Advertisement
Photo Details/zeeodisha/odisha2737079
photoDetails0hindi

Horoscope 1 May 2025: ୧ ମଇରେ କିପରି ରହିବ ମେଷ ରାଶିରୁ ନେଇ କନ୍ୟା ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ

Rashifal 1 May 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ମୋଟ ୧୨ଟି ରାଶି ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ରାଶିର ଗୋଟିଏ ଲେଖାଁଏ ଶାସକ ଗ୍ରହ ଥାଏ। ଗ୍ରହ ଏବଂ ନକ୍ଷତ୍ରମାନଙ୍କର ଗତି ଗତିବିଧି ଉପରେ ଆଧାର କରି ରାଶିଫଳ ଆକଳନ କରାଯାଏ। ୧ ମଇ ୨୦୨୫ ହେଉଛି ବୁଧବାର। ହିନ୍ଦୁ ଧର୍ମରେ ବୁଧବାର ଦିନ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା ପାଇଁ ସମର୍ପିତ କରାଯାଇଛି। ତେବେ ଜାଣନ୍ତୁ ୧ ମଇ ୨୦୨୫ ରେ କେଉଁ ସବୁ ରାଶିର ଲୋକମାନଙ୍କ ପାଇଁ ଲାଭଦାୟକ ରହିବ ଏବଂ କେଉଁ ମାନଙ୍କୁ ଟିକିଏ ସତର୍କ ରହିବାକୁ ପଡିବ।

 

1/12

ମେଷ ରାଶି: ଆଜି ଆପଣଙ୍କ ପାଇଁ ଭାଗ୍ୟ ଦୃଷ୍ଟିକୋଣରୁ ଏକ ଭଲ ଦିନ ରହିବାକୁ ଯାଉଛି। ପିଲାମାନେ ଶିକ୍ଷା କ୍ଷେତ୍ରରେ ଭଲ ସଫଳତା ପାଇବାର ସମ୍ଭାବନା ଅଛି। ଆପଣ ନିଜ ପିଲାମାନଙ୍କର ଇଚ୍ଛା ପୂରଣ କରିବେ। ଯାହା ସେମାନଙ୍କ ମୁହଁରେ ଖୁସି ଆଣିଦେବ। ଆପଣଙ୍କର କିଛି ଜଟିଳ କାର୍ଯ୍ୟ ସମାଧାନ ହେବାର ଯୋଗ ରହିଛି। ନିଜ କ୍ୟାରିୟର ଉପରେ ସମ୍ପୂର୍ଣ୍ଣ ଧ୍ୟାନ ରଖିବା ଆବଶ୍ୟକ। ଛାତ୍ରଛାତ୍ରୀ ମାନେ ବୈଦ୍ଧିକ ଓ ମାନସିକ ଭାରରୁ ମୁକ୍ତି ପାଇବେ। ନିବେଶ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ।

 

2/12

ବୃଷ ରାଶି: ଆଜି ଆପଣଙ୍କ ଇଚ୍ଛା ଅନୁଯାୟୀ ସବୁକିଛି ଘଟିବ। ଯଦି ଆପଣ ନିଜ କାର୍ଯ୍ୟ କ୍ଷେତ୍ରରେ କୌଣସି ନୂତନ ଯୋଜନା ଆରମ୍ଭ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ରହିବ। ଆର୍ଥିକ ପ୍ରସଙ୍ଗରେ ଆପଣ ସାବଧାନ ରହିବା ଆବଶ୍ୟକ। ଆପଣଙ୍କର ଭୌତିକ ବସ୍ତୁ ପ୍ରତି ଆଗ୍ରବ ବୃଦ୍ଧି ପାଇବ ଓ ଆପଣ ଘରକୁ ଏକ ନୂତନ ଗାଡି ଆଣି ପାରନ୍ତି। ଆପଣ ମା’ଙ୍କଠାରୁ କିଛି ଭଲ ଖବର ଶୁଣିପାରନ୍ତି। ଯଦି ଆପଣ ଜୀବନସାଥୀ ସହିତ ଆପଣଙ୍କ ସମ୍ପର୍କରେ କୌଣସି ତିକ୍ତତା ଚାଲିଥାଏ ତେବେ ଏହା ଆଜି ଦୂର ହୋଇଯିବ। ଆପଣ ନିଜ ଆୟ ବୃଦ୍ଧି କରିବାକୁ ଚେଷ୍ଟା କରିବେ। ଯେଉଁଥିରେ ସଫଳ ହେବେ।

 

3/12

ମିଥୁନ ରାଶି: ଆଜି ଆପଣ ଟିକିଏ ସାବଧାନ ରହିବା ଆବଶ୍ୟକ। ବ୍ୟବସାୟ ସମ୍ବନ୍ଧୀୟ ନିଷ୍ପତ୍ତି ଆପଣଙ୍କୁ ଭଲ ଲାଭ ଦେବ। ନିଜ କାମରେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଆପଣ ଭାଇ ଓ ଭଉଣୀମାନଙ୍କଠାରୁ ପରାମର୍ଶ ନେଇ ପାରନ୍ତି। ଆପଣ କିଛି ଝଗଡା କରୁଥିବା ଲୋକଙ୍କ ପ୍ରତି ସାବଧାନ ରହିବା ଆବଶ୍ୟକ। ଯଦି ଆପଣ ଦୀର୍ଘ ସମୟ ଧରି ଅସୁସ୍ଥ ଅଛନ୍ତି ତେବେ ଏହାର ଚିକିତ୍ସା କରିବାରେ ଅବହେଳା କରନ୍ତୁ ନାହିଁ। ଆପଣ ଦୀର୍ଘ ସମୟ ପରେ ସାଙ୍ଗମାନଙ୍କ ସହିତ ଏକ ଭୋଜି କରିବାକୁ ଯୋଜନା କରିପାରିନ୍ତି। କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ।

 

4/12

କର୍କଟ ରାଶି: ଆଜି ଆପଣଙ୍କ ପାଇଁ ଏକ ମଜାଦାର ଦିନ ହେବାକୁ ଯାଉଛି। ଆପଣ ପରିବାର ସଦସ୍ୟଙ୍କ ସହିତ କୌଣସି ପୂଜା ପାଠ ଆଦି କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ। ଏକ ନୂତନ ଗାଡି କିଣିବାର ଆପଣ ସ୍ୱପ୍ନ ପୂରଣ ହେବ। ମାଆଙ୍କ ସ୍ୱାସ୍ଥ୍ୟକୁ ନେଇ ସଚେତନ ରହିବା ଆବଶ୍ୟକ। ପିଲା ମାନଙ୍କ ଅଗ୍ରଗତି ପଥରେ ଆସୁଥିବା ବାଧା ଦୂର ହେବ। ଆପଣ ଜଣେ ସମ୍ପର୍କୀୟଙ୍କ ଦ୍ୱାରା ବିଶ୍ୱାସଘାତକତା ଯୋଗୁଁ ଅସୁବିଧାରେ ପଡ଼ିବେ। ଆପଣ ନିଜ ପିଲାମାନଙ୍କର ଭବିଷ୍ୟତ ପାଇଁ କିଛି ନିବେଶ କରିପାରନ୍ତି।

 

5/12

ସିଂହ ରାଶି: ଆଜି କାର୍ଯ୍ୟରତ ଲୋକଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି। ଆପଣ ପରିବାର ସଦସ୍ୟଙ୍କ ଠାରୁ କିଛି ଭଲ ଖବର ଶୁଣିପାରନ୍ତି। ଯଦି ଆପଣ କାହାକୁ କୌଣସି ପରାମର୍ଶ ଦିଅନ୍ତି ସେ ନିଶ୍ଚିତ ଭାବରେ ଏହାକୁ କାର୍ଯ୍ୟକାରୀ କରିବେ। ଯଦି ଆପଣଙ୍କର କୌଣସି ସରକାରୀ କାର୍ଯ୍ୟ ଦୀର୍ଘ ସମୟ ଧରି ବିଚାରାଧୀନ ଥିଲା ତେବେ ଏହା ସମାପ୍ତ ହୋଇପାରିବ। କାହାଠାରୁ ମାଗି କରି ଗାଡି ଚଳାଇବା ଆପଣଙ୍କ ପାଇଁ କ୍ଷତି ସାବ୍ୟସ୍ତ ହୋଇପାରେ। ଆପଣ ଯେକୌଣସି କାର୍ଯ୍ୟର ନୀତି ଓ ନିୟମ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍। ନଚେତ୍ ସମସ୍ୟା ଉପୁଜିପାରେ। ପିତାମାତାଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ।

 

6/12

କନ୍ୟା ରାଶି: ଆଜି ନିଜ ଦୈନନ୍ଦିନ କାର୍ଯ୍ୟରେ ପରିବର୍ତ୍ତନ ଆଣିବା ପାଇଁ ଏକ ଭଲ ଦିନ ରହିବ। ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଆପଣ ଅଧିକ ପରିମାଣର ଅର୍ଥ ଖର୍ଚ୍ଚ କରିବେ। ଜଣେ ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହେବା ଆପଣଙ୍କୁ କ୍ଷତି ପହଞ୍ଚାଇବ। ଆପଣ ଆଜି ଭଲ ଲାଭ ହାସଲ କରିପାରିନ୍ତି। ଯଦି ଆପଣ ନିଜର କୌଣସି କାମ ସମାପ୍ତ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ଆଜି ଆପଣ ନିଜ ବାପାଙ୍କ ସହିତ ଏହା ବିଷୟରେ କଥାବାର୍ତ୍ତା କରିପାରିବେ। ଭ୍ରମଣ ସମୟରେ ଆପଣ କିଛି ଗୁରୁତ୍ୱପୂର୍ଣ୍ଣ ଖବର ପାଇବେ। ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ସ୍ଥିତି ଓ ପ୍ରତିଷ୍ଠା ବୃଦ୍ଧି ପାଇପାରେ।

 

7/12

ତୁଳା ରାଶି: ଆଜି ଆପଣଙ୍କ ପାଇଁ ବହୁତ ବୁଝି ବଚାରି ଦିନ କାଟିବାକୁ ପଡ଼ିବ। ଆପଣ ନିଜ ଅପେକ୍ଷା ଅନ୍ୟମାନଙ୍କ ଯତ୍ନ ନେବେ। ନିଜର ବିଳାସପୂର୍ଣ୍ଣତା ବୃଦ୍ଧି ପାଇବ। ଯଦି ଆପଣ ଦୀର୍ଘ ସମୟ ଧରି କିଛି ସମସ୍ୟା ଦ୍ୱାରା ଘେରି ରହିଛନ୍ତି ତେବେ ଏଥିରୁ ଆରାମ ମିଳିବାର ଯୋଗ ରହିଛି। ଆପଣ ପରିବାର ସଦସ୍ୟଙ୍କ ସହିତ ମଜା କରିବା ପାଇଁ କିଛି ସମୟ ଅତିବାହିତ କରିବେ। କାର୍ଯ୍ୟ କ୍ଷେତ୍ରରେ ଆପଣ ନିଜ ଆଖି ଓ କାନ ଖୋଲା କରି କାମ କରିବାକୁ ପଡିବ। ଯଦି ଆପଣ ଚିନ୍ତିତ ଭାବରେ କୌଣସି ନିଷ୍ପତ୍ତି ନିଅନ୍ତି ତେବେ ଏହା ଭଲ ହେବ। ଅବିବାହିତ ଲୋକଙ୍କ ଜୀବନରେ ଏକ ନୂଆ ଲୋକ ପ୍ରବେଶ କରିପାରନ୍ତି।

 

8/12

ବିଛା ରାଶି: ଆଜି ଆପଣଙ୍କ ପାଇଁ ଟେନସନ୍ ଦେବା ପରି ଦିନ ରହିବାକୁ ଯାଉଛି। ଆପଣଙ୍କ ବ୍ୟବସାୟରେ ମଧ୍ୟ କିଛି କ୍ଷତି ହୋଇପାରେ। ନିଜର ସ୍ୱାସ୍ଥ୍ୟ ବିଷୟରେ ସଚେତନ ରୁହନ୍ତୁ। ନଜର ଖାଇବା ଅଭ୍ୟାସକୁ ନିୟନ୍ତ୍ରଣ କରିନ୍ତୁ। ଆପଣ ପେଟ ସମ୍ବନ୍ଧୀୟ କିଛି ସମସ୍ୟା ହେବାର ସମ୍ଭାବନା ଅଛି। ନିଜ ଜୀବନ ସାଥୀଠାରୁ ଆପଣ ଏକ ଆଶ୍ଚର୍ଯ୍ୟଜନକ ଉପହାର ପାଇପାରନ୍ତି। ଏହା ଆପଣ ଦୁହିଁଙ୍କ ମଧ୍ୟରେ ଚାଲିଥିବା ମତଭେଦକୁ ମଧ୍ୟ ହଟାଇବ। ଯଦି ଆପଣ କିଛି ଗୁପ୍ତ ରଖିଥିବେ ତେବେ ଏହା ପରିବାର ସଦସ୍ୟଙ୍କ ନିକଟରେ ପ୍ରକାଶ ପାଇପାରେ। ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।

 

9/12

ଧନୁ ରାଶି: ଆଜି ବ୍ୟବସାୟ ଦୃଷ୍ଟିରୁ ଆପଣଙ୍କ ପାଇଁ ଦିନଟି ଉତ୍ଥାନ-ପତନରେ ପରିପୂର୍ଣ୍ଣ ରହିବାକୁ ଯାଉଛି। ଆପଣ ନିବେଶ ପୂର୍ବରୁ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେବା ଆପଣଙ୍କ ପାଇଁ ଭଲ ହେବ। ପାରିବାରିକ ବ୍ୟବସାୟରେ ଆପଣଙ୍କୁ ବରିଷ୍ଠ ସଦସ୍ୟଙ୍କ ପରାମର୍ଶ ଆବଶ୍ୟକ ହେବ। ଆପଣଙ୍କ ପିଲାଙ୍କ ସ୍ୱାସ୍ଥ୍ୟରେ ଅବନତି ଯୋଗୁଁ ଆପଣ ଚିନ୍ତିତ ରହିବେ। କାହାକୁ ଆଗଭର ହୋଇ କିଛି ପରାମର୍ଶ ଦେବା ଠାରୁ ଦୂରେଇ ରୁହନ୍ତୁ। ନିଜର ଅଗ୍ରଗତିର ପଥରେ ଆସୁଥିବା ବାଧା ଦୂର ହେବ। କିଛି କାମ ସମାପ୍ତ କରିବାରେ ନିଜ ଜୁନିଅରଙ୍କ ପାଖରୁ ସାହାଯ୍ୟ ନେବାକୁ ପଡିପାରେ।

 

10/12

ମକର ରାଶି: ଆଜି ଆପଣଙ୍କୁ କୌଣସି କାର୍ଯ୍ୟରେ ଶୀଘ୍ର ସାରବିାକୁ ନେଇ ଦ୍ୱନ୍ଦରେ ପଡିପାରନ୍ତି। ଆପଣ ନିଷ୍ପତ୍ତି ନେବା କ୍ଷମତାର ଲାଭ ପାଇବେ। କାହାର ପରାମର୍ଶ ଉପରେ ଆଧାର କରି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ନିଜର ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି ବିଷୟରେ ଜିଦଖୋର ପଣ ଦେଖାନ୍ତୁ ନାହିଁ। ନଚେତ୍ ଆପଣ କହୁଥିବା କଥାକୁ ନେଇ ଆପଣଙ୍କ ବାପା ଖରାପ ଅନୁଭବ କରିପାରନ୍ତି। ବ୍ୟବସାୟରେ ଆପଣଙ୍କୁ କାହା ସହିତ ସହଭାଗିତା ଗଠନ କରିବାକୁ ପଡିପାରେ। ଆପଣ କିଛି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ।

 

11/12

କୁମ୍ଭ ରାଶି: ଆଜି ଆପଣଙ୍କ ପାଇଁ ଆରାମ ଓ ସୁବିଧା ବୃଦ୍ଧି କରିବାକୁ ଯାଉଛି। ବିଳାସପୂର୍ଣ୍ଣ କ୍ରୟ ପାଇଁ ଆପଣ ଭଲ ପରିମାଣର ଅର୍ଥ ଖର୍ଚ୍ଚ କରିବେ। ଯେକୌଣସି ଦୀର୍ଘକାଳୀନ ନିବେଶ ବିଷୟରେ ଆପଣ କିଛି ଯୋଜନା ମଧ୍ୟ କରିପାରିବେ। ଆପଣଙ୍କ ଘରେ ପରିବାର ସଦସ୍ୟଙ୍କ ଆଗମନ ଯୋଗୁଁ ପରିବେଶ ସୁଖଦ ହେବ। ଯଦି ଆପଣ ନିଜର ଭାଇ ଓ ଭଉଣୀମାନଙ୍କଠାରୁ କୌଣସି ସାହାଯ୍ୟ ମାଗନ୍ତି ତେବେ ସହଜରେ ପାଇବେ। ନିଜ ଆଚରଣରେ ସଂଯମତା ବଜାୟ ରଖନ୍ତୁ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ନିଜ ସାଥୀଙ୍କ ସହିତ କୌଣସି ସ୍ଥାନକୁ ଯିବାକୁ ଯୋଜନା କରିପାରିବେ। ଆପଣ ସାଙ୍ଗମାନଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ।

 

12/12

ମୀନ ରାଶି: ଆଜି ଆପଣଙ୍କ ପାଇଁ ଏକ ମିଶ୍ରିତ ଦିନ ରହିବାକୁ ଯାଉଛି। ବ୍ୟବସାୟରେ ଆପଣ ଆଜି କୌଣସି ବଡ଼ ରିସ୍କ ନେବା ଉଚିତ୍ ନୁହେଁ। ଅନ୍ୟଥା ଏହା ପରେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ସରକାରୀ କାର୍ଯ୍ୟରେ ସଫଳତା ପାଇବାର ସମସ୍ତ ସମ୍ଭାବନା ଅଛି। ନିଜ ପିଲାଙ୍କ କ୍ୟାରିୟର ବିଷୟକୁ ନେଇ ଚିନ୍ତିତ ହୋଇପାରନ୍ତି। ଆପଣଙ୍କ ସ୍ୱାସ୍ଥ୍ୟରେ ଚାଲିଥିବା ସମସ୍ୟାକୁ ଆପଣ ଅଣଦେଖା କରିବା ଉଚିତ୍ ନୁହେଁ ନଚେତ୍ ପରେ ସେମାନେ ଆପଣଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇପାରନ୍ତି। ଯଦି କୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆପଣ ଧୌର୍ଯ୍ୟର ସହିତ ଆଗକୁ ବଢ଼ନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ହେବ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

;