Advertisement
Photo Details/zeeodisha/odisha2867552
photoDetails0hindi

Lucky Zodiac Sign: ୫ ଅଗଷ୍ଟରେ ଲକ୍ଷ୍ମୀ ଯୋଗ, ଏହିସବୁ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 5 August 2025: ଦିନଟିରେ ଗଠନ ହୋଇଥିବା ଶୁଭଯୋଗ ପ୍ରଭାବରେ କୁମ୍ଭ ସମେତ ମୋଟ ୫ଟି ରାଶିର ବ୍ୟକ୍ତିବିଶେଷ ଶୁଭଫଳ ପାଇବେ ।

1/7

ମେଷ, ମିଥୁନ, ସିଂହ, ଧନୁ ଏବଂ କୁମ୍ଭ ରାଶିର ବ୍ୟକ୍ତିବିଶେଷ କେଉଁ କ୍ଷେତ୍ରରେ ସଫଳତା ପାଇବେ ଆସନ୍ତୁ ଜାଣିବା

2/7

ମେଷ ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି। ବ୍ୟବସାୟରେ ଇଚ୍ଛା ମୁତାବକ ଚୁକ୍ତି ମିଳିପାରେ । ଅଟକି ରହିଥିବା କାମ ଆଗକୁ ବଢିବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । କୌଣସି ସ୍ଥାନରେ ଟଙ୍କା ଅଟକି ରହିଥିଲେ ତାହା ଫେରି ପାଇବାର ସମ୍ଭାବନା ରହିଛି। ବ୍ୟବସାୟ କାର୍ଯ୍ୟରେ ଦୂର ଯାତ୍ରା କରିପାରନ୍ତି । ଦୂରଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆଧ୍ୟାତ୍ମିକତା କାମ ପ୍ରତି ଆଗ୍ରହୀ ହେବେ। ଏହା ଆପଣଙ୍କୁ ମାନସିକ ଆଶ୍ୱସ୍ତି ଦେବ। ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବ। ଜୀବନସାଥୀଙ୍କ ସହିତ ସମ୍ପର୍କ ମଜବୁତ ହେବ। 

3/7

ମିଥୁନ ରାଶି

ଆପଣଙ୍କ ପାଇଁ ଦିନଟି ଅନୁକୂଳ । ବ୍ୟବସାୟରେ ଅତିରିକ୍ତ ପ୍ରୟାସ କରିବେ । ପ୍ରତ୍ୟକ କାମରେ ସଫଳତାର ସମ୍ଭାବନା ଅଧିକ ରହିଛି । ବ୍ୟବସାୟକୁ ଆଗକୁ ବଢାଇବାକୁ ନିବେଶ କରିବାକୁ ଚାହୁଁଥିଲେ ଦିନଟି ଶୁଭ । ଆପଣଙ୍କର ଅନେକ ବାଧା ଦୂର ହୋଇଯିବ । ବିରୋଧୀମାନଙ୍କ ପ୍ରତି ଆପଣ ସତର୍କ ରହିବା ଆବଶ୍ୟକ । କୋର୍ଟ କଚେରୀ ମାମଲାରେ ଅନୁକୂଳ ଫଳାଫଳ ପାଇପାରିବେ। ପାର୍ଟନରସିପରେ କାମ କରୁଥିଲେ ଦିନଟି ଆପଣଙ୍କ ପାଇଁ ଭଲ । ପରିବାରରେ ସୁଖ ଏବଂ ଶାନ୍ତିର ବାତାବରଣ ରହିବ। ଜୀବନସାଥୀଙ୍କ ସମର୍ଥନ ପାଇବେ। ସାଥୀଙ୍କ ସହିତ ବାହାରକୁ ଯିବାକୁ ଯୋଜନା କରିପାରନ୍ତି।

4/7

ସିଂହ ରାଶି

ଆପଣଙ୍କ ପାଇଁ ଦିନଟି ଆଶାଠାରୁ ଅଧିକ ଭଲ ହୋଇପାରେ । ପରିବାରର ପୂର୍ଣ୍ଣ ସମର୍ଥନ ପାଇବେ। ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ମାନସିକ ଭାବରେ ଆପଣ ଦୃଢ଼ ଅନୁଭବ କରିବେ। ସ୍ଥାବର ସମ୍ପତ୍ତି, ପରିବହନ ଇତ୍ୟାଦି କ୍ଷେତ୍ରରେ କାମ କରୁଥିଲେ ବିଶେଷ ଫଳାଫଳ ମିଳିପାରେ। ପୂର୍ବରୁ କରିଥିବା ନିବେଶରୁ ଭଲ ଲାଭ ମିଳିବ । ସୃଜନଶୀଳ କାମ ସହିତ ଜଡିତ ଥିଲେ ନିଜର ପ୍ରତିଭା ପ୍ରମାଣିତ କରିବାର ସୁଯୋଗ ପାଇବେ। ଆପଣଙ୍କ କାମକୁ ପ୍ରଶଂସା ମିଳିବ । ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଅନୁକୂଳ । କଠିନ ପରିଶ୍ରମର ଶୁଭ ଫଳ ମିଳିବ। ବୈବାହିକ ଜୀବନ ସୁଖମୟ ହେବ।

5/7

ଧନୁ ରାଶି

ଆପଣଙ୍କ ପାଇଁ ମଙ୍ଗଳବାର ଶୁଭ ସାବ୍ୟସ୍ତ ହେବ । ଟଙ୍କା ରୋଜଗାର କରିବାର ନୂତନ ସୁଯୋଗ ମିଳିପାରେ। ପାରିବାରିକ ବ୍ୟବସାୟ କରୁଥିଲେ ଦିନଟି ଅନୁକୂଳ । ପରିବାର ସଦସ୍ୟଙ୍କ ସମର୍ଥନ ପାଇବେ । ଆପଣ ଅଧିକ ଟଙ୍କା ରୋଜଗାର କରିପାରିବେ । ଟଙ୍କା ସଞ୍ଚୟ କରିବାରେ ସକ୍ଷମ ହେବେ। ସମ୍ପତ୍ତି କିମ୍ବା ଧାତୁରେ ନିବେଶ କରିବା ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ । ବ୍ୟବସାୟରେ ଯୋଜନାବଦ୍ଧ କାର୍ଯ୍ୟ ଶେଷ କରିବେ । ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ରାଜନୀତି ଏବଂ ସାମାଜିକ କ୍ଷେତ୍ର ସହିତ ଜଡିତ ଥିଲେ ବିଶେଷ ଲାଭ ହାସଲ କରିବେ । ପଦବୀ ଏବଂ ପ୍ରତିଷ୍ଠାର ଲାଭ ମିଳିପାରେ। ଜୀବନସାଥୀଙ୍କ ସହିତ କୌଣସି ମତଭେଦ ଥିଲେ ତାହା ଦୂର ହୋଇଯିବ। ବୈବାହିକ ଜୀବନରେ ମଧୁରତା ଆସିବ।

6/7

କୁମ୍ଭ ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ବିଶେଷ ହେବାକୁ ଯାଉଛି। ସରକାରୀ ସେବା ସହିତ ଜଡିତ ଥିଲେ ଅଧିକ ଲାଭ ପାଇବେ। ବ୍ୟବସାୟରେ ପ୍ରଭାବଶାଳୀ ଲୋକଙ୍କୁ ଭେଟିବାର ସୁଯୋଗ ମିଳିବ। ନିଜ କଥା ମାଧ୍ୟମରେ ସେମାନଙ୍କୁ ପ୍ରଭାବିତ କରିପାରିବେ। ଅଧିକ ଟଙ୍କା ରୋଜଗାର କରିବାର ସୁଯୋଗ ମିଳିବ। ଚାକିରି କରୁଥିଲେ ଏକାଧିକ ଉତ୍ସରୁ ଟଙ୍କା ମିଳିପାରେ । ଆପଣଙ୍କର ସାମାଜିକ ପରିସର ବିସ୍ତାରିତ ହେବ। ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ପ୍ରେମ ସମ୍ପର୍କ ଦୃଷ୍ଟିରୁ ଦିନଟି ଅନୁକୂଳ । ଜୀବନସାଥୀଙ୍କ ସହିତ ସମ୍ପର୍କ ମଜବୁତ ହେବ।

7/7

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

;