Advertisement
Photo Details/zeeodisha/odisha2865871
photoDetails0hindi

Weekly Financial Horoscope: ନୂଆ ସପ୍ତାହରେ କେଉଁ ରାଶି ହେବେ ଧନୀ ? ପଢନ୍ତୁ ରାଶିଫଳ

ଏହି ସପ୍ତାହଟି ଆର୍ଥିକ ଦୃଷ୍ଟିରୁ ତୁଳା, ବିଛା ସମେତ ୫ଟି ରାଶି ପାଇଁ ବହୁତ ଭାଗ୍ୟଶାଳୀ ପ୍ରମାଣିତ ହେବ ।

1/14

ଜ୍ୟୋତିଷଙ୍କ ମତରେ ମେଷଠୁ ମୀନ ସମସ୍ତ ୧୨ଟି ରାଶି ପାଇଁ ନୂଆ ସପ୍ତାହରେ ଆର୍ଥିକ ସ୍ଥିତି କିପରି ରହିବ ଆସନ୍ତୁ ଜାଣିବା ।

2/14

ମେଷ ରାଶି

କର୍ମକ୍ଷେତ୍ରରେ ଅତ୍ୟଧିକ କଠୋର ହେବା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ରହିଛି। ଅନାବଶ୍ୟକ ଯାତ୍ରା କରନ୍ତୁ ନାହିଁ । ବ୍ୟକ୍ତିଗତ ଜୀବନରେ ସକାରାତ୍ମକ ଫଳାଫଳ ପାଇବେ। 

3/14

ବୃଷ ରାଶି

କାର୍ଯ୍ୟ କ୍ଷେତ୍ରରେ ପ୍ରଗତି କରିବେ । ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ। କିଣାକିଣିରେ ଅଧିକ ଟଙ୍କା ଖର୍ଚ୍ଚ କରିବେ। 

4/14

ମିଥୁନ ରାଶି

ଆର୍ଥିକ ସ୍ଥିତିକୁ ନେଇ ଆପଣ ଚିନ୍ତିତ ହୋଇପାରନ୍ତି । ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ଅହଂକାରଠାରୁ ଦୂରେଇ ରହିବା ଉଚିତ ନଚେତ୍ ବଡ଼ ସମସ୍ୟା ଉପୁଜିପାରେ। ବ୍ୟବସାୟ ସମ୍ବନ୍ଧୀୟ କାର୍ଯ୍ୟରେ ଦୂରଯାତ୍ରାକୁ ସ୍ଥଗିତ ରଖିବା ଆପଣଙ୍କ ପାଇଁ ଭଲ ।

5/14

କର୍କଟ ରାଶି

ବ୍ୟବସାୟରେ ସୁଖଦ ଫଳାଫଳ ପାଇବେ । ଦୂରଯାତ୍ରା ଆପଣଙ୍କ ପାଇଁ ସଫଳତା ଆଣିଦେବ। ଆର୍ଥିକ କ୍ଷେତ୍ରରେ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଆପଣ ସତର୍କତାର ସହ ନିଷ୍ପତ୍ତି ନେବା ଆବଶ୍ୟକ । ସପ୍ତାହ ଶେଷରେ ପରିସ୍ଥିତିରେ ଉନ୍ନତି ହେବ ।

6/14

ସିଂହ ରାଶି

କର୍ମକ୍ଷେତ୍ରରେ ଉନ୍ନତି ହେବ । ଆପଣଙ୍କ ନିଷ୍ପତ୍ତି ଲାଭଦାୟକ ସାବ୍ୟସ୍ତ ହେବ। ବ୍ୟବସାୟ ସହ ଜଡିତ ଦୂର ଯାତ୍ରା କରୁଥିଲେ ଜଣେ ମହିଳାଙ୍କ ସାହାଯ୍ୟ ମିଳିପାରେ ।

7/14

କନ୍ୟା ରାଶି

କାର୍ଯ୍ୟକ୍ଷେତ୍ରରେ କୌଣସି ସମସ୍ୟା ଚାଲିଥିଲେ ବୁଝାମଣା ମାଧ୍ୟମରେ ତାହାର ସମାଧାନ କରିବା ଭଲ । ଆପଣ ସକାରାତ୍ମକ ଫଳାଫଳ ପାଇପାରିବେ। ଆର୍ଥିକ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି ହୋଇପାରେ । ତରବର ଭାବେ କୌଣସି ନିବେଶ କରନ୍ତୁ ନାହିଁ । ଶୀଘ୍ର ନିଷ୍ପତ୍ତି ନେବା କ୍ଷତିକାରକ ହୋଇପାରେ। ପାରିବାରିକ ମାମଲାରେ ଖୁସି ଆସିବ । କୌଣସି ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିପାରନ୍ତି। ସପ୍ତାହର ଶେଷରେ କୌଣସି ଖବର ଆପଣଙ୍କ ମନରେ ଦୁଖ ପହଞ୍ଚାଇପାରେ ।

8/14

ତୁଳା ରାଶି

କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ କାଗଜରେ ସ୍ୱାକ୍ଷର କରିବା ପୂର୍ବରୁ ଭଲ ଭାବରେ ପଢ଼ିନେବା ଆବଶ୍ୟକ । ନଚେତ୍ ଆପଣ କ୍ଷତି ସହିପାରନ୍ତି । ଆର୍ଥିକ ପରିସ୍ଥିତି ଧୀରେ ଧୀରେ ସୁଧୁରିବାକୁ ଲାଗିବ । ଦୂରଯାତ୍ରାରୁ ଆପଣଙ୍କୁ ସଫଳତା ମିଳିବ।

9/14

ବିଛା ରାଶି

କର୍ମକ୍ଷେତ୍ରରେ ଆପଣଙ୍କୁ ନିଜ ନିଷ୍ପତ୍ତିରେ ଦୃଢ଼ ରହିବାକୁ ପଡିବ। ଶୀଘ୍ର ନିଷ୍ପତ୍ତି ନେବା ଦ୍ଵାରା ଭଲ ଫଳାଫଳ ମିଳିପାରେ । ଆର୍ଥିକ କ୍ଷେତ୍ରରେ ପ୍ରଗତି ହେବ । ପାରିବାରିକ ମାମଲାରେ ସୁଖଦ ଅଭିଜ୍ଞତା ରହିବ । ଧର୍ଯ୍ୟର ସହିତ ନିଷ୍ପତ୍ତି ନେଲେ ଜୀବନରେ ଖୁସି ପାଇବେ। ଦୂରଯାତ୍ରାରୁ କିଛି ନୂଆ ଶିଖିପାରନ୍ତି ।

10/14

ଧନୁ ରାଶି

କାର୍ଯ୍ୟ ସମ୍ବନ୍ଧୀୟ ଦୂରଯାତ୍ରା ସ୍ଥଗିତ ରଖିବା ଭଲ । ଖର୍ଚ୍ଚ ବୃଦ୍ଧି ହେବାର ଦୃଢ ସମ୍ଭାବନା ରହିଛି । ଆପଣଙ୍କ କାର୍ଯ୍ୟ ଚାପ ବୃଦ୍ଧି ହୋଇପାରେ। ଟଙ୍କା ନିବେଶ କରୁଥିଲେ ସତର୍କତାର ସହ ନିଷ୍ପତ୍ତି ନିଅନ୍ତୁ । ସପ୍ତାହ ଶେଷରେ ଭଲ ଖବର ଶୁଣିବାକୁ ମିଳିପାରେ।

11/14

ମକର ରାଶି

ଆର୍ଥିକ କ୍ଷେତ୍ରରେ ଅନୁକୂଳ ଫଳାଫଳ ପାଇବେ । ନୂତନ ନିବେଶ ବିଷୟରେ ଚିନ୍ତା କରିପାରନ୍ତି। ଟଙ୍କା ଆସିବାର ସମ୍ଭାବନା ରହିଛି । ବ୍ୟବସାୟ ସମ୍ବନ୍ଧୀୟ ଦୂରଯାତ୍ରା ସ୍ଥଗିତ ରଖିବା ଆପଣଙ୍କ ପାଇଁ ଭଲ । ଆପଣଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

12/14

କୁମ୍ଭ ରାଶି

ଆର୍ଥିକ କ୍ଷେତ୍ରରେ ଶୁଭଫଳ ପାଇବେ । ଭାଗୀଦାରୀରେ କରିଥିବା କାମ କାରଣରୁ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ। ଯେକୌଣସି ନିଷ୍ପତ୍ତି ନେଉଛନ୍ତି ତାହା ସତର୍କତାର ସହିତ ନିଅନ୍ତୁ । ନୂଆ ସପ୍ତାହରେ କାମ ସହିତ ଜଡିତ ଦୂରଯାତ୍ରା କରିପାନ୍ତି । ଦୂରଯାତ୍ରାରୁ ସୁଖଦ ଫଳାଫଳ ପାଇବେ ।

13/14

ମୀନ ରାଶି

କର୍ମକ୍ଷେତ୍ରରେ ଆତ୍ମବିଶ୍ୱାସ ବଜାୟ ରଖିବା ଆବଶ୍ୟକ । ଅନ୍ୟର ପରାମର୍ଶ ଶୁଣନ୍ତୁ କିନ୍ତୁ ନିଜ ନିଷ୍ପତ୍ତି ଅନୁଯାୟୀ କାମ କରନ୍ତୁ । ଦୂରଯାତ୍ରାରୁ ସୁଖଦ ଫଳାଫଳ ମିଳିବ । ଖର୍ଚ୍ଚ ବଢ଼ିପାରେ। ଚତୁରତାର ସହ ଟଙ୍କା ନିବେଶ କରନ୍ତୁ ।

14/14

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ 

 

;