Advertisement
Photo Details/zeeodisha/odisha2723435
photoDetails0hindi

Lucky Zodiac Sign: ୨୦ ଏପ୍ରିଲରେ ତ୍ରିପୁଷ୍କର ଯୋଗ, ୫ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 20 April 2025: ଦିନଟିରେ ଗଠନ ହୋଇଥିବା ଶୁଭଯୋଗ ପ୍ରଭାବରେ ମେଷ, କର୍କଟ, ତୁଳା, ବିଛା ଏବଂ ମୀନ ରାଶିର ବ୍ୟକ୍ତିମାନଙ୍କୁ କିପରି ଶୁଭଫଳ ମିଳିବ ଆସନ୍ତୁ ସେ ବିଷୟରେ ଜାଣିବା ।

1/6

ମେଷ ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭପ୍ରଦ । ବ୍ୟବସାୟରେ ନୂଆ ସୁଯୋଗ ପାଇବେ । ସାହସର ସହ ନେଇଥିବା ନିଷ୍ପତ୍ତିରେ ଆର୍ଥିକ ଲାଭ ପାଇବେ । ତମ୍ବା, ଖଣିଜ ପଦାର୍ଥ, ସିମେଣ୍ଟ ଇତ୍ୟାଦି କ୍ଷେତ୍ରରେ କାମ କରୁଥିଲେ ଅଧିକ ଲାଭ ମିଳିବ । ଏକାଧିକ ଆୟର ଉତ୍ସ ସୃଷ୍ଟି ହେବ । ଦିନଟିରେ ଆପଣଙ୍କ ମନ ଖୁସି ରହିବ। କର୍ମକ୍ଷେତ୍ରରେ ପ୍ରଗତି ପାଇଁ ନୂଆ ସୁଯୋଗ ପାଇବେ । ଚାକିରି କ୍ଷେତ୍ରରେ ଆପଣଙ୍କୁ ନୂଆ ଦାୟିତ୍ୱ ମିଳିପାରେ। କମ୍ ପରିଶ୍ରମ କରି ଅଧିକ ଲାଭ ଉପାର୍ଜନ କରିବାରେ ସକ୍ଷମ ହେବେ । ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମାର୍ଗଦର୍ଶନ ମିଳିପାରେ । ବୈବାହିକ ଜୀବନରେ ସୁଖ ଏବଂ ଶାନ୍ତିର ବାତାବରଣ ରହିବ । ଜୀବନସାଥୀଙ୍କ ସାହାଯ୍ୟ ଆପଣ ପାଇବେ ।

2/6

କର୍କଟ ରାଶି

ସୂର୍ଯ୍ୟଦେବଙ୍କ କୃପା ଆପଣ ପାଇବେ । ଦିନଟିରେ ଆପଣଙ୍କ ଭାଗ୍ୟ ଚମକିବାକୁ ଲାଗିବ । କୌଣସି ସୁତ୍ରରୁ ହଠାତ୍ ଆର୍ଥିକ ଲାଭ ମିଳିପାରେ । ଚାକିରି ଖୋଜୁଥିଲେ ଭଲ ଖବର ପାଇପାରନ୍ତି। ବ୍ୟବସାୟରେ ଅନୁକୂଳ ଫଳାଫଳ ରହିଛି । ସୃଜନଶୀଳ କାର୍ଯ୍ୟରେ ଜଡିତ ଥିଲେ ବିଶେଷ ସଫଳତା ମିଳିପାରେ। ପରିବହନ ଏବଂ ପର୍ଯ୍ୟଟନ କ୍ଷେତ୍ର ସହିତ ଜଡିତ ଥିଲେ ଭଲ ରୋଜଗାର କରିବେ। ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି । ପରିବାରରେ ଖୁସିର ବାତାବରଣ ରହିବ। ପିଲାମାନଙ୍କଠାରୁ କିଛି ଭଲ ଖବର ଶୁଣିବାକୁ ମିଳିପାରେ । ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସମ୍ଭାବନା ରହିଛି ।

3/6

ତୁଳା ରାଶି

ଆପଣଙ୍କ ପାଇଁ ଦିନଟି ଶୁଭାଶୁଭ ଫଳ ପ୍ରଦାନ କରିବ । ବ୍ୟବସାୟ ଦୃଷ୍ଟିରୁ ଦିନଟି ଖୁବ ଭଲ । ଆୟ ବଢିବାକୁ ଲାଗିବ । କର୍ମକ୍ଷେତ୍ରରେ ବିରୋଧୀମାନଙ୍କୁ ପରାସ୍ତ କରିବାରେ ଆପଣ ସଫଳ ହେବେ। ଚାକିରି ଖୋଜୁଥିଲେ ଖୁସି ଖବର ମିଳିବ । ସୁନା, ଧୂପକାଠି, ଅତର, ପାନ ପତ୍ର ଇତ୍ୟାଦି ବ୍ୟବସାୟରେ ଅଧିକ ଟଙ୍କା ରୋଜଗାର କରିବେ । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ମଧ୍ୟ ରହିଛି । ନିବେଶ କରିବାକୁ ଯୋଜନା କରୁଥିଲେ ସମ୍ପତ୍ତିରେ ଟଙ୍କା ନିବେଶ ଲାଭଦାୟକ ହେବ । ଜୀବନସାଥୀଙ୍କ ସହିତ ସମୟ ବିତାଇବାକୁ ସୁଯୋଗ ପାଇବେ । ବିବାହ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ।

4/6

ବିଛା ରାଶି

ଆପଣଙ୍କ ପାଇଁ ଏକ ଶୁଭ ଦିନ । ଆୟର ଉତ୍ସ ବଢିବ । ପ୍ରଯୁକ୍ତିବିଦ୍ୟା, ଆମଦାନୀ-ରପ୍ତାନି କିମ୍ୱା ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ କାମ କରୁଥିଲେ ଅଧିକ ଲାଭବାନ ହେବେ । କୌଣସି ସୁତ୍ରରୁ ହଠାତ ଆର୍ଥିକ ଲାଭ ମିଳିବାର ସମ୍ଭାବନା ଅଛି। ପୁରୁଣା ବାଦ ବିବାଦ ଥିଲେ ତାହାର ସମାଧାନ ହୋଇଯିବ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଦିନଟି ଭଲ । ଜୀବନସାଥୀଙ୍କ ସମର୍ଥନ ପାଇ ଆପଣ ଖୁସି ହେବେ। ପ୍ରେମ ସମ୍ପର୍କରେ ସାଥୀଙ୍କ ସହ ଭଲ ସମନ୍ୱୟ ରହିବ। ଶିକ୍ଷା ସମ୍ବନ୍ଧୀୟ କୌଣସି ସମସ୍ୟା ଥିଲେ ତାହାର ସମାଧାନ ହୋଇପାରେ।

5/6

ମୀନ ରାଶି

ଆପଣଙ୍କ ଆତ୍ମବିଶ୍ୱାସ ବଢିବାକୁ ଲାଗିବ । ବ୍ୟବସାୟ କରୁଥିଲେ ଭଲ ଖବର ମିଳିପାରେ। ଟଙ୍କା ରୋଜଗାର କରିବାକୁ ଭଲ ସୁଯୋଗ ପାଇବେ । କୌଣସି ସ୍ଥାନରେ ଟଙ୍କା ଫସି ରହିଥିଲେ ଫେରି ପାଇବାର ସମ୍ଭାବନା ରହିଛି । ଫ୍ୟାଶନ୍, ସୌନ୍ଦର୍ଯ୍ୟ, ଗବେଷଣା ଏବଂ ଲେଖା ଇତ୍ୟାଦି ସହିତ ଜଡିତ ଥିଲେ ଅଧିକ ଶୁଭଫଳ ମିଳିବ । ଆପଣଙ୍କ ମାନ ସମ୍ମାନ ବଢିବାକୁ ଲାଗିବ । କୌଣସି ସୁତ୍ରରୁ ହଠାତ୍ ଆର୍ଥିକ ଲାଭ ହୋଇପାରେ। ବନ୍ଧୁମାନଙ୍କ ସହିତ କୌଣସି ସ୍ଥାନକୁ ଯିବା ପାଇଁ ଯୋଜନା କରିବେ । ପରିବାରରେ ସୁଖଦ ପରିବେଶ ରହିବ। ଜୀବନସାଥୀ ଏବଂ ପିଲାମାନଙ୍କୁ ସମୟ ଦେଇପାରିବେ । ମନୋରଞ୍ଜନର କରିବାକୁ ସମୟ ପାଇବେ । ପରିବାରର କୌଣସି ସଦସ୍ୟଙ୍କ ମଧ୍ୟରେ ମତଭେଦ ଥିଲେ ତାହାର ସମାଧାନ ହୋଇଯିବ ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

;