Mukhya Mantri Kanya Bibaha Yojana: 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜାନ'କୁ ନେଇ ସରକାର ଦେଲେ ଖୁସି ଖବର। ଏଣିକି ଏହି ଯୋଜନାରେ ବିଧବା ଝିଅ ମାନଙ୍କୁ ମଧ୍ୟ ସାମିଲ୍ କରିବା ଲାଗି ମହିଳା ଓ ଶିଶୁ ବିକାଶ ବିଭାଗକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀ।
ଏନେଇ ଆବଶ୍ୟକୀୟ ପ୍ରକ୍ରିୟା ସାରି ଏହି ଯୋଜନାକୁ ଶୁଭାରମ୍ଭ କରିବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ALSO READ: Budh Guru Yog 2025: ୧୦୦ ବର୍ଷ ପରେ ବୁଧ-ଗୁରୁଙ୍କ ଦୁର୍ଲଭ ଯୋଗ, ୫ରାଶିଙ୍କ ଉପରେ ହେବ ଧନବର୍ଷା!
ALSO READ: Odisha Weather Report: ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ବିଜୁଳି ଘଡ଼ଘଡି ସହ ୯ ଜିଲ୍ଲାର ଭୀଷଣ ବର୍ଷା!
ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମତେ ବିଭାଗୀୟ ସଚିବ ଉପସ୍ଥିତ ଥିଲେ।
ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜାନ'ରେ ବିଧବା ଝିଅ ମାନଙ୍କୁ ଅନ୍ତଭୁକ୍ତ କରିବା ସହ ବିବାହକୁ ସାମୁହିକ ସ୍ତରରେ ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।
ଏଥିସହ ସରକାରୀ ସ୍ତରରେ ଝିଅ ପାଇଁ ଉପହାର ବ୍ୟବସ୍ଥା କରିବା ଲାଗି ବିଭାଗକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
କାର୍ଯ୍ୟକାରୀ ହେବାକୁ ଥିବା 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜାନ' ଗରିବ,ଅସହାୟ ଏବଂ ଆର୍ଥିକ କ୍ଷେତ୍ରରେ ସ୍ବଚ୍ଛଳ ନଥିବା ପରିବାରଙ୍କୁ ତାଙ୍କର କନ୍ୟା ବିବାହ ପାଇଁ ସହାୟକ ହେବ।
ସୂଚନା ଯୋଗ୍ୟ ଗରିବ ବାପା,ମାଆଙ୍କ ଉପରୁ ଝିଅ ବାହାଘରର ବୋଝ ହାଲୁକା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦିଗ୍-ଦର୍ଶନରେ ଖୁବଶିଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜାନ'। ଚଳିତ ବର୍ଷ ଏହି ଯୋଜନାରେ ୧୨ କୋଟି ଟଙ୍କାର ବ୍ୟୟ ବରାଦ ରଖାଯାଇଛି।
ट्रेन्डिंग फोटोज़