Advertisement
Photo Details/zeeodisha/odisha2734694
photoDetails0hindi

Weather Update: ଆଜି କୁଆପଥର ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ,୬୦ କିମି ବେଗରେ ବହିବ ପବନ

Weather Update: ରାଜ୍ୟରେ ଜାରି ରହିଛି କାଳବୈଶାଖିର ପ୍ରଭାବ। ପଶ୍ଚିମାଝଡ଼ ଜନିତ ନିମ୍ନଚାପରେଖା ସମୁଦ୍ରପତ୍ତନରୁ ୩.୧ କିମିରୁ ୯.୬ କିମି ଯାଏଁ ରାଜ୍ୟ ବାୟୁ ମଣ୍ତଳ ଉପରେ ପରିବ୍ୟାପ୍ତ ରହିଛି।  ଯାହାଫଳରେ ସୋମବାର ମଧ୍ୟାହ୍ନରେ ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖି ଜନିତ  ବର୍ଷା ହୋଇଛି। ଉତ୍ତର ଆଭ୍ୟନ୍ତରୀଣ ତଥା ପାଶ୍ବବର୍ତ୍ତୀ ଜିଲ୍ଲାରେ ସ୍ଥାନେ ସ୍ଥାନେ ବିଜୁଳି ଘଡ଼ଘଡି ସହ ପ୍ରବଳ ବର୍ଷା ରେକର୍ଡ଼ ହୋଇଛି।  ଆଜି ମଧ୍ୟ ରାଜ୍ୟରେ କୁଆପଥର ବର୍ଷା ନେଇ ସତର୍କତା ଜାରି ରହିଛି।

 

1/8

ଏଥିସହ ପାଣିପାଗ ରାଜ୍ୟରେ ଆସନ୍ତା ୨ ତାରିଖ ଯାଏଁ ଅନୁଭବ ହେବାକୁ ଥିବା ବେଳେ ବିଜୁଳି ଘଡ଼ଘଡି ସାଙ୍ଗକୁ କୂଆପଥର ବର୍ଷା ନେଇ ସତର୍କତା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ। 

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

ALSO READ: Weekly Special Horoscope: ମେ' ପ୍ରଥମ ସପ୍ତାହ କେମିତି ରହିବ ୧୨ ରାଶିଙ୍କ ଭାଗ୍ୟ? ପଢନ୍ତୁ ସାପ୍ତାହିକ ସ୍ପେଶାଲ୍ ରାଶିଫଳ

 

2/8

ଗତ ୨୪ ଘଣ୍ଟାରେ ରାୟଗଡାର ବିଷମ କଟକ ଅଞ୍ଚଳରେ ସର୍ବାଧିକ ୧୯.୬ ମିମି ବର୍ଷା ରେକର୍ଡ଼ ହୋଇଛି। 

 

3/8

ସେହିପରି, ଆଜି  ରାଜ୍ୟ ତମାମ୍ ବିଜୁଳି ଘଡ଼ଘଡି ସାଙ୍ଗକୁ ବର୍ଷା ହେବ।  ଉତ୍ତର ଆଭ୍ୟନ୍ତରୀଣର ୫ ଜିଲ୍ଲା ମୟୂରଭଂଜ, କେନ୍ଦୁଝର, ଭଦ୍ରକ,ବାଲେଶ୍ବର ଓ ଢେଙ୍କାନାଳ ଜିଲ୍ଲାକୁ କୁଆପଥର ବର୍ଷା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି। 

 

4/8

ଏହିସମୟରେ ଘଣ୍ଟା ପ୍ରତି ପବନ ୫୦ ରୁ ୬୦ କିମି ଯାଏଁ ରହିବ। 

 

5/8

ସେହିପରି , କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ପବନ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ବହିବା ସହ ବିଜୁଳି  ଘଡ଼ଘଡି ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। 

 

6/8

ଅନ୍ୟପଟେ, ୩୦ ରୁ  ୪୦ କିମି ବେଗରେ ପବନ ସହ  ଝାରସୁଗୁଡା, ସୁନ୍ଦରଗଡ,ସମ୍ବଲପୁର, ଦେବଗଡ, କନ୍ଧମାଳ, ରାୟଗଡା, କୋରାପୁଟ୍, ମାଲକାନଗିରି, ପୁରୀ, ଖୋର୍ଦ୍ଧା, ନୟାଗଡ,ଗଂଜାମ ଓ ଗଜପତିକୁ ୟେଲୋ ଆଲର୍ଟ  ଜାରି ହୋଇଛି। 

 

7/8

ଆଜିଠାରୁ ଗୁରୁବାର ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହେବା ସହ ପବନ ବହିବ। 

 

8/8

ଶୁକ୍ରବାର ଠାରୁ ରାଜ୍ୟରେ ଦିନ ତାପମାତ୍ରା ୨ ରୁ ୪ ଡିଗ୍ରୀ ବୃଦ୍ଧି ପାଇବ। 

 

;