDetails0hindi

FM College Case: ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ପୁଣି ଏତିକି ଦିନ ଜେଲ୍ ରେ ରହିବେ ଅଧ୍ୟାପକ ସମୀର

FM College Case: ଫକୀରମୋହନ ସ୍ବଂୟ ଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମହୁତି ଘଟଣା । ଏହି ଘଟଣାକୁ ନେଇ ଆସିଛି ଆଉ ଏକ ଅପଡେଟ୍ ।ଜାଣନ୍ତୁ...

 

1/5

ଏହି ଘଟଣାର ଅଭିଯୁକ୍ତ ପ୍ରଫେସର୍ ସମୀର କୁମାର ସାହୁ ଗିରଫ ହୋଇ ଜେଲ୍ ରେ ଅଛନ୍ତି।  ନିଲମ୍ବିତ ଅଧ୍ୟାପକ ସମୀର ସାହୁଙ୍କ ଜେଲ୍ ଅବଧି ବୃଦ୍ଧି କରାଯାଇଛି । ବିଚାର ବିଭାଗୀୟ ହାଜତ ଅବଧିକୁ ଆଉ ୧୪ ଦିନ ବୃଦ୍ଧି କରାଯାଇଥିବା ଜଣାପଡିଛି। 

ALSO READ: Budh Gochar 2025: ଅଗଷ୍ଟରେ ବୁଧଙ୍କ ଶୁଭ ଚଳନ,ଟଙ୍କା ଗଣି ଗଣି ଥକିଯିବେ ଏହିସବୁ ରାଶି!

 

2/5

ଶୁକ୍ରବାର ଭିସିରେ ଏସଡିଜେଏମ୍ ଙ୍କ ନିକଟରେ ହାଜର ହୋଇଥିଲ ସମୀର। ହେଲେ ଅଧ୍ୟାପକଙ୍କ ଜାମିନ୍ ଆବେଦନ କରିଥିବା ବେଳେ ତାହା ନାମଜୁଂର ହେବାରୁ ଏବେ ସେ ହାଇକୋର୍ଟର ଦ୍ବାରସ୍ତ ହୋଇଛନ୍ତି।  

3/5

ସେପେଟ, ଘଟଣାକୁ ସୁପ୍ରିମକୋର୍ଟ ଲଜ୍ଜାଜନକ କହିଛନ୍ତି। ଅଧ୍ୟାପକ, କଲେଜ୍ ଅଧ୍ୟକ୍ଷଙ୍କ ବ୍ୟତିତ ଛାତ୍ରୀ ମୃତ୍ୟୁ ଘଟଣାରେ ଦାୟୀ କିଏ । ତାର ତନାଘନା କରୁଛି କ୍ରାଇମବ୍ରାଞ୍ଚ। 

4/5

ସୂଚନା ଯୋଗ୍ୟ, ଚଳିତ ମାସ ୧୨ ତାରିଖରେ ଗିରଫ୍ ହେବା ପରେ ବାଲେଶ୍ବର ଜେଲ୍ କୁ ଆସିଥିଲେ ଅଧ୍ୟାପକ ସମୀର୍ ସାହୁ। ଏବଂ ୧୪ ତାରିଖରେ ଗିରଫ ହୋଇ ଜେଲ୍ ଆସିଥିଲେ ଅଧ୍ୟକ୍ଷ। ଏଚ୍ -ଓ-ଡି ସମୀର ସାହୁ ୩ ନମ୍ବର  ଓ ଅଧ୍ୟକ୍ଷ ଦିଲ୍ଲୀପ୍ ଘୋଷ ୧୫ ନମ୍ବର ଓ୍ବାର୍ଡ଼ରେ ରହିଛନ୍ତି। କାରାଗାରର ସମସ୍ତ ଅନ୍ତେବାସୀଙ୍କ ଭଳି ତାଙ୍କୁ ମଧ୍ୟ ସମାନ ସୁବିଧା ମିଳୁଛି। 

5/5

 ଜେଲ୍ ପକ୍ଷରୁ ସେମାନଙ୍କୁ ଜଳିଖିଆ ଦିଆଯାଅଥିଲା। ମଧ୍ୟାହ୍ନ ଭୋଜନରେ ଉଭୟ ଅଣ୍ତା, ଡାଲି, ଭାତ ଏବଂ ଅପରାହ୍ନରେ  ମିକ୍ସଡ୍ ତରକାରୀ, ଡାଲି, ଭାତ,ରୁଟି ଦିଆଯାଇଥିଲା। ଜେଲର ସମସ୍ତ ଅନ୍ତେବାସୀଙ୍କ ଭଳି  ସେମାନଙ୍କୁ ମଧ୍ୟ ଏହାକୁ ଖାଇଥିଲେ। ଦିନ ତମାମ୍ ଉଭୟଙ୍କ ଗତିବିଧି ଉପରେ ନଜର ରଖାଯାଇଥିଲା।  ପ୍ରଫେସର୍  ସମୀର ଦିନ ତମାମ୍ ଚୁପ୍ ହୋଇ ବସିଥିଲେ। ଏହି ଘଟଣାକୁ ନେଇ ସମୀରଙ୍କ ଭଳି ସେ ଚିନ୍ତାରେ ନଥିଲେ। ଜେଲ୍ ଅଧ୍ୟକ୍ଷ ସୁଚିତ୍ରା ଦାସ୍ ଙ୍କ କହିବା କଥା,ଜେଲର ସମସ୍ତ ଅନ୍ତେବାସୀଙ୍କ ଭଳି ତାଙ୍କୁ ମଧ୍ୟ ସମସ୍ତ ସୁବିଧା ଦିଆଯାଇଛି। 

;