Saif Ali Khan: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଲିଲାବତୀ ଡାକ୍ତରଖାନାର ଡାକ୍ତର ନିତିନ ଡାଙ୍ଗେ କହିଛନ୍ତି, "ସୈଫ ଅଲ୍ଲୀ ଖାନଙ୍କୁ ଅଜ୍ଞାତ ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗରେ ସକାଳ ୨ ଟାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମେରୁଦଣ୍ଡରେ ଛୁରା ବାଜିଛି। ସେ ଗୁରୁତର ଆହତ ହୋଇଥିଲେ। ଅସ୍ତ୍ରୋପ୍ରଚାର ଦ୍ୱାରା ମେରୁଦଣ୍ଡକୁ ଛୁରୀ ବାହାର କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂପୂର୍ଣ୍ଣ ସ୍ଥିର ଏବଂ ସେ ବିପଦରୁ ବାହାରେ ଅଛନ୍ତି।