Advertisement
Photo Details/zeeodisha/odisha2746469
photoDetails0hindi

Operation Sindoor: ପାକିସ୍ତାନର ଏହି ୯ଟି ସ୍ଥାନରେ ଆକ୍ରମଣ କରିଛି ଭାରତ,ଜାଣନ୍ତୁ କେଉଁଠାରେ ସେନା ପକ୍ଷରୁ ହୋଇଛି କ୍ଷେପଣାସ୍ତ୍ର ମାଡ଼?

Operation Sindoor: ପହଲଗାମ୍ ଆତଙ୍କୀ ଆକ୍ରମଣର ବଦଲା ନେଇଛି ଭାରତ।  ‘ଅପରେସନ୍‍ ସିନ୍ଦୁର’ ଆରମ୍ଭ କରିଛି ସେନା। ଭାରତୀୟ ସେନାର ଏହି ଅପରେସନ୍ ରେ ଘାଇଲା ହୋଇଯାଇଛି ପାକିସ୍ତାନ। ମଧ୍ୟରାତ୍ରୀରେ ଏହି ଆକ୍ରମଣ ହୋଇଛି। ବିଶେଷକରି, ପାକିସ୍ତାନର ୯ଟି ଆତଙ୍କୀ ଶିବର ଉପରେ ହୋଇଛି ଜୋରଦାର୍ ରକେଟ୍ ମାଡ଼। ଆକାଶ ମାର୍ଗରୁ ରାତି ପ୍ରାୟ ଗୋଟାଏ ବେଳେ ‘ଅପରେସନ୍‍ ସିନ୍ଦୁର’ ଆରମ୍ଭ କରିଥିଲା ଭାରତ। ତେବେ, ଆସନ୍ତୁ ଜାଣିବା ପାକିସ୍ତାନର କେଉଁ ୯ଟି ସ୍ଥାନ ଉପରେ ଭାରତ କରିଛି ଆକ୍ରମଣ?

 

1/9

ପାକିସ୍ତାନରେ ଥିବା ମୁରିଡକେ ସହର। ଯାହାକୁ ଆତଙ୍କୀଙ୍କ ସହର ବୋଲି ଏକ ପ୍ରକାର କୁହାଯାଏ।  ସୀମାରୁ ୩୦ କିଲୋମିଟର ଦୂରରେ ରହିଛି ଏହି ସ୍ଥାନ। ଏଠାରେ ଲସ୍କର -ଏ- ତୋଏବା ଆତଙ୍କୀ ସଂଗଠନର  ଆଡ୍ଡା ସ୍ଥଳୀ। ଏଠାରେ ୨୬/ ୧୧ ରେ ହୋଇଥିବା ମୁମ୍ବାଇ ଆକ୍ରମଣରେ ଯୋଜନା ଏହି ସ୍ଥାନରେ ହୋଇଥିଲା।  ଏହି ସ୍ଥାନରେ ଆଜି ଭାରତୀୟ ସେନା ରକେଟ୍ ମାଡ଼ କରିଛି। 

ALSO READ: Operation Sindoor:ଅପରେସନ୍‍ ସିନ୍ଦୂର;ଏୟାର ଇଣ୍ଡିଆ,ଏୟାର ଇଣ୍ଡିଆ ଏକ୍ସପ୍ରେସ୍‍ର ବିମାନ ବାତିଲ

ALSO READ: Budh Guru Yuti 2025: ୧୨ ବର୍ଷ ପରେ ବୁଧ-ଗୁରୁ ଦୁର୍ଲଭ ଯୋଗ, ଏହିସବୁ ରାଶିଙ୍କ ଫିଟିବ ଭାଗ୍ୟ, ମାଟି ଧରିଲେ ହେବ ସୁନା

2/9

ସେହିପରି ଆଉ ଏକ ସହର ହେଉଛି ପାକିସ୍ତାନର ଅଧିନରେ ଥିବା ଗୁଲପୁର୍ । ପୁଞ୍ଚ-ରଜୌରୀ  ଠାରୁ ୩୫ କିମି ଦୂରରେ ଥିବା ଏହି ସହରରେ ଆତଙ୍କୀମାନେ ବସବାସ୍ କରନ୍ତି। ୨୦୨୩ ଏପ୍ରିଲ ରେ ପୁଞ୍ଚ ଓ ଜୁନ ୨୪ ରେ ହୋଇଥିବା ତିର୍ଥଯାତ୍ରୀଙ୍କ ଉପରେ ଆକ୍ରମଣ ଯୋଜନା ଏଠାରେ  ହୋଇଥିଲା। ନିରିହ ଲୋକଙ୍କୁ ମାଟିରେ ମିଶାଇବା ପାଇଁ ଗୁଲପୁରରେ ମାଷ୍ଚର ପ୍ଲାନ୍ କରିଥିଲେ ଆତଙ୍କୀ।  ଯେଉଁ ଆତଙ୍କୀ ଶିବରକୁ ଆଜି ରକେଟ୍ ମାଡ଼ କରି ଉଡେଇ ଦେଇଛି ଭାରତୀୟ ସେନା।

 

