Shaheednagar Mobile Shop Loot Video: ଭୁବନେଶ୍ବର ସହିଦନଗର ଆରକେ କମ୍ପଲେକ୍ସରୁ ଲୁଟ୍ ହୋଇଛି। ଏଠାରେ ଲୁଟେରା ମାନେ ଲକ୍ଷାଧିକ ଟଙ୍କାର ମୋବାଇଲ୍ ଚୋରି କରିନେଇଛନ୍ତି। ଖବର ଅନୁସାରେ ଦୋକାନରୁ ୪୦ ଲକ୍ଷରୁ ଅଧିକ ଟଙ୍କାର ମୋବାଇଲ ଚୋରି ହୋଇଥିବା ଜଣା ପଡ଼ିଛି। ଏହା ଲୁଟେରାଙ୍କ ଲୁଟ୍ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଲୁଟେରା ମାନେ ବ୍ୟାଗରେ ମୋବାଇଲ ପୂରାଇ ନେଇ ଯାଉଥିବାର ନଜର ଆସୁଛନ୍ତି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।