Mercury Transit 2025 Aries: ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ସାହସ ଏବଂ ଶକ୍ତିର ପ୍ରତୀକ ଭାବରେ ବିବେଚନା କରାଯାଇଛି। ମଙ୍ଗଳଙ୍କ ରାଶିରେ ବୁଧଙ୍କ ଚଳନ ପରେ କର୍କଟ ଏବଂ ତୁଳା ସମେତ ମୋଟ ୫ଟି ରାଶିର ବ୍ୟକ୍ତିବିଶେଷ ଶୁଭଫଳ ପାଇବାକୁ ଯାଉଛନ୍ତି ।
ମେଷ ରାଶି
ଆପଣଙ୍କ ପାଇଁ ବୁଧଙ୍କ ଚଳନ ସକାରାତ୍ମକ ସାବ୍ୟସ୍ତ ହେବ । ବୁଧ ୨୩ ମଇ ପର୍ଯ୍ୟନ୍ତ ମେଷ ରାଶିରେ ରହିବେ । ଏହି ସମୟରେ ନିଜ ବ୍ୟକ୍ତିତ୍ୱରେ ଉନ୍ନତି ଦେଖିବେ । ବ୍ୟବସାୟ ସହିତ ଜଡିତ ସଠିକ୍ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ । ଆପଣଙ୍କୁ ଅନେକ ସୁତ୍ରରୁ ଲାଭ ମିଳିପାରେ । ଆପଣଙ୍କ ମନୋବଳ ବୃଦ୍ଧି ପାଇବ । ନିବେଶ କରି ଭଲ ଲାଭ ହାସଲ କରିବେ । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ । ବ୍ୟବସାୟକୁ ବଢାଇବାରେ ସକ୍ଷମ ହେବେ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ସମସ୍ତ ଇଚ୍ଛା ପୂରଣ କରିବେ ।
କର୍କଟ ରାଶି
ଆପଣଙ୍କ ପାଇଁ ବୁଧଙ୍କ ଚଳନ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ। ଆପଣଙ୍କ ରାଶିର ଦଶମ ଘରେ ବୁଧଙ୍କ ଚଳନ ହେବ । ଏହି ସମୟରେ ଆପଣ ଅନୁକୂଳ ଫଳାଫଳ ପାଇବେ । ବ୍ୟବସାୟରେ ସଫଳତା ହାସଲ କରିବେ । ଆୟ ବୃଦ୍ଧିର ସମ୍ଭାବନା ଅଧିକ । ଚାକିରି ଖୋଜୁଥିଲେ ଖୁସି ଖବର ମିଳିପାରେ । ବ୍ୟବସାୟୀମାନେ ଅଧିକ ଟଙ୍କା ରୋଜଗାର କରିବାରେ ସଫଳ ହେବେ । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ସମୟ ଶୁଭ । ଧାର୍ମିକ ଯାତ୍ରା କରିପାରନ୍ତି । ଚାକିରି କ୍ଷେତ୍ରରେ ଶୁଭ ପରିବର୍ତ୍ତନ ହୋଇପାରେ ।
ସିଂହ ରାଶି
ବୁଧଙ୍କ ଚଳନ ଆପଣଙ୍କ ଜୀବନରେ ସକରାତ୍ମକ ଫଳାଫଳ ଆଣିଦେବ। ବିଶେଷ କରି କ୍ୟାରିଅର ଏବଂ ବ୍ୟବସାୟରେ ଭାଗ୍ୟ ଚମକିବ । ଚାକିରିରେ ପଦୋନ୍ନତି ମିଳିପାରେ। ବ୍ୟବସାୟରେ ଅଧିକ ଅର୍ଡର ପାଇପାରିବେ । ଫଳରେ ଆର୍ଥିକ ଲାଭ ଭଲ ହେବ । ବ୍ୟକ୍ତିଗତ ଜୀବନରେ ଥିବା ସମସ୍ୟାରୁ ମୁକ୍ତି ମିଳିବ। କୌଣସି ବଡ଼ ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ । ମନରେ ଉତ୍ସାହ ରହିବ । ବିଭିନ୍ନ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବେ ।
ତୁଳା ରାଶି
ଆପଣଙ୍କ ପାଇଁ ସମୟ ଶୁଭ । ବୁଧ ଆପଣଙ୍କ ସପ୍ତମ ଘରେ ଚଳନ କରିବେ। ପ୍ରେମ, ବୈବାହିକ ଜୀବନ ଏବଂ ବ୍ୟବସାୟିକ ସହଭାଗୀତା ପାଇଁ ସମୟ ବହୁତ ଭଲ। ବିବାହ ପାଇଁ ଭଲ ପ୍ରସ୍ତାବ ଆସିବ । ବିବାହିତ ଦମ୍ପତିଙ୍କ ପାଇଁ ସମୟ ଶୁଭ । ସାଥୀଙ୍କ ସହିତ ଭ୍ରମଣରେ ଯାଇପାରନ୍ତି । ଜୀବନସାଥୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାର ଆବଶ୍ୟକତା ରହିଛି । ଟଙ୍କା ସମ୍ପର୍କିତ କାରବାର କରୁଥିଲେ ସତର୍କ ରହିବା ଆବଶ୍ୟକ ।
ଧନୁ ରାଶି
ବୁଧ ଆପଣଙ୍କ ପଞ୍ଚମ ଘରେ ଚଳନ କରିବେ। ପଞ୍ଚମ ଘର ଶିକ୍ଷା, ପ୍ରେମ ସମ୍ପର୍କ ଏବଂ ସନ୍ତାନ ସହ ଜଡିତ । ଏହି ଚଳନ ଛାତ୍ରଛାତ୍ରୀଙ୍କୁ ଶୁଭଫଳ ଆଣିଦେବ । ପାଠପଢ଼ାରେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ ହେବେ । ଲେଖା, ଗବେଷଣା, ଗଣ ଯୋଗାଯୋଗ ଏବଂ ଭାଷା ସହ ଜଡିତ ଥିଲେ ବିଶେଷ ସଫଳତା ପାଇବେ। ଚାକିରି କ୍ଷେତ୍ରରେ ମଧ୍ୟ ଏହା ଭଲ ସମୟ। ପ୍ରେମ ସମ୍ପର୍କକୁ ବିବାହରେ ପରିଣତ କରିବାକୁ ଚାହୁଁଥିଲେ ସମୟ ଅନୁକୂଳ । ବୃତ୍ତିଗତ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ମଧ୍ୟ ସମୟ ଅନୁକୂଳ । ସାମାଜିକ କ୍ଷେତ୍ରରେ ଲୋକପ୍ରିୟତା ବଢିବ । ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ସହିତ ସମ୍ପର୍କ ସ୍ଥାପନ ହେବ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़