3/9

ପାକିସ୍ତାନରେ ଥିବା (ସିଓ୍ବାଇ କ୍ୟାମ୍)( SAWAI CAMP)। ଯାହା ପାକ୍ ଅଧିକୃତ କାଶ୍ମୀର ଭିତରେ ଥିବା ଅଞ୍ଚଳରେ ଅବସ୍ଥିତ।  ଆଜି ଭାରତୀୟ ସେନା ପକ୍ଷରୁ ଏଠାରେ ରକେଟ୍ ମାଡ ହୋଇଛି। ଫଳରେ ଧ୍ବଂସ ହୋଇଛି ଆତଙ୍କୀ ସଂଗଠନ୍। ଏହି ସ୍ଥାନରେ ସୋମମାର୍ଗ ଆତଙ୍କୀ ହାମଲା , ଗୁଲମାର୍ଗ ଆକ୍ରମଣ ଓ ନିକଟରେ ହୋଇଥିବା ପହଲ୍-ଗାମ୍ ଆକ୍ରମଣ ପାଇଁ ମାଷ୍ଟର ପ୍ଲାନ୍ କରିଥିଲେ ଆତଙ୍କବାଦୀ।

 

4/9

ପାକିସ୍ତାନ୍ -ରେ ଥିବା ବିଲାଲ୍ କ୍ୟାମ୍ପ ଉପରେ ମଧ୍ୟ ଆକ୍ରମଣ ହୋଇଛି। ଏହି ସ୍ଥାନକୁ ଜୈସ୍-ଇ-ମହମ୍ମଦ -ଲଞ୍ଚପ୍ୟାଡ୍ ବୋଲି କୁହାଯାଏ। ଏଠାରେ ଆତଙ୍କୀ ବାଦୀଙ୍କୁ ଟ୍ରେନିଂ ଦିଆଯାଏ। ଯାହାକୁ ଆଜି ଉଠେଇ ଦେଇଛି ଭରତୀୟ ସେନା। 

 

5/9

ପାକ୍ -ରେ ଥିବା କୋଟଲି କ୍ୟାମ୍ପ, ଏଲଓସି ଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ ଏହି କ୍ୟାମ୍ପରେ ଆତଙ୍କବାଦୀଙ୍କୁ ଟ୍ରେନିଂ ଦିଆଯାଏ। ଏବଂ ବୋମା ଓ ବିସ୍ପୋରଣର ସାମଗ୍ରୀ ମଧ୍ୟ ଏଠାରେ ରଖାଯାଏ। 

 

6/9

ବର୍ଣ୍ଣାଲା କ୍ୟାମ୍ପ, ଏଲଓସି(LoC) ଠାରୁ ମାତ୍ର ୧୦ କିମି ଦୂରରେ ଅବସ୍ଥିତ ଏହି କ୍ୟାମ୍ପରେ ଆତଙ୍କୀମାନଙ୍କ ଅସ୍ତ୍ରଶସ୍ତ୍ର ରଖାଯାଏ। ଏବଂ ଏଠାରେ ନୂଆ କରି ତାଲିମ୍ ନେବାକୁ ଆସୁଥିବା ଯୁବକଙ୍କୁ ଏଠାରେ ରଖାଯାଏ। ଏହା ଆତଙ୍କୀ ଏକ ବଡ଼ ଡାଲିମ୍ କେନ୍ଦ୍ର। 

 

7/9

ସେହିପରି, ସର୍ଜଲ୍ କ୍ୟାମ୍ପକୁ ମଧ୍ୟ ଆଜି ଭାରତୀୟ ସେନା ରକେଟ୍ ମାଡ କରିଛି। ଏହି କ୍ୟାମ୍ପଟି ସାମ୍ବା-ଖଟୁଆର ବିପରୀତ ଦିଗରେ ଅବସ୍ଥିତ।  ଜୈସ୍ -ଇ-ମହମ୍ମଦ ଆତଙ୍କୀ ସଂଗଠନ ନାମରେ ଜଣାଶୁଣା। ଏହା ସବୁଠାରୁ ବଡ଼ ଆତଙ୍କୀ ତାଲିମ୍ କେନ୍ଦ୍ର ଅଟେ। ଯାହା ଅନ୍ତର୍ଜାତୀୟ ସୀମାରୁ ୮ କିଲୋମିଟର ଦୂରରେ ଅବସ୍ଥିତ।

 

8/9

ମେହେମୁନା କ୍ୟାମ୍ପ, ଯାହା ଯାଇକୋଟ୍ ନିକଟରେ ଅବସ୍ଥିତ। ଯାହା ହିବଜୁଲ୍ ମୁଜାଦ୍ଧିନ୍ ଟ୍ରେନିଂ କ୍ୟାମ୍ପ ନାମରେ ପରିଚିତ। ଏହି କ୍ୟାମ୍ପଟିକୁ ମଧ୍ୟ ଭରାତୀୟ ସେନା ଧ୍ବଂସ କରିଦେଇଛି।

 

9/9

ପାକ୍ ରେ ଥିବା ବାହାବଲପୁରରେ ଭାରତୀୟ ସେନା ପଶି ହାମଲା କରିଛି। ଏହି ସ୍ଥାନକୁ  ଜୈସ୍ -ଇ-ମହମ୍ମଦ ଆତଙ୍କୀ ସଂଗଠନ ର ହେଡକ୍ବାଟର ବୋଲି କୁହାଯାଏ। 

;