Malavya Rajyog: ଭୌତିକ ସୁବିଧା ଏବଂ ଧନ ପ୍ରଦାନକାରୀ ଗ୍ରହ ଶୁକ୍ର ସେପ୍ଟେମ୍ବର ମାସରେ ନିଜ ରାଶି ତୁଳାରେ ଚଳନ କରିବେ, ଫଳରେ ମାଳବ୍ୟ ରାଜଯୋଗ ଗଠନ ହେବ। ଶୁକ୍ରଙ୍କ ରାଶି ପରିବର୍ତ୍ତନ ଯୋଗୁଁ ଗଠନ ହୋଇଥିବା ମାଳବ୍ୟ ରାଜଯୋଗ କିଛି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିପାରେ।
କନ୍ୟା, ମକର, କୁମ୍ଭ ରାଶି ପାଇଁ ମାଳବ୍ୟ ଯୋଗ କେଉଁ କ୍ଷେତ୍ରରେ ଲାଭ ଦେବ ଆସନ୍ତୁ ଜାଣିବା
କନ୍ୟା ରାଶି
ମାଳବ୍ୟ ରାଜଯୋଗ ଆପଣଙ୍କ ପାଇଁ ବହୁତ ଶୁଭ ଏବଂ ଫଳପ୍ରଦ ପ୍ରମାଣିତ ହେବ। ଆପଣଙ୍କ ରାଶିର ଧନ ଘରେ ଏହି ରାଜଯୋଗ ଗଠନ ହେବାକୁ ଯାଉଛି। ଆପଣଙ୍କୁ ହଠାତ୍ ଆର୍ଥିକ ଲାଭ ମିଳିପାରେ। ଚାକିରି କ୍ଷେତ୍ରରେ ଆପଣଙ୍କ ପାଇଁ ସମୟ ବହୁତ ଭଲ ରହିବ। ପଦୋନ୍ନତି ଏବଂ ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି। ନୂତନ ଚାକିରି ପାଇଁ ପ୍ରୟାସ କରୁଥିଲେ ଭଲ ସୁଯୋଗ ମିଳିପାରେ। ପରିବାରର ସଦସ୍ୟଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଆପଣ ନିଜ କଥା ଦ୍ୱାରା ଲୋକମାନଙ୍କୁ ପ୍ରଭାବିତ କରିବେ।
ମକର ରାଶି
ମାଳବ୍ୟ ରାଜଯୋଗ ଆପଣଙ୍କ ପାଇଁ ବହୁତ ଶୁଭ ଏବଂ ଲାଭଦାୟକ ପ୍ରମାଣିତ ହେବ। ଅଟକି ରହିଥିବା କାମ ଆଗକୁ ବଢିବ । ଆର୍ଥିକ ଲାଭର ସୁଯୋଗ ବଢିବ । କ୍ୟାରିୟର ଏବଂ ବ୍ୟବସାୟରେ କିଛି ନୂଆ କରିବାର ସୁଯୋଗ ମିଳିବ। କର୍ମକ୍ଷେତ୍ରରେ ଆପଣ ଆପଣଙ୍କର ବରିଷ୍ଠ ଅଧିକାରୀମାନଙ୍କୁ ଖୁସି କରିପାରିବେ। ଆପଣଙ୍କୁ ଏକ ବଡ଼ ସୁଯୋଗ ମିଳିପାରେ। ବ୍ୟବସାୟରେ ନୂତନ ଚୁକ୍ତି ମିଳିପାରେ।
କୁମ୍ଭ ରାଶି
ମାଳବ୍ୟ ରାଜଯୋଗ ଆପଣଙ୍କ ପାଇଁ ବହୁତ ଶୁଭ ପ୍ରମାଣିତ ହେବ। ଆପଣଙ୍କର ଅନେକ ଇଚ୍ଛା ପୂରଣ ହେବ। ଆପଣ ଭୌତିକ ସୁଖ ସୁବିଧା ପାଇବେ। ଶୁକ୍ର ଆପଣଙ୍କ ରାଶିରୁ ଭାଗ୍ୟ ସ୍ଥାନରେ ଚଳନ କରିବେ। ଆପଣଙ୍କୁ ଭାଗ୍ୟର ସମର୍ଥନ ମିଳିବ। ଆପଣଙ୍କ ଆୟ ବୃଦ୍ଧି ହେବ। ଜମି କିମ୍ବା ଘର କିଣିବାକୁ ଚାହୁଁଥିଲେ ସମୟ ଶୁଭ ।
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़