Bhadrak Naagin Dance Video: ବୁଧବାର ଦିନ ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲାର ଧାମରା-ବାଂଶଡ଼ା ପଞ୍ଚାୟତର ଛେଡାକ ଗାଁରେ ଏକ ବିବାହ ଶୋଭାଯାତ୍ରା ସମୟରେ ତିନୋଟି ନାଗ ସାପ ଉଦ୍ଧାର କରାଯାଇଛି। ଏଠାରେ ବରଯାତ୍ରୀ "ନାଗିନ" ଗୀତରେ ସତ ସତିକା ନାଗ ସାପ ଧରି ନାଚୁଥିବାର ନଜର ଆସିଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଜୋରଦାର ଭାଇରାଲ୍ ହେଉଛି। ବିଭାଗୀୟ କତ୍ତୃପକ୍ଷ ଘଟଣାର ଅଧିକ ତଦନ୍ତ କରୁଛି।