Weather Update: ରାଜ୍ୟରେ ଜାରି ରହିଛି ଖରା -ବର୍ଷାର ଲୁଚକାଳି ଖେଳ। ପାଣିପାଗ ବିଭାଗ ତରଫରୁ ମିଳିଥିବା ତାଜା ସୂଚାନ ଅନୁସାରେ, ଆଗକୁ ତାତି ବଢିବ। ବିଶେଷକରି, ୧ ତାରିଖରୁ ତାତି ବଢିବା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ଟ୍ରପ୍ ଲାଇନ୍ ପ୍ରଭାବରେ ରାଜ୍ୟରେ ଘଡଘଡି଼ ସହ ବର୍ଷା ଜାରି ରହିଛି। ଏନେଇ ଆଜି ୮ ଜିଲ୍ଲାକୁ ଘଡଘଡି଼ ସହ ବର୍ଷା ସମ୍ଭାବନା ନେଇ ଆଲର୍ଟ ଜାରି ହୋଇଛି।
ସେହିପରି, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତାକାଲିଠୁ ରାଜ୍ୟରେ ପାଗ ଶୁଖିଲା ରହିବ।
ସେପଟେ, ଆସନ୍ତା ୨୭, ୨୮ ତାରିଖ ବେଳକୁ ଦିନ ତାପମାତ୍ରା ସାମାନ୍ୟ ବଢିପାରେ। ମାର୍ଚ୍ଚ ୧ରୁ ତାତି ବଢିପାରେ। ୧ ତାରିଖ ବେଳକୁ ଆଭୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ୩୭ କିମ୍ବା ୩୮ ଡିଗ୍ରୀ ସେଲସିୟସ ଛୁଇଁପାରେ ।
୧ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ ତାପମାତ୍ରା ୩୭ କିମ୍ବା ୩୮ ଡିଗ୍ରୀ ସେଲସିୟସ୍ ଛୁଇଁପାରେ । ଭୁବନେଶ୍ୱର ତାପମାତ୍ରା ମଧ୍ୟ ୩୭ ଡିଗ୍ରୀ ପହଞ୍ଚିପାରେ ।
ଗତବର୍ଷ, ଅପେକ୍ଷା ଚଳିତ ବର୍ଷ ଗରମର ପ୍ରଭାବ ଅଧିକ ରହିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଗତସପ୍ତାହରେ ରାଜ୍ୟରେ ରାଜ୍ୟରେ ବର୍ଷା ସାଙ୍ଗକୁ ମେଘୁଆ ପାଗ ରହିଥିବା ବେଳେ ବର୍ତ୍ତମାନ ପୁଣି ଖରା ନେଇ ଆଲର୍ଟ ଜାରି ହୋଇଛି। ଯାହାକୁ ନେଇ ରାଜ୍ୟବାସୀଙ୍କ ମନରେ ଆତଙ୍କ ଖେଳି ଯାଇଛି।
ତେବେ ରାଜ୍ୟର ତାପମାତ୍ରା କେତେ ହେବ ସେନେଇ କୌଣସି ସୂଚନା ଦେଇନଥିବା ବେଳେ 2ରୁ 4 ଡିଗ୍ରୀ ବୃଦ୍ଧି ପାଇବ ବୋଲି କୁହାଯାଇଛି ।
ट्रेन्डिंग फोटोज़