Advertisement
Photo Details/zeeodisha/odisha2757165
photoDetails0hindi

Monsoon Alert: ବାତ୍ୟା ଶକ୍ତି ପ୍ରଭାବରେ ସକ୍ରିୟ ମୌସୂମୀ, ଓଡ଼ିଶା ପାଇଁ ସତର୍କତା ଜାରି

Monsoon Alert: ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (IMD) ରିପୋର୍ଟ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ବଙ୍ଗୋପସାଗରର ଦକ୍ଷିଣ ଅଂଶ, ଆଣ୍ଡାମାନ ସାଗରର ଦକ୍ଷିଣ ଅଂଶ, ନିକୋବର ଦ୍ୱୀପପୁଞ୍ଜ ଏବଂ ଆଣ୍ଡାମାନ ସାଗରର ଉତ୍ତର ଅଂଶର କିଛି ଅଂଶକୁ ଆହୁରି ଆଗକୁ ବଢ଼ିଛି। ମୌସୁମୀ ବାୟୁର ପ୍ରଭାବ ଯୋଗୁଁ, ଆଗାମୀ ୫ ଦିନ ମଧ୍ୟରେ ଦକ୍ଷିଣ ଉପଦ୍ୱୀପ ଭାରତ ଏବଂ ମଧ୍ୟ ଭାରତରେ ଝଡ଼ବର୍ଷା ସହିତ ବର୍ଷା ହେବାର ସମ୍ଭାବନା ରହିଛି।

1/7

ସେପଟେ ମଙ୍ଗଳବାର ଦିନ ମୌସୁମୀ ବାୟୁ ବଙ୍ଗୋପସାଗରର ଦକ୍ଷିଣ ଅଂଶ, ଆଣ୍ଡାମାନ ସାଗରର ଦକ୍ଷିଣ ଅଂଶ, ନିକୋବର ଦ୍ୱୀପପୁଞ୍ଜ, ଆଣ୍ଡାମାନ ସାଗରର ଉତ୍ତର ଅଂଶରେ ପହଞ୍ଚିଥିଲା। ବାତ୍ୟା ଶକ୍ତି ପାଇଁ ପାଗ ଅନୁକୂଳ ରହିଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 

2/7

ମୌସୂମୀ ୨୭ ମଇ ସୁଦ୍ଧା କେରଳରେ ପହଞ୍ଚିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଜୁଲାଇ ପ୍ରଥମ ସପ୍ତାହରେ ମୌସୁମୀ ସମଗ୍ର ଦେଶକୁ ଆଚ୍ଛାଦିତ କରିପାରେ। ମୌସୁମୀ ପ୍ରବେଶ ଯୋଗୁଁ, ଗତ ୨୪ ଘଣ୍ଟା ମଧ୍ୟରେ ନିକୋବର ଦ୍ୱୀପପୁଞ୍ଜର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଛି।

3/7

ମୌସୁମୀ ଏଥର ସଅଳ ଆସିଥିଲେ ହେଁ ପୂରା ଦେଶରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ପୂର୍ବରୁ ହିଁ ପାଣିପାଗ ବିଭାଗ ସ୍ପଷ୍ଟ କରି ସାରିଛି। ଆଇଏମଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଏବେ ମୌସୁମୀ ପାଇଁ ପାଗ ସଂପୂର୍ଣ୍ଣ ଅନୁକୂଳ। 

 

4/7

ଏବେ ସ୍ଥିତି ଯାହା ମୌସୁସୀ ଜୁନ ୧ ପୂର୍ବରୁ କେରଳ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ସମ୍ଭବତଃ ଏହା ମେ’ ୨୭ରେ କେରଳ ଛୁଇଁପାରେ।

5/7

୭ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ମୌସୁମୀ କେବେ ହେଲେ ଏତେ ଶୀଘ୍ର ସ୍ପର୍ଶ କରି ନଥିଲା। କିନ୍ତୁ ଏଥର ମୌସୁମୀ ଗତବର୍ଷ ତୁଳନାରେ ୬ ଦିନ ଆଗୁଆ ଆସିଛି। ଆଇଏମଡିର ସୂଚୀରୁ ଜଣାପଡ଼ିଛି ଯେ ଦକ୍ଷିଣ ଆଣ୍ଡାମାନ ସାଗରକୁ ମୌସୁମୀ ସାଧାରଣତଃ ମେ’ ୧୯ରେ ଛୁଇଁ ଥାଏ। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଥିବା ପୋର୍ଟ ବ୍ଲେୟାରକୁ ଏହା ମେ’ ୨୧ରେ ସ୍ପର୍ଶ କରିଥାଏ।

6/7

କିନ୍ତୁ ସୋମବାର ଠାରୁ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇ ଚାଲିଥିଲା। ଦୁଇ ଦିନ ହେଲା ଏଠାରେ ଲଗାଣ ବର୍ଷା ଜାରି ରହିଥିବାରୁ ମୌସୁମୀ ଏହାକୁ ଛୁଇଁ ସାରିଥିବା ଆଇଏମଡି କହିଛି।

7/7

୨୦୧୪ରେ ମୌସୁମୀ ଏଠାକୁ ମେ’ ୧୯ରେ ଆସିଥିବା ବେଳେ ୨୦୨୩ରେ ମଧ୍ୟ ମେ’ ୧୯ରେ ସ୍ପର୍ଶ କରିଥିଲା। ୨୦୨୨ରେ ମେ’ ୧୬, ୨୦୨୧ରେ ମେ’ ୨୧, ୨୦୨୦ରେ ମେ’ ୧୭ ଓ ୨୦୧୯ରେ ମେ’ ୧୮ ତାରିଖରେ ଦକ୍ଷିଣ ପଶ୍ଚିମ ମୌସୁମୀ ଏଠାରେ ନିଜର ଉପସ୍ଥିତି ଜାହିର କରିଥିଲା।

;