Weather Update: ଆସନ୍ତାକାଲିଠୁ କମିବ ତାତି। କାହିଁକିନା ଆସୁଛି କାଳ ବୈଶାଖି। ତାତିରୁ ସାମାନ୍ୟ ଆଶ୍ବସ୍ତି ଦେବ କାଳ ବୈଶାଖି। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ଜିଲ୍ଲାରେ କାଳ ବୈଶାଖି ବର୍ଷା ନେଇ ସତର୍କତା ଜାରି ହୋଇଛି।...
ଦିନ ତାପମାତ୍ରା ବର୍ତ୍ତମାନ ତୁଳନାରେ ୩ ରୁ ୫ ଡିଗ୍ରୀ ସେଲସିୟସ୍ କମିପାରେ। ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହ ପ୍ରକୋପ କିଛି ସ୍ଥାନରେ ହାଲୁକା କମିଛି। ମାତ୍ର ବୌଦ୍ଧରେ ଗତକାଲି ସବୁଠୁ ଉତ୍ତର ସହର ପାଲଟିଥିଲା। ଏଠାରେ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ଼ ହୋଇଥିଲା। ବରଗଡ଼ରେ ୪୨, ଅନୁଗୁଳରେ ୪୦.୭, ମାଲକାନଗିରିରେ ୪୦.୨ ଡିଗ୍ରୀ ରେକର୍ଡ଼ ହୋଇଥିଲା।
ALSO READ: Budh Uday 2025: ମୀନରେ ଅସ୍ତ ହେବେ ବୁଧ, ଏହିସବୁ ରାଶିଙ୍କ ଫିଟିବ ଭାଗ୍ୟ, ବ୍ୟବସାୟୀଙ୍କ ସହ ଚାକିରିଆ ହେବେ ଧନବାନ୍
ଏହି ୪ ସହର ସମେତ ରାଜ୍ୟର ୧୩ଟି ସହରରେ ୩୯ ଡିଗ୍ରୀ ଉପରେ ଥିଲା। ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମାନ ମହାନ୍ତି କହିଛନ୍ତି ଯେ, ୧୯ ତାରିଖରୁ କାଳବୈଶାଖି ବଢିବ।
ରାଜ୍ୟରେ କାଳ ବୈଶାଖି ବର୍ଷା ଯୋଗୁଁ ତାପମାତ୍ରା ୩ ରୁ ୫ ଡିଗ୍ରୀ କମିପାରେ। ତେବେ, ମଙ୍ଗଳବାର କିଛି ସ୍ଥାନରେ ଗ୍ରୀଷ୍ମ ଲହରୀ ପ୍ରକୋପ ରହିପାରେ।
ଆଜି ବିଶେଷକରି, ଝାରସୁଗୁଡା ଓ ବୌଦ୍ଧରେ ଗ୍ରୀଷ୍ମ ଲହରୀ ଜାରି ରହିବ। ଏନେଇ ଅରେଂଜ ଓ୍ବାର୍ଣ୍ଣିଂ ଜାରି ହୋଇଛି।
ବଲାଙ୍ଗୀର, ସୁନ୍ଦରଗଡ, ଅନୁଗୁଳ ଓ କଳାହାଣ୍ତି ଜିଲ୍ଲାରେ ଗ୍ରୀଷ୍ମ ଲହରୀ ନେଇ ୟେଲୋ ଆଲର୍ଟ ଜାରି ହୋଉଛି।
ସେହିପରି, ଆସନ୍ତାକାଲି,ବୌଦ୍ଧ ଓ ଝାରସୁଗୁଡାରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ। ଆଜି ବିଶେଷକରି କାଳବୈଶାଖି ପ୍ରଭାବରେ କେନ୍ଦୁଝର, ମୟୂରଭଂଜରେ ଘଡଘଡି଼ ସହ ହାଲୁକା ବର୍ଷା ହେବ।
ସେହିପରି, ଆସନ୍ତାକାଲି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏବଂ କିଛି ସ୍ଥାନରେ ବଜ୍ରପାତ ସହ ପବନର ଆଶଙ୍କା ରହିଛି।
ସେହିପରି, ୨୦ ତାରିଖ ଦିନ ବାଲେଶ୍ବର , ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର,ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଂଜର କିଛି ସ୍ଥାନରେ ବର୍ଷା ହେବା ସହ ଘଡଘଡି ହେବାର ସମ୍ଭାବନା ରହିଛି। ନୂଆପଡା, ବଲାଙ୍ଗୀର, ସୋନପୁର,ବୌଦ୍ଧ, କନ୍ଧମାଳର ଗୋଟିଏ ଦୁଇଟି ସ୍ଥାନରେ ଅଧିକ ବର୍ଷା ହେବ।
ଏନେଇ ୧୧ ଜିଲ୍ଲାରେ ଘଡଘଡି ନେଇ ସତର୍କତା ଜାରି ହୋଇଛି। ସେହିପରି ୨୧ ତାରିଖ ଠାରୁ କାଳ ବୈଶାଖିର ପ୍ରଭାବ ଅଧିକ ବଢିବ।
ट्रेन्डिंग फोटोज